Advertisment

ସାମ୍ନାକୁ ଆସିଲା ଆଇପିଏଲ୍ ଫ୍ରାଞ୍ଚାଇଜି ଅହମଦାବାଦର ନୂଆ ନାଁ!

ନୂଆଦିଲ୍ଲୀ: ଆଇପିଏଲର ୧୫ଶ ସଂସ୍କରଣରେ ଦୁଇ ନୂଆ ଟିମ୍ ଭାଗ ନେବେ। ସେଥିମଧ୍ୟରୁ ଗୋଟିଏ ଟିମ୍ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ଓ ଅନ୍ୟଏକ ଟିମ୍ ଅହମଦାବାଦର। ଲକ୍ଷ୍ନୌ ତା’ ଫ୍ରାଞ୍ଚାଇଜିର ନାଁ କିଛି ଦିନ ତଳେ ଘୋଷଣା କରିଥିବା ବେଳେ ଅହମଦାବାଦର ନାଁ ଘୋଷଣା ବାକି ଥିଲା। ଏବେ ଅହମଦାବାଦ ଫ୍ରାଞ୍ଚାଇଜି ସୋମବାର ନିଜ ଟିମର ଘୋଷଣା କରିଥିବା ସୋଶାଲ ମିଡିଆରେ ଜଣାପଡ଼ିଛି। ଅହମଦାବାଦ ନିଜ ଟିମର ନାଁ ଅହମଦାବାଦ ଟାଇଟନ୍ସ ରଖିଛି। ତେବେ ଅହମଦାବାଦ ଫ୍ରାଞ୍ଚାଇଜି […]

ସାମ୍ନାକୁ ଆସିଲା ଆଇପିଏଲ୍ ଫ୍ରାଞ୍ଚାଇଜି ଅହମଦାବାଦର ନୂଆ ନାଁ!

ipl

Advertisment

ନୂଆଦିଲ୍ଲୀ: ଆଇପିଏଲର ୧୫ଶ ସଂସ୍କରଣରେ ଦୁଇ ନୂଆ ଟିମ୍ ଭାଗ ନେବେ। ସେଥିମଧ୍ୟରୁ ଗୋଟିଏ ଟିମ୍ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ଓ ଅନ୍ୟଏକ ଟିମ୍ ଅହମଦାବାଦର। ଲକ୍ଷ୍ନୌ ତା’ ଫ୍ରାଞ୍ଚାଇଜିର ନାଁ କିଛି ଦିନ ତଳେ ଘୋଷଣା କରିଥିବା ବେଳେ ଅହମଦାବାଦର ନାଁ ଘୋଷଣା ବାକି ଥିଲା। ଏବେ ଅହମଦାବାଦ ଫ୍ରାଞ୍ଚାଇଜି ସୋମବାର ନିଜ ଟିମର ଘୋଷଣା କରିଥିବା ସୋଶାଲ ମିଡିଆରେ ଜଣାପଡ଼ିଛି। ଅହମଦାବାଦ ନିଜ ଟିମର ନାଁ ଅହମଦାବାଦ ଟାଇଟନ୍ସ ରଖିଛି। ତେବେ ଅହମଦାବାଦ ଫ୍ରାଞ୍ଚାଇଜି ପକ୍ଷରୁ ଏ ନେଇ ଅଫିସିଆଲ୍ ଘୋଷଣା କରାଯାଇନାହିଁ।

Advertisment

ଅହମଦାବାଦକୁ ସିଭିସି କ୍ୟାପିଟାଲ୍ସ କିଣିଥିଲା। ନିଲାମ ପୂର୍ବରୁ ଫ୍ରାଞ୍ଚାଇଜି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଆଫଗାନିସ୍ତାନ୍ ଲେଗ୍ ସ୍ପିନର ରାଶିଦ୍ ଖାନ୍ ଏବଂ ଭାରତୀୟ ଯୁବ ଓପ୍ନର ଶୁବମନ୍ ଗିଲଙ୍କୁ ନିଜ ଟିମରେ ସାମିଲ୍‌ କରିଥିଲା। ଫ୍ରାଞ୍ଚାଇଜି ହାର୍ଦ୍ଦିକ ଓ ରାଶିଦଙ୍କୁ ୧୫ କୋଟି ଟଙ୍କା ଲେଖାଏ ପ୍ରଦାନ କରିଛି। ସେହିପରି ଗିଲଙ୍କୁ ୮ କୋଟି ଟଙ୍କାରେ ଅହମଦାବାଦ ନେଇଛି। ପୂର୍ବ ସଂସ୍କରଣ ଗୁଡ଼ିକରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଟିମର ନେତୃତ୍ୱ ନେବେ। ହାର୍ଦ୍ଦିକଙ୍କୁ ଏହା ପୂର୍ବରୁ କେବେବି କ୍ୟାପଟେନ୍ସି କରିବାର ସୁଯୋଗ ମିଳିନାହିଁ।

ଆସନ୍ତା ୧୨ ଓ ୧୩ ତାରିଖରେ ଆଇପିଏଲର ମେଗା ଅକ୍ସନ ହେବ। ନିଲାମରେ ଅହମଦାବାଦ ଟିମ୍ ଅତିକମରେ ଆଉ ୨୨ ଖେଳାଳିଙ୍କ କିଣି ପାରିବ, ଯେଉଁଥିରେ ୭ ବିଦେଶୀ ଖେଳାଳି ରହିପାରନ୍ତି। ନିଲାମ ପାଇଁ ଗୋଟିଏ ଟିମର ପର୍ସରେ ୯୦ କୋଟି ଟଙ୍କା ରହିବ। ଅହମଦାବାଦ ତିନି ଖେଳାଳିଙ୍କୁ ଡ୍ରାଫ୍ଟ କରି ୩୮ କୋଟି ଟଙ୍କା ଖର୍ଚ୍ଚ କରିଛି। ଏବେ ଟିମ୍ ପାଖରେ ଖେଳାଳିଙ୍କୁ କିଣିବା ପାଇଁ ୫୨ କୋଟି ଟଙ୍କା ରହିଛି।

Advertisment

୨୦୧୧ ବିଶ୍ୱକପରେ ଭାରତୀୟ କ୍ରିକେଟ୍‌ ଟିମର ମୁଖ୍ୟ କୋଚ୍ ରହିଥିବା ଗ୍ୟାରୀ କର୍ଷ୍ଟନ ଅହମଦାବାଦର ମେଣ୍ଟର ହୋଇଛନ୍ତି। ଏହାଛଡ଼ା ଭାରତର ପୂର୍ବତନ ପେସର ଆଶିଷ ନେହରା ଟିମର ମୁଖ୍ୟ କୋଚ୍ ଏବଂ ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବ୍ରିକମ୍ ସୋଲାଙ୍କି ଟିମର ଡାଇରେକ୍ଟର ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe