Advertisment

ଚୟନ କମିଟି ପଦ ପାଇଁ ଆବେଦନ କଲେ ଅଜିତ ଅଗରକର

ଚୟନ କମିଟିର ମୁଖ୍ୟ ଚେତନ ଶର୍ମା ଇସ୍ତଫା ଦେବା ପରେ ଗୋଟିଏ ପଦ ଖାଲି ପଡ଼ିଥିଲା। ବର୍ତ୍ତମାନ ଓଡ଼ିଶାର ଶିବ ସୁନ୍ଦର ଦାସ ଚୟନ କମିଟିର ଅନ୍ତରୀଣ ମୁଖ୍ୟ ଭାବେ କାମ କରୁଛନ୍ତି।

 Ajit Agarkar

Ajit Agarkar

Advertisment

ଭାରତୀୟ ପୁରୁଷ କ୍ରିକେଟ ଟିମର ଚୟନ କମିଟିରେ ଖାଲି ପଡ଼ିଥିବା ଗୋଟିଏ ପଦବୀ ପାଇଁ ପୂର୍ବତନ ଭାରତୀୟ କ୍ରିକେଟର ଅଜିତ ଅଗରକର ଆବେଦନ କରିଛନ୍ତି। ଖାଲି ପଡ଼ିଥିବା ଗୋଟିଏ ପଦ ପାଇଁ ବିସିସିଆଇ ଜୁନ ୨୨ରେ ବିଜ୍ଞାପନ ଜରିଆରେ ଦରଖାସ୍ତ ଆହ୍ୱାନ କରିଥିଲା। 

Advertisment

ଚୟନ କମିଟିର ମୁଖ୍ୟ ଚେତନ ଶର୍ମା ଇସ୍ତଫା ଦେବା ପରେ ଗୋଟିଏ ପଦ ଖାଲି ପଡ଼ିଥିଲା। ବର୍ତ୍ତମାନ ଓଡ଼ିଶାର ଶିବ ସୁନ୍ଦର ଦାସ ଚୟନ କମିଟିର ଅନ୍ତରୀଣ ମୁଖ୍ୟ ଭାବେ କାମ କରୁଛନ୍ତି। ଚେତନ ଶର୍ମାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ମିଳି ନଥିବାରୁ ଏହି ପଦଟି ଖାଲି ପଡ଼ିଛି। ତେଣୁ ୪୫ ବର୍ଷୀୟ ଅଗରକର ଗୁରୁବାର ଏହି ପଦ ପାଇଁ ଆବେଦନ କରିଛନ୍ତି।

ଚୟନ କମିଟିର ମୁଖ୍ୟ ପଦ ପାଇଁ ଅଗରକର ସବୁଠାରୁ ଆଗରେ ରହିଛନ୍ତି। କାରଣ ବର୍ତ୍ତମାନ ଚୟନ କିମିଟିରେ ରହିଥିବା ସଦସ୍ୟମାନଙ୍କ ଅପେକ୍ଷା ଅଗରକରଙ୍କ ଅଭିଜ୍ଞତା ଅଧିକ। ସେ ଭାରତ ପାଇଁ ୨୬ଟି ଟେଷ୍ଟ ଓ ୧୯୧ ଦନିକିଆ ଖେଳିଛନ୍ତି।

Advertisment

ଯଦି ଅଗରକରଙ୍କୁ ଚୟନ କରାଯାଏ, ତା’ହେଲେ କମିଟିରେ ପଶ୍ଚିମ ଜୋନରୁ ଦୁଇ ଜଣ ସଦସ୍ୟ ରହିବେ। ଚୟନ କମିଟିରେ ପୂର୍ବରୁ ହିଁ ସଲିଲ ଅଙ୍କୋଲା ରହିଛନ୍ତି। ସେ ପଶ୍ଚିମ ଜୋନରୁ ଆସିଛନ୍ତି। କମିଟିରେ ଥିବା ଅନ୍ୟ ୩ ଜଣ ହେଲେ ଶିବ ସୁନ୍ଦର ଦାସ, ଏସ୍‌ ଶରତ ଓ ସୁବ୍ରତ ବାନାର୍ଜୀ।

ଆଇପିଏଲରେ ଅଗରକର ଦିଲ୍ଲୀ କ୍ୟାପିଟାଲ୍ସର କୋଚିଂ ଟିମ୍‌ରେ ରହିଥିଲେ। କିନ୍ତୁ ଗୁରୁବାର ଅଗରକର ଓ ଶେନ ୱାଟସନ ଦିଲ୍ଲୀ ଠାରୁ ଅଲଗା ହୋଇଯାଇଥିବା ଖବର ଆସିଛି।

Bcci Ajit Agarkar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe