Advertisment

ଚେତାବନୀ ଦେଇଥିଲା ବିସିସିଆଇ, ବ୍ୟାଟ୍‌ରେ ଦେଲେ ଜବାବ

ଅହମଦାବାଦ: ଲଗାତର ଖରାପ ଫର୍ମରେ ଥିବା ଟିମ୍ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଅଜିଙ୍କ୍ୟ ରାହାଣେ ଆଜିଠାରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫିରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ଅହମଦାବାଦରେ ସୌରାଷ୍ଟ୍ର ବିପକ୍ଷ ଗ୍ରୁପ୍-ଡି’ ମ୍ୟାଚରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ରାହାଣେ ଶତକ ମାରିଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏକ ସମୟରେ ମୁମ୍ବାଇ ୪୪ ରନରେ ୩ ୱିକେଟ୍ ହରାଇ ବସିଥିଲା। ତେବେ ଏହି ସମୟରେ ରାହାଣେ ଅଭିଜ୍ଞତାର ପରିଚୟ […]

ଚେତାବନୀ ଦେଇଥିଲା ବିସିସିଆଇ, ବ୍ୟାଟ୍‌ରେ ଦେଲେ ଜବାବ

rahane

Advertisment

ଅହମଦାବାଦ: ଲଗାତର ଖରାପ ଫର୍ମରେ ଥିବା ଟିମ୍ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଅଜିଙ୍କ୍ୟ ରାହାଣେ ଆଜିଠାରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫିରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ଅହମଦାବାଦରେ ସୌରାଷ୍ଟ୍ର ବିପକ୍ଷ ଗ୍ରୁପ୍-ଡି’ ମ୍ୟାଚରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ରାହାଣେ ଶତକ ମାରିଛନ୍ତି।

Advertisment

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏକ ସମୟରେ ମୁମ୍ବାଇ ୪୪ ରନରେ ୩ ୱିକେଟ୍ ହରାଇ ବସିଥିଲା। ତେବେ ଏହି ସମୟରେ ରାହାଣେ ଅଭିଜ୍ଞତାର ପରିଚୟ ଦେଇଥିଲେ। ତାଙ୍କୁ ଭରପୂର ସହଯୋଗ କରିଥିଲେ ସର୍ଫରାଜ ଖାନ୍। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ଅପରାଜିତ ଦ୍ୱିଶତକୀୟ ଭାଗିଦାରୀ କରି ଦଳକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଛନ୍ତି।

ରାହାଣେ ୨୫୦ ବଲର ସାମ୍ନା କରି ୧୪ ଚୌକା ଓ ୨ ଛକା ସହ ୧୦୮ ଓ ସର୍ଫରାଜ ୨୧୯ ବଲରେ ୧୫ ଚୌକା ଓ ୨ ଛକା ସହ ୧୨୧ ରନ୍ କରି ଅପରାଜିତ ରହିଛନ୍ତି। ତେବେ କ୍ୟାପଟେନ୍ ପୃଥ୍ୱୀ ଶ’ (୧), ଆକର୍ଷିତ ଗୋମେଲ୍ (୮) ଓ ସଚିନ୍ ଯାଦବ (୧୯) ନିରାଶ କରିଛନ୍ତି।

Advertisment

ଭାରତୀୟ ଦଳର ଟେଷ୍ଟ ସ୍ପେଶାଲିଷ୍ଟ ଅଜିଙ୍କ୍ୟ ରାହାଣେ ଗତ କିଛି ଟେଷ୍ଟ ସିରିଜରେ ଲଗାତର ଖରାପ ଫର୍ମ କାରଣରୁ ସମାଲୋଚନାର ଶିକାର ହୋଇଛନ୍ତି। ବିଶେଷକରି ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ତିନିମ୍ୟାଚ୍ ବିଶିଷ୍ଟରେ ରାହାଣେଙ୍କ ବ୍ୟାଟ୍ ପୂରା ଚୁପ୍ ରହିଥିଲା। ଏଭଳି ସ୍ଥିତିରେ ଆଗାମୀ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ତାଙ୍କୁ ଫର୍ମ ହାସଲ ପାଇଁ ବିସିସିଆଇ ପକ୍ଷରୁ କୁହାଯାଇଥିଲା। ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଧ୍ୟ ରାହାଣେଙ୍କୁ ଫର୍ମ ଫେରିପାଇବା ପାଇଁ ରଣଜୀ ଟ୍ରଫି ଖେଳିବାକୁ ପରାମର୍ଶ ଦେଇଥିଲେ। ଆଉ ରାହାଣେ ମଧ୍ୟ ରଣଜୀ ଟ୍ରଫିର ପ୍ରଥମ ଦିବସରେ ଶତକ ମାରି ସମସ୍ତଙ୍କୁ କଡ଼ା ଜବାବ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe