Advertisment

ରୋହିତଙ୍କ ପରେ ବଦଳି ପାରନ୍ତି ଏହି ଆଇପିଏଲ ଦଳର ଅଧିନାୟକ

ଗତ ବର୍ଷ ଡିସେମ୍ବର ମାସରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଘୋଷଣା କରିଥିଲା।

ଅଦ୍ୟତନ ହୋଇଛି
Rohit Sharma

Rohit Sharma

Advertisment

ଆଇପିଏଲ୍‌ ୨୦୨୪ ସଂସ୍କରଣ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ। ତା’ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ ତା’ର ଅଧିନାୟକଙ୍କୁ ବଦଳାଇପାରେ। ଏନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଯଦି ଏପରି ହୁଏ, ତା’ହେଲେ ମୁମ୍ବାଇ ଇଣ୍ଡିଆନ୍ସ ପରେ ସନ୍‌ରାଇଜର୍ସ ହାଇଦ୍ରାବାଦ ହେବ ଦ୍ୱିତୀୟ ଦଳ ଯାହାର ନେତୃତ୍ୱ ଜଣେ ନୂଆ ଖେଳାଳି ନେବେ। ଗତ ବର୍ଷ ଡିସେମ୍ବର ମାସରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଘୋଷଣା କରିଥିଲା।

Advertisment

ଦକ୍ଷିଣ ଆଫ୍ରିକାର ଏଡେନ ମାର୍କରମ ୨୦୨୩ ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଥିଲେ। ମିଳିଥିବା ଖବର ଅନୁଯାୟୀ, ଏଥର ତାଙ୍କୁ ଏହି ଦାୟିତ୍ୱରୁ ମୁକ୍ତ କରାଯିବ। ତାଙ୍କ ବଦଳରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କମିନ୍‌ସଙ୍କୁ ଦଳ ଅଧିନାୟକ କରିବ। ଏହା ଉଲ୍ଲେଖ କରିବାର ଆବଶ୍ୟକତା ନାହିଁ ଯେ ଗତ ବର୍ଷ ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଉଭୟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଓ କ୍ରିକେଟ ବିଶ୍ୱକପ୍‌ ଫାଇନାଲରେ ଭାରତକୁ ହରାଇ ଚାମ୍ପିୟନ ହୋଇଥିଲା। ସୂଚନାଯୋଗ୍ୟ, ଆଇପିଏଲ୍ ୨୦୨୪ ସଂସ୍କରଣ ପାଇଁ ସନ୍‌ରାଇଜର୍ସ ହାଇଦ୍ରାବାଦ ପାଟ କମିନ୍‌ସଙ୍କୁ ୨୦.୫ କୋଟି ଟଙ୍କାରେ କିଣିଛି। 

୨୦୨୪ ଆଇପିଏଲ୍‌ ପାଇଁ ସନ୍‌ରାଇଜର୍ସ ହାଇଦ୍ରାବାଦ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ବାମହାତୀ ପେସର ଜେମ୍‌ସ ଫ୍ରାଙ୍କଲିନ୍‌ଙ୍କୁ ବୋଲିଂ କୋଚ୍ ନିଯୁକ୍ତ କରିପାରେ। ସେ ଡେଲ୍ ଷ୍ଟେନ୍‌ଙ୍କ ସ୍ଥାନ ନେବେ। ଦକ୍ଷିଣ ଆଫ୍ରିକାର ପୂର୍ବତନ ପେସର ଡେଲ୍ ଷ୍ଟେନ୍ ୨୦୨୨ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ବୋଲିଂ କୋଚ୍ ଦାୟିତ୍ୱ ନେଇଥିଲେ। ତେବେ ବ୍ୟକ୍ତିଗତ କାରଣ ଯୋଗୁ ଏହି ସିଜିନ୍‌ରେ ବ୍ରେକ୍ ଦେବା ପାଇଁ ସେ ଅନୁରୋଧ କରିଛନ୍ତି।

Advertisment
Rohit Sharma Mumbai Indians SunRisers Hyderabad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe