ଅଜିଙ୍କ୍ୟ ରାହାଣେଙ୍କ ସଂଘର୍ଷର କାହାଣୀ: ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ଅନ୍ତର୍ଜାତୀୟ କ୍ରିକେଟରେ ପରିଚିତ ହେବା ବେଳର କଥାକୁ ମଧ୍ୟ ରାହାଣେ ମନେ ପକାଇଛନ୍ତି। ଭାରତ ପାଇଁ ଡେବ୍ୟୁ କରିବା ବେଳେ ରାହାଣେ କେମିତି ଗୋଟିଏ ପୁରୁଣା ୱାଗନର କାର କିଣିଥିଲେ, ସେକଥା ମଧ୍ୟ କହିଛନ୍ତି।

Rahane

ଅଜିଙ୍କ୍ୟ ରାହାଣେ

Hemant Lenka
  • Published: Monday, 17 February 2025
  • Updated: 17 February 2025, 06:54 PM IST

Sports

Latest News

ଭାରତୀୟ କ୍ରିକେଟର ଜଣାଶୁଣା ନାଁ ହେଉଛି ଅଜିଙ୍କ୍ୟ ରାହାଣେ। ତାଙ୍କ ପରିଚୟର ଆବଶ୍ୟକତା ନାହିଁ। ରାହାଣେ ଭାରତ ପାଇଁ କ୍ରିକେଟର ୩ଟି ଯାକ ଫର୍ମାଟ ଖେଳିଛନ୍ତି। ତେବେ କ୍ରିକେଟର ଟେଷ୍ଟ ଫର୍ମାଟରେ ରାହାଣେ ଅଧିକ ସଫଳତା ହାସଲ କରିଛନ୍ତ। ଟେଷ୍ଟ କ୍ରିକେଟ ରାହାଣେଙ୍କୁ ଭାରତର ଘରେଘରେ ପରିଚିତ କରାଇଛି।

ସେ ଅଧିନାୟକ ଭାବେ ମଧ୍ୟ ଭାରତକୁ ଟେଷ୍ଟ ସିରିଜ ଭେଟି ଦେଇଛନ୍ତି। ତାଙ୍କ ନେତୃତ୍ୱରେ ଦଳ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗଭାସ୍କାର ଟ୍ରଫି ଜିତିଥିଲା। ଏହି ସିରିଜରେ ରାହାଣେ ଐତିହାସିକ ମେଲବର୍ଣ୍ଣରେ ଶତକ ମାରିଥିଲେ। ଭାରତ ଗାବାରେ ମଧ୍ୟ ଅଷ୍ଟ୍ରେଲିଆକୁ ପ୍ରଥମଥର ହରାଇଥିଲା।

ସମୟ ବିତିବା ସହ ରାହାଣେ ଖରାପ ଫର୍ମ ପାଇଁ ଏବେ ଭାରତୀୟ ଟିମରୁ ବାହାରେ ରହିଛନ୍ତି। ପୂର୍ବରୁ ଟି-୨୦ ଓ ଦିନିକିଆରେ ରାହାଣେଙ୍କୁ ଭାରତୀୟ ଟିମରୁ ବାଦ ଦିଆଯାଇଥିଲା। ସେ କେବଳ ଟେଷ୍ଟ ସ୍ପେଶାଲିଷ୍ଟ ଭାବେ ନଜର ଆସୁଥିଲେ। କିନ୍ତୁ ଏବେ ତାଙ୍କୁ ଟେଷ୍ଟ କ୍ରିକେଟରୁ ମଧ୍ୟ ବାଦ ଦିଆଯାଇଛି। ବେଶ କିଛି ମାସ ହେଲା ରାହାଣେ ଭାରତୀୟ ଟିମରୁ ବାହାରେ ରହିଥିଲେ ହେଁ ସେ କମବ୍ୟାକର ଆଶା ଛାଡ଼ି ନାହାନ୍ତି। ଏଥିପାଇଁ ରାହାଣେ ନିୟମିତ ରଣଜୀ ଟ୍ରଫି ଖେଳି ଚାଲିଛନ୍ତି। ତାଙ୍କ ବ୍ୟାଟରୁ ମଧ୍ୟ ରନ ବାହାରିବାରେ ଲାଗିଛି।

Also Read

ରଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ ସତ୍ତ୍ୱେ ରାହାଣେଙ୍କ ଉପରେ ଚୟନକର୍ତ୍ତୀଙ୍କ ଦୃଷ୍ଟି ପଡ଼ୁନାହିଁ। ତଥାପି ସେ ତାଙ୍କ କର୍ତ୍ତବ୍ୟ କରି ଚାଲିଛନ୍ତି। ଜଣେ ସଫଳ କ୍ରିକେଟର ହେବାକୁ ରାହାଣେ ମଧ୍ୟ ଅନେକ ବଳିଦାନ ଓ ସଂଘର୍ଷ କରିଛନ୍ତି। ଶାନ୍ତ ରହିବା ସହ ସେ କେବଳ ସୁଯୋଗ ଅପେକ୍ଷାରେ ଅଛନ୍ତି। ଏଥର ମଧ୍ୟ ସେ ବିଚଳିତ ନ ହୋଇ ସୁଯୋଗକୁ ଛକି ବସିଛନ୍ତି। କାରଣ ରାହାଣେ ପୂର୍ବରୁ ମଧ୍ୟ ଅନେକ ସଂଘର୍ଷ କରିଥିଲେ।

ରାହାଣେଙ୍କ ସଂଘର୍ଷ

ସବୁ କ୍ରିକେଟଙ୍କ ଭଳି ରାହାଣେ ମଧ୍ୟ ରାତାରାତି ଷ୍ଟାର ବନି ନାହାନ୍ତି। ସେ ମଧ୍ୟ ଅନ୍ୟମାନଙ୍କ ଭଳି ସଂଘର୍ଷ କରିଥିଲେ। ତାଙ୍କୁ ଆର୍ଥିକ ସଙ୍କଟର ସାମ୍ନାକୁ କରିବାକୁ ପଡ଼ିଥିଲା। ତଥାପି ସେ ହାର ନ ମାନି ଭାରତ ପାଇଁ କ୍ରିକେଟ ଖେଳିବାର ଜିଦରେ ଆଗକୁ ବଢ଼ି ଚାଲିଥିଲେ। ଶେଷରେ ତାଙ୍କୁ ସଫଳତା ମିଳିଛି। ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ ହେଁ ରାହାଣେ ଅଭ୍ୟାସ ଜାରି ରଖିଥିଲେ। ପରିବାର ଲୋକ ବହୁତ କଷ୍ଟରେ ରାହାଣେଙ୍କ ଖେଳିବା ଖର୍ଚ୍ଚ ବହନ କରୁଥିଲେ। 

ରାହାଣେ ଏ ସମ୍ପର୍କରେ କହିଛନ୍ତି, “ମୁଁ ଡୋମ୍ବିଭାଲି(ମହାରାଷ୍ଟ୍ର)ରୁ ଆସିଥାଏ। ସେଠାରୁ ଟ୍ରେନରେ ଆସିବା ମୋ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିଲା। ମୋତେ ୮ ବର୍ଷ ବୟସ ହୋଇଥିବା ବେଳେ ମୁଁ ସେଠାରୁ ଏକାକୀ ଆସିବାକୁ ବାଧ୍ୟ ହେଉଥିଲି। କାରଣ ମୋ ବାପାଙ୍କୁ ଘର ଚଳାଇବା ପାଇଁ ଅଫିସ ମଧ୍ୟ ଯିବାକୁ ପଡ଼ୁଥିଲା। ମୁଁ ନିମ୍ନ ମଧ୍ୟବିତ୍ତ ପରିବାରର ପିଲା।

ବାପା ଅଫିସରେ କାମ କରି ଯେତିକି ଟଙ୍କା ଆଣନ୍ତି, ସେଥିରେ ପରିବାର ଚଳିପାରେ ନାହିଁ। ତେଣୁ ମୋ ମା’ ବାହାର ଲୋକଙ୍କ ପିଲାଙ୍କ କାମ କରି କିଛି ଆୟ କରନ୍ତି। ସେସବୁ କଥା ଏବେ ବି ମୋ ମୁଣ୍ଡରେ ରହିଛି। ଖାସ ଉକ୍ତ କାରଣ ପାଇଁ ମୁଁ ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରେ। ଏହି ନାଁ ଓ ଟଙ୍କା ସବୁ କିଛି କ୍ରିକେଟରୁ ହିଁ ଆସିଛି। କ୍ରିକେଟ ବିନା ମୋ ପରିଚୟ କିଛି ନୁହେଁ।”

କ୍ୟାପ୍ଟେନ ଭାବେ ଭାରତକୁ ଦମଦାର ବିଜୟ ଭେଟି ଦେଇଥିବା ଭେଟରାନ ବ୍ୟାଟର ରାହାଣେ ନିଜର ନେତୃତ୍ୱ ନେବାର ମାନସିକତା ଉପରେ ମଧ୍ୟ ମତ ରଖିଛନ୍ତି। ସେ କହିଛନ୍ତି, “ମୁଁ କେବେ ହେଲେ କୌଣସି ଖେଳାଳିଙ୍କ ବ୍ୟକ୍ତିଗତ ଶୈଳୀରେ ହସ୍ତକ୍ଷେପ କରେନାହିଁ। କିନ୍ତୁ ଜଣେ ଲିଡର ହିସାବରେ ମୋତେ ସେମାନଙ୍କୁ କିଛି କହିବାର ଅଛି, ତା’ହେଲେ ମୁଁ ନିଶ୍ଚିତ କହିଥାଏ। ମୁଁ ଦକ୍ଷତା ସମ୍ପନ୍ନ ଖେଳାଳି ଦେଖିଛି।

କିନ୍ତୁ ଭୁଲ ବିଚାର ଓ ଭୁଲ ସଂଗତ ଯୋଗୁ ସେମାନେ ଖରାପ ରାସ୍ତାରେ ଚାଲି ଯାଇଛନ୍ତି। ଆମେ କେଉଁ ସ୍ତରରୁ ଆସିଛେ, ସେକଥା ନ ଭୁଲିବା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଅଧିକାଂଶ ସମୟରେ ଯଦି ଜଣେ ଖେଳାଳି ରନ ପରେ ରନ କରୁଛି, ତା’ହେଲେ ଆପଣ ଦେଖିବେ ଲୋକମାନେ ତାଙ୍କ ସପକ୍ଷରେ ରହିଥିବେ। ହଠାତ୍‌ ଯଦି ଖେଳାଳି ନେଉଥିବା ପଦକ୍ଷେପ ଭୁଲ ହୋଇଯାଏ, ତା’ହେଲେ ସମାନ ଲୋକମାନେ ଚାଲିଯିବେ। ତେଣୁ ଆପଣଙ୍କର ପ୍ରକୃତ ବନ୍ଧୁ କେଉଁମାନେ ସେମାନଙ୍କୁ ଜାଣିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।”

ସେ କହିଛନ୍ତି, “ଅନ୍ତର୍ଜାତୀୟ ସ୍ତରରେ ହିଁ ମୋ ପରିବାର ମୂଲ୍ୟବୋଧ ସବୁ କିଛି ମନେ ପକାଇ ଦେଇଥିଲେ। ସେମାନେ କେବେ ହେଲେ ଖର୍ଚ୍ଚ କରିବାକୁ ବାରଣ କରନ୍ତି ନାହିଁ, କିନ୍ତୁ ଖର୍ଚ୍ଚ ଆବଶ୍ୟକତା ଅନୁସାରେ କରିବାକୁ କୁହନ୍ତି। ମୋ ଜୀବନର ବହୁତ ବିଳମ୍ବରେ ମୁଁ କାର କିଣିଛି। ମୁଁ ନିଲେଶ କୁଲକର୍ଣ୍ଣୀ, ଅଭିସ୍କାର ସାଲଭି କିମ୍ବା ପ୍ରବୀଣ ତାମ୍ବେଙ୍କ ଠାରୁ ଲିଫ୍ଟ ନେଇ ଯାଇଥାଏ। ଭାରତ ପାଇଁ ଖେଳିବା ସମୟରେ ମୁଁ ଗୋଟିଏ ପୁରୁଣା ୱାଗନର କାର କିଣିଥିଲି। ଲୋକମାନେ ମୋତେ ବଡ଼ କାର କିଣିବାକୁ କହିଥିଲେ। କିନ୍ତୁ ମୋ ପାଇଁ ଠିକ ଭାବେ ବସି ଯାତ୍ରା କରିବା ହିଁ ଗୁରୁତ୍ୱପୂର୍ଣ୍ଣ ଥିଲା। ମୁଁ ଚତୁରତାର ସହ ନିବେଶ କରିବାକୁ ଚାହିଁଥିଲି। ଏହାର ଦୁଇ ବର୍ଷ ପରେ ଗୋଟିଏ ହୋଣ୍ଡା ସିଟି କିଣିଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story