Advertisment

ଆଉ ଏକ ରେକର୍ଡ କଲେ ୩ ଇଡିୟଟ ଫିଲ୍ମ ପ୍ରଯୋଜକଙ୍କ ପୁଅ

ଅରୁଣାଚଳ ପ୍ରଦେଶ ବିପକ୍ଷରେ ଅଗ୍ନି ପ୍ରଥମ ଇନିଂସରେ ୧୧୦ ଓ ଦ୍ୱିତୀୟ ଇନିଂସରେ ଅପରାଜିତ ୨୩୮ ରନର ଇନିଂସ ଖେଳିଥିଲେ। ମିଜୋରାମ ଏହି ମ୍ୟାଚ୍‌କୁ ୨୬୭ ରନରେ ବିଜୟୀ ହୋଇଥିଲା।

author-image
Hemant Lenka
Agni Chopra

Agni Chopra

ସୁପର ହିଟ୍‌ ବଲିଉଡ ଫିଲ୍ମ ୩ ଇଡିୟଟର ପ୍ରଯୋଜକ ବିଧୁ ବିନୋଦ ଚୋପ୍ରାଙ୍କ ପୁଅ ଅଗ୍ନି ରଣଜୀ ଟ୍ରଫିରେ ନିଜ ଜଲୱା ଜାରି ରଖିଛନ୍ତି। ସେ ମିଜୋରାମ ପାଇଁ ରଣଜୀ ମୁକାବିଲାରେ ପୁଣି ଗୋଟିଏ ଡବଲ ଟନ ହାସଲ କରିଛନ୍ତି। ଏହା ତାଙ୍କ କ୍ରିକେଟର କ୍ୟାରିୟରର କ୍ରମାଗତ ଦ୍ୱିତୀୟ ଡବଲ ସେଞ୍ଚୁରୀ। ସେ ମଣିପୁର ବିପକ୍ଷରେ ୨୬୯ ବଲରେ ୨୧୮ ରନର ଇନିଂସ ଖେଳିଛନ୍ତି। ତାଙ୍କ ଡବଲ ଟନ ବଳରେ ମିଜୋରାମ ତା’ର ପ୍ରଥମ ଇନିଂସରେ ବିଶାଳ ୫୩୬ ରନ କରିଛି।

Advertisment

ଅରୁଣାଚଳ ପ୍ରଦେଶ ବିପକ୍ଷରେ ଅଗ୍ନି ପ୍ରଥମ ଇନିଂସରେ ୧୧୦ ଓ ଦ୍ୱିତୀୟ ଇନିଂସରେ ଅପରାଜିତ ୨୩୮ ରନର ଇନିଂସ ଖେଳିଥିଲେ। ମିଜୋରାମ ଏହି ମ୍ୟାଚ୍‌କୁ ୨୬୭ ରନରେ ବିଜୟୀ ହୋଇଥିଲା।

ଅଗ୍ନି ପୂର୍ବରୁ ମୁମ୍ବାଇ ପାଇଁ ଅଣ୍ଡର ୧୯ ଓ ଅଣ୍ଡର ୨୩ କ୍ରିକେଟ ଖେଳିଥିଲେ। ହେଲେ ୨୫ ବର୍ଷୀୟ ଅଗ୍ନିଙ୍କୁ ତାଙ୍କ କୋଚ କୁଶପ୍ରୀତ ସିଂହ ଆଉ ଏକ ରାଜ୍ୟରୁ ଖେଳିବାକୁ ପରାମର୍ଶ ଦେଇଥିଲେ। ଏହାପରେ ସେ ମିଜୋରାମ ପାଇଁ ରଣଜୀ ଖେଳି ଚାଲିଛନ୍ତି।

Advertisment

ରଣଜୀ ଟ୍ରଫି ପ୍ଲେଟ ଲିଗରେ ଦମଦାର ଫର୍ମରେ ଥିବା ଅଗ୍ନି ଚଳିତ ବର୍ଷ ଜାନୁଆରୀ ମାସରେ ପ୍ରଥମ ବ୍ୟାଟର ଭାବେ ନିଜର ପ୍ରଥମ ୪ ରଣଜୀ ମ୍ୟାଚ୍‌ର ପ୍ରଥମ ଇନିଂସରେ ୪ଟି ଶତକ ହାସଲ କରିଥିଲେ। ଏପରି ରେକର୍ଡ କରିବାରେ ସେ ପ୍ରଥମ ବ୍ୟାଟର ବନିଥିଲେ।

ସେ ୨୦୨୩-୨୪ର ପ୍ରଥମ ୪ ରଣଜୀ ମ୍ୟାଚରେ ଯଥାକ୍ରମ ୧୦୫ ଓ ୧୦୧, ୧୧୪ ଓ ୧୦, ୧୬୪ ଓ ୧୫ ଏବଂ ୧୧୬ ଓ ୯୨ ରନର ଇନିଂସ ଖେଳିଥିଲେ। ତାଙ୍କ ବ୍ୟାଟିଂ ହାର ୯୫.୮୭ ରହିଥିଲା। ୪ ମ୍ୟାଚ୍‌ରେ ୪ ଶତକ ହାସଲ କରିବା ରେକର୍ଡ ମଧ୍ୟ ଡନ ବ୍ରାଡମ୍ୟାନଙ୍କ ନାଁରେ ନାହିଁ।

Cricket Ranji Trophy