Advertisment

ଡ୍ରାଭିଡଙ୍କ ପରେ ମୁଖ୍ୟ କୋଚ୍‌ ପଦକୁ ମନା କଲେ ଏହି ମହାନ କ୍ରିକେଟର

ନୂଆ କୋଚ୍‌ ସମ୍ଭବତଃ ଜୁଲାଇ ୧ରୁ ଦାୟିତ୍ୱ ଗ୍ରହଣ କରିବେ। ସେହିପରି ୨୦୨୭ ଯାଏ ତାଙ୍କ କାର୍ଯ୍ୟ କରିବେ। ୨୦୨୫ ଚାମ୍ପିୟନ୍ସ ଟ୍ରଫି ଓ ୨୦୨୭ ଦିନିକିଆ ବିଶ୍ୱକପରେ ମଧ୍ୟ ନୂଆ କୋଚଙ୍କ ଅଧୀନରେ ଭାରତ ଖେଳିବ।

Rahul Darvid

Rahul Darvid

Advertisment

ଭାରତୀୟ ଟିମର ପରବର୍ତ୍ତୀ ମୁଖ୍ୟ କୋଚ କିଏ ହେବେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ମୁଖ୍ୟ କୋଚ୍ ଥିବା ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ୱକପ ସହ ଶେଷ ହୋଇଯିବ। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ମୁଖ୍ୟ କୋଚ୍‌ ପଦ ପାଇଁ ଆବେଦନପତ୍ର ଆହ୍ୱାନ କରିଛି।

Advertisment

ନୂଆ କୋଚ୍‌ ସମ୍ଭବତଃ ଜୁଲାଇ ୧ରୁ ଦାୟିତ୍ୱ ଗ୍ରହଣ କରିବେ। ସେହିପରି ୨୦୨୭ ଯାଏ ତାଙ୍କ କାର୍ଯ୍ୟ କରିବେ। ୨୦୨୫ ଚାମ୍ପିୟନ୍ସ ଟ୍ରଫି ଓ ୨୦୨୭ ଦିନିକିଆ ବିଶ୍ୱକପରେ ମଧ୍ୟ ନୂଆ କୋଚଙ୍କ ଅଧୀନରେ ଭାରତ ଖେଳିବ।

ରିପୋର୍ଟ ଅନୁଯାୟୀ, ୨୦୨୩ ଦିନିକିଆ ବିଶ୍ୱକପ ପରେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ବୃଦ୍ଧି କାରାଯାଇଥିଲା। ହେଲେ ଏବେ ସେ ଆଉ ନିଜର କାର୍ଯ୍ୟକାଳ ବୃଦ୍ଧି କରିବାକୁ ଚାହୁଁ ନଥିବା ବହୁ ପୂର୍ବରୁ ବିସିସିଆଇକୁ କହି ସାରିଛନ୍ତି। କିଛି ବରିଷ୍ଠ ସଦସ୍ୟ ତାଙ୍କୁ କେବଳ ଟେଷ୍ଟ ଟିମର କୋଚ ପଦରେ ରହିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଏହାକୁ ମଧ୍ୟ ଡ୍ରାଭିସ ମନା କରି ଦେଇଛନ୍ତି।

Advertisment

ଡ୍ରାଭିଡଙ୍କ ପରେ ନ୍ୟାଶନାଲ କ୍ରିକେଟ ଏକାଡେମୀର ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମ ମୁଖ୍ୟ କୋଚ୍ ଦୌଡ଼ରେ ରହିଥିଲେ। ହେଲେ ସେ ମଧ୍ୟ କୋଚ ହେବା ସପକ୍ଷରେ ନାହାନ୍ତି। ସେ ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ କରିବେ ନାହିଁ ବୋଲି ସ୍ପଷ୍ଟ କରି ସାରିଥିବା ରିପୋର୍ଟ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ବହୁତ ବର୍ଷ ପରେ ଭାରତକୁ ଜଣେ ବିଦେଶୀ କୋଚ ମିଳିବାର ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଛି। ବିସିସିଆଇ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ଷ୍ଟେଫେନ ଫ୍ଲେମିଂଙ୍କୁ କୋଚ ପଦ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛି। ଫ୍ଲେମିଂ ଏବେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର କୋଚ ରହିଛନ୍ତି। ତାଙ୍କ କାର୍ଯ୍ୟକାଳ ସମୟରେ ଚେନ୍ନାଇ ୫ ଥର ଆଇପିଏଲ ଟ୍ରଫି ଜିତିଛି।

ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ପ୍ରକାଶ କରିଛି ଯେ ମ୍ୟାଜେମେଣ୍ଟ ଦକ୍ଷତା ପାଇଁ ଫ୍ଲେମିଂଙ୍କୁ ମୁଖ୍ୟ କୋଚ୍‌ ପଦ ଦେବା ସପକ୍ଷରେ ବିସିସିଆଇ ରହିଛି। ସେହିପରି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ନା ମଧ୍ୟ ଚର୍ଚ୍ଚାରେ ରହିଥିବା ରିପୋର୍ଟରେ ଦାବି କରାଯାଉଛି।

Bcci Rahul Dravid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe