Advertisment

ବିରାଟଙ୍କ ଷ୍ଟ୍ରାଇକ ରେଟ, ରିଙ୍କୁ ଓ କେଏଲ ରାହୁଲ ବାଦ: କାରଣ କହିଲେ ମୁଖ୍ୟ ଚୟନକର୍ତ୍ତା

ଯୁବ ବ୍ୟାଟର ରିଙ୍କୁ ସିଂହଙ୍କୁ ସୁଯୋଗ ନ ମିଳିବା ଓ କେଏଲ ରାହୁଲ ୧୫ ଜଣିଆ ସ୍କ୍ୱାଡରୁ ବାଦ ପଡ଼ିବା ସମସ୍ତଙ୍କୁ ଚକିତ କରିଥିଲା। ଏହା ପଛର କାରଣ ଆଜି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି।

author-image
Hemant Lenka
Rohit

Rohit

ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଏପ୍ରିଲ ୩୦ରେ ବିସିସିଆଇ ୧୫ ଜଣିଆ ଭାରତୀୟ ଟିମ ଘୋଷଣା କରିଥିଲା। ଆଖି ଦୃଶିଆ ଷ୍ଟ୍ରାଇକ ରେଟ ନଥିଲେ ମଧ୍ୟ ଅଭିଜ୍ଞ ବିରାଟ କୋହଲିଙ୍କୁ ଟି-୨୦ ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରେ ରଖାଯାଇଛି।

Advertisment

ସେହିପରି ଯୁବ ବ୍ୟାଟର ରିଙ୍କୁ ସିଂହଙ୍କୁ ସୁଯୋଗ ନ ମିଳିବା ଓ କେଏଲ ରାହୁଲ ୧୫ ଜଣିଆ ସ୍କ୍ୱାଡରୁ ବାଦ ପଡ଼ିବା ସମସ୍ତଙ୍କୁ ଚକିତ କରିଥିଲା। ଏହା ପଛର କାରଣ ଆଜି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି।

ଆଜି ଦଳର ଅଧିନାୟକ ରୋହିତ ଶର୍ମା ଓ ଅଗରକର ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ଅଗରକର କାହିଁକି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ କରାଗଲା, ତା’ର ଉତ୍ତର ବି ଦେଇଛନ୍ତି।

Advertisment

ରିଙ୍କୁ ସିଂହ ବାଦ ପଡ଼ିବା ସମ୍ପର୍କରେ ସେ କହିଛନ୍ତି, “ସେ(ରିଙ୍କୁ ସିଂହ) କିମ୍ବା ଶୁବମନ ଗିଲ  କୌଣସି ତ୍ରୁଟି କରି ନାହାନ୍ତି। ତଥାପି ରୋହିତଙ୍କୁ ଅଧିକ ବିକଳ୍ପ ଦେବା ପାଇଁ ସ୍କ୍ୱାଡରେ ଦୁଇ ଜଣ ରିଷ୍ଟ ସ୍ପିନରଙ୍କୁ ରଖାଯାଇଛି। ସମାନ କଥା ଅକ୍ଷର ପଟେଲଙ୍କ କ୍ଷେତ୍ରରେ ମଧ୍ୟ ଆପଣା ଯାଇଛି। ସେ ଜଣେ ବ୍ୟାଟିଂ ଅଲରାଉଣ୍ଡର।

ରିଙ୍କୁ ସିଂହଙ୍କ ଉପରେ ନିଷ୍ପତ୍ତି ନେବା ସମ୍ଭବତଃ ସବୁଠାରୁ କଠିନ କାମ ଥିଲା। ରିଙ୍କୁଙ୍କୁ ବାଦ ଦେବା ସହଜ ନଥିଲା। ତଥାପି ରୋହିତ କହିବା ଭଳି ସବୁ କିଛି କମ୍ବିନେସନ ଉପରେ ନିର୍ଭର କରେ।

ଆମେ ସେଠାରେ କି ଭଳି ପରିବେଶ ଓ ପରିସ୍ଥିତିର ସାମ୍ନା କରିବୁ ଜାଣି ନାହୁଁ। ଆମେ ଅନେକ ବିକଳ୍ପର ଚେଷ୍ଟା କରିଛୁ। ୟୁଜି ଚହଲ ଓ କୁଲଦୀପଙ୍କ ଭଳି ରିଷ୍ଟ ସ୍ପିନର ରୋହିତଙ୍କ ପାଖରେ ରହିଛି।

ରିଙ୍କୁ ସିଂହ ବାଦ ପଡ଼ିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟର ବିଷୟ। କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଅତିରିକ୍ତ ବୋଲିଂ ବିକଳ୍ପ ରହିବା ମଧ୍ୟ ଭଲ। ଆମକୁ ୧୫ ଜଣ ବାଛିବାର ଅଛି। ଦୁଇ ଜଣଙ୍କୁ ୱିକେଟ କପିର ରଖିବାକୁ ପଡ଼ିବ। ତଥାପି ରିଙ୍କୁ ସିଂହ ରିର୍ଜଭ ଖେଳାଳି ଭାବେ ଦଳ ସହ ଯିବେ।”

ଋଷଭ ପନ୍ତ ଓ ସଞ୍ଜୁ ସମାସନ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ସେମାନେ ଆମ ପାଇଁ ପୂରା ଫିଟ। କେଏଲ ରାହୁଲ ଏବେ ଟପ ଅର୍ଡରରେ ବ୍ୟାଟିଂ କରୁଛନ୍ତି। ଆମକୁ ମଧ୍ୟକ୍ରମ ବ୍ୟାଟର ଦରକାର। ରାହୁଲ ଜଣେ ଚମତ୍କାର ଖେଳାଳି ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ମଧ୍ୟ ଅଗରକର କହିଛନ୍ତି।

ବିରାଟ କୋହଲିଙ୍କ ଷ୍ଟ୍ରାଇକ ରେଟ ସମ୍ପର୍କରେ ମଧ୍ୟ ଅଗରକର ମତ ରଖିଛନ୍ତି। ସେ କହିଛନ୍ତି, “ଆମେ କେବେ ହେଲେ କୋହଲିଙ୍କ ଷ୍ଟ୍ରାଇକ ରେଟ୍‌ ସମ୍ପର୍କରେ ଆଲୋଚନା କରିନୁ। ଆଇପିଏଲ ଓ ଅନ୍ତର୍ଜାତୀୟ କ୍ରିକେଟରେ ବହୁତ ପାର୍ଥକ୍ୟ ରହିଛି। ଆପଣଙ୍କୁ ଅଭିଜ୍ଞତା ଦରକାର। ଆମେ ଆବଶ୍ୟକ ବାଲାନ୍ସ ଓ ଶକ୍ତିଶାଳୀ ଖେଳାଳି ଦଳରେ ରଖିଛୁ। ଆଇପିଏଲରୁ ଆପଣ ସକାରାତ୍ମକ ଜିନିଷ ଗ୍ରହଣ କରନ୍ତୁ। ବିଶ୍ୱକପ ମ୍ୟାଚର ଚାପ କିଛି ଭିନ୍ନ।”

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମ୍ପର୍କରେ ସେ କହିଛନ୍ତି, “ଉପ ଅଧିନାୟକ ପଦକୁ ନେଇ ମଧ୍ୟ କୌଣସି ଆଲୋଚନା ହୋଇନି। ହାର୍ଦ୍ଦିକ ପାଣ୍ଡ୍ୟା ଜଣେ କ୍ରିକେଟର ଭାବେ ଯାହା ଆଣନ୍ତି, ତା’କୁ ବଦଳାଇବା ବେଶ ଚ୍ୟାଲେଞ୍ଜିଂ। ସେ କ୍ୟାପ୍ଟେନଙ୍କୁ ଅନେକ ବିକଳ୍ପ ଦିଅନ୍ତି। ସେହିପରି ସେ ଦୀର୍ଘ ସମୟ ପରେ ଦଳକୁ ଫେରିଛନ୍ତି। ସେ ଯାହା କରିପାରିବେ, ତା’ର ବିକଳ୍ପ ନାହିଁ।”

Bcci Rohit Sharma T20 Match T20 World Cup Ajit Agarkar