Advertisment

ବାର୍ବାଡସରୁ ଫେରୁଛି ଟିମ୍ ଇଣ୍ଡିଆ; ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ୱାଙ୍ଖଡେରେ ହେବ ଭବ୍ୟ ସ୍ୱାଗତ

ଫାଇନାଲ୍ ମ୍ୟାଚ୍ ସରିବା ପରେ ଘୂର୍ଣ୍ଣିଝଡ଼ କାରଣରୁ ଚାରି ଦିନ ହେବ ବାର୍ବାଡସରେ ଫସି ରହିଥିଲା ଟିମ୍ ଇଣ୍ଡିଆ।

author-image
Debibandita Barick
Air India Flight

Air India Flight

ଟି-ଟ୍ୱେଣ୍ଟି ବିଜୟ ପରେ ବାର୍ବାଡସରୁ ଭାରତ ଫେରୁଛନ୍ତି ବିଜୟୀ ଟିମ୍। ଭାରତୀୟ ଖେଳାଳି, ସପୋର୍ଟ ଟିମ୍ ଏବଂ ସାମ୍ବାଦିକମାନଙ୍କୁ ନେଇ ଏୟାର ଇଣ୍ଡିଆର ଚାଟାଡ୍ ଫ୍ଲାଇଟ୍ ଭାରତ ଫେରୁଛି। ଫାଇନାଲ୍ ମ୍ୟାଚ୍ ସରିବା ପରେ ଘୂର୍ଣ୍ଣିଝଡ଼ କାରଣରୁ ଚାରି ଦିନ ହେବ ବାର୍ବାଡସରେ ଫସି ରହିଥିଲା ଟିମ୍ ଇଣ୍ଡିଆ।

Advertisment

ରିପୋର୍ଟ ଅନୁସାରେ, ଆଜି ସନ୍ଧ୍ୟାରେ ବାର୍ବୋଡସର ବିମାନ ବନ୍ଦରରୁ ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନ ଟିମର ଖେଳାଳି, ସପପୋର୍ଟ ଟିମ୍ ଏବଂ ସାମ୍ବାଦିକମାନଙ୍କୁ ନେଇ ଉଡ଼ାଣ ଭରିଛି। ଆସନ୍ତାକାଲି ସକାଳ ୬ଟାରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବ।

ଏହାପରେ ଖେଳାଳିମାନେ ସକାଳ ୯ଟା ୩୦ରେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିବେ। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସାରି ସେଠାରୁ ଚାଟାଡ ବିମାନ ଯୋଗେ ମୁମ୍ବାଇ ଯିବେ। ମୁମ୍ବାଇ ବିମାନ ବନ୍ଦରରୁ ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବେ।

Advertisment

ୱାଙ୍ଖଡେ ଷ୍ଟାଡିୟମରେ ଏକ କିଲୋମିଟରର ବସ୍ ପ୍ୟାରେଡର କାର୍ଯ୍ୟକ୍ରମ ରହିଛି। ସେଠାରେ ଭବ୍ୟ ସ୍ୱାଗତ ପରେ ଅଧିନାୟକ ରୋହିତ ଶର୍ମା ବିସିସିଆଇ ସେକ୍ରେଟାରୀ ଜୟ ଶାହଙ୍କୁ ବିଶ୍ୱକପ୍ ହସ୍ତାନ୍ତର କରିବେ। ସେଠାରେ ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ସନ୍ଧ୍ୟାରେ ଖେଳାଳିମାନେ ପ୍ରତ୍ୟାବର୍ତ୍ତନ କରିବେ।

ପ୍ରକାଶ ଥାଉକି ଜୁନ୍ ୨୯ରେ ବାର୍ବାଡସରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଖେଳା ଯାଇଥିଲା। କିନ୍ତୁ ସେଠାରେ ଏକ ଘୂର୍ଣ୍ଣିଝଡ଼ ବେରିଲ୍ ସୃଷ୍ଟି ହେବା କାରଣରୁ ପାଣିପାଗକୁ ଦୃଷ୍ଟିରେ ରଖି ବିମାନ ଉଡ଼ାଣ କରିପାରି ନଥିଲା। ଜୁଲାଇ ୧ରେ ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ବିସିସିଆଇ ବାର୍ବାଡସକୁ ସ୍ୱତନ୍ତ୍ର ବିମାନ ପଠାଇଥିଲା।

କିନ୍ତୁ ଏହାପରେ ମଧ୍ୟ ପାଗରେ ପରିବର୍ତ୍ତନ ନ ଆସିବାରୁ ବିମାନ ଉଡ଼ାଣ ବିଳମ୍ବ ହୋଇଥିଲେ। ଶେଷରେ ଭାରତ ଫେରୁଛନ୍ତି ବିଜୟୀ ଟିମ୍। ଦୀର୍ଘ ୧୭ ବର୍ଷ ପରେ ବିଶ୍ୱକପ୍ ଜିତି ଥିବା ଟିମ୍ ଇଣ୍ଡିଆକୁ ସ୍ୱାଗତ କରିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି କ୍ରିକେଟ ପ୍ରେମୀ। 

Bcci Indian Cricket Team T20 World Cup ICC World Cup Air India Flight Barbados