Advertisment

ରେକର୍ଡ ବ୍ରେକିଂ ଇନିଂସ ଖେଳିଲେ ଏହି ପ୍ରଖ୍ୟାତ ଫିଲ୍ମ ପ୍ରଯୋଜକଙ୍କ ପୁଅ

ଅଗ୍ନି ରଣଜୀ ଟ୍ରଫିର ପ୍ରଥମ ବ୍ୟାଟର ଭାବେ ସମାନ ମ୍ୟାଚ୍‌ରେ ଗୋଟିଏ ଇନିଂସରେ ଡବଲ ଟନ୍‌ ଓ ଆଉ ଗୋଟିଏ ଇନିଂସରେ ଶତକ ହାସଲ କରିଛନ୍ତି।

Agni Chopra

Agni Chopra

Advertisment

ପୁଣିଥରେ କମାଲ କରିଛନ୍ତି ଅଗ୍ନି ଚୋପ୍ରା। ୨୦୨୩-୨୪ ରଣଜୀ ସିଜିନରେ ନିଜର ବ୍ୟାଟିଂ ଯାଦୁ ଦେଖାଇଥିବା ଅଗ୍ନି ଚଳିତ ବର୍ଷ ମଧ୍ୟ ନିଜର ଜଲୱା ଦେଖାଇଛନ୍ତି। ବର୍ତ୍ତମାନ ଚାଲିଥିବା ରଣଜୀ ଋତୁରେ ତାଙ୍କ ବ୍ୟାଟରୁ ରନ ବର୍ଷା ହୋଇଛି।

Advertisment

ଅଗ୍ନି ହେଉଛନ୍ତି ପ୍ରଖ୍ୟାତ ଫିଲ୍ମ ନିର୍ମାତା ବିଧୁ ବିନୋଦ ଚୋପ୍ରା ଓ ଫିଲ୍ମ କ୍ରିଟିକ୍ସ ଅନୁପମା ଚୋପ୍ରାଙ୍କ ପୁଅ। ଅଗ୍ନି ରଣଜୀ ଟ୍ରଫିର ପ୍ରଥମ ବ୍ୟାଟର ଭାବେ ସମାନ ମ୍ୟାଚ୍‌ରେ ଗୋଟିଏ ଇନିଂସରେ ଡବଲ ଟନ୍‌ ଓ ଆଉ ଗୋଟିଏ ଇନିଂସରେ ଶତକ ହାସଲ କରିଛନ୍ତି।

ମିଜୋରାମ ପାଇଁ ରଣଜୀ ଖେଳୁଥିବା ଅଗ୍ନି ଅରୁଣାଚଳ ପ୍ରଦେଶ ବିପକ୍ଷ ମ୍ୟାଚରେ ଏପରି ରେକର୍ଡ ବ୍ରେକିଂ ଇନିଂସ ଖେଳିଛନ୍ତି। ପ୍ରଥମ ଇନିଂସରେ ସେ ୧୩୮ ବଲରେ ୧୧୦ ରନର ଇନିଂସ ଖେଳିଥିଲେ।

Advertisment

ତେବେ ଦ୍ୱିତୀୟ ଇନିଂସରେ ସେ ନିଜର ବିସ୍ଫୋରକ ରୂପ ଦେଖାଇ ୨୦୯ ବଲରେ ୨୩୮ ରନ କରିଛନ୍ତି। ପ୍ଲେଟ ଡିଭିଜନ ମ୍ୟାଚ୍‌ରେ ୨୫ ବର୍ଷୀୟ ଅଗ୍ନିଙ୍କ ଏପରି ବ୍ୟାଟିଂ ଯୋଗୁ ମିଜୋରାମ ୨୬୭ ରନରେ ବିଜୟ ହାସଲ କରିଛି। ଅଗ୍ନିଙ୍କୁ ମଧ୍ୟ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

12th Failର ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା ସର୍ବକାଳୀନ ହିଟ ଫିଲ୍ମ ୩ ଇଡିୟଟ୍‌ର ପ୍ରଯୋଜକ। ଏବେ ତାଙ୍କ ପୁଅ ଅଗ୍ନିଙ୍କ ସ୍ୱପ୍ନ ହେଲା ଆଇପିଏଲରେ ଖେଳିବା। ସେ କ୍ରମାଗତ ଭଲ ଇନିଂସ ଖେଳୁ ଥିବାରୁ ଏଥର ଆଇପିଏଲରେ ହେବାକୁ ଥିବା ମେଗା ଅକ୍ସନରେ ତାଙ୍କୁ ନେବା ପାଇଁ ପ୍ରାଞ୍ଚାଇଜମାନେ ଆଗ୍ରହ ଦେଖାଇ ପାରନ୍ତି।

ଚଳିତ ବର୍ଷ ଜାନୁଆରୀ ମାସରେ ଅଗ୍ନି ପ୍ରଥମ ବ୍ୟାଟର ଭାବେ ପ୍ରଥମ ୪ ରଣଜୀ ମ୍ୟାଚ୍‌ର ପ୍ରଥମ ଇନିଂସରେ ୪ଟି ଶତକ ହାସଲ କରିଥିଲେ। ଏପରି ରେକର୍ଡ କରିବାରେ ସେ ପ୍ରଥମ ବ୍ୟାଟର ବନିଥିଲେ।

ସେ ୨୦୨୩-୨୪ର ପ୍ରଥମ ୪ ରଣଜୀ ମ୍ୟାଚରେ ଯଥାକ୍ରମ ୧୦୫ ଓ ୧୦୧, ୧୧୪ ଓ ୧୦, ୧୬୪ ଓ ୧୫ ଏବଂ ୧୧୬ ଓ ୯୨ ରନର ଇନିଂସ ଖେଳିଥିଲେ। ତାଙ୍କ ବ୍ୟାଟିଂ ହାର ୯୫.୮୭ ରହିଥିଲା।

Film Agni Chopra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe