Advertisment

ଦ୍ୱିତୀୟ ରାଉଣ୍ଡରେ କିଣା ହେଲେ ରାହାଣେ, ମୋଇନ ଅଲୀ, ଫିଲିପ୍ସ,ଉମ୍ରାନ ମଲିକ ଓ ପଡିକ୍କଲ

ଡାଭିଡ ୱାର୍ଣ୍ଣର, ମୟଙ୍କ ଅଗ୍ରୱାଲ ଓ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ କେହି ବି ଏଥର ଆଇପିଏଲରେ କିଣି ନାହାନ୍ତି।

author-image
Hemant Lenka
Rahane

Rahane

ଆଇପିଏଲ ଅକ୍ସନ ପ୍ରଥମ ରାଉଣ୍ଡରେ କୌଣସି ପ୍ରାଞ୍ଚାଇଜକୁ ଆକୃଷ୍ଟ କରି ନଥିବା କିଛି ଷ୍ଟାର ଖେଳାଳି ଦ୍ୱିତୀୟ ଦଫାରେ କିଣା ହୋଇଛନ୍ତି। ଷ୍ଟାର ଖେଳାଳିମାନେ ସେମାନଙ୍କ ବେସ ପ୍ରାଇସରେ ବିକ୍ରି ହୋଇଛନ୍ତି। ବରିଷ୍ଠ କ୍ରିକେଟର ଅଜିଙ୍କ୍ୟ ରାହାଣେଙ୍କୁ ପ୍ରଥମ ରାଉଣ୍ଡରେ କେହି ବି କିଣି ନଥିଲେ।

Advertisment

ହେଲେ ଶେଷ ପର୍ଯ୍ୟାୟରେ କୋଲକାତା ତାଙ୍କୁ ବେସ ପ୍ରାଇସ ୧.୫୦ କୋଟିରେ କିଣିଛି। କହିବାକୁ ଗଲେ ରାହାଣେଙ୍କ ଘର ବାହୁଡ଼ା ହୋଇଛି। ୨୦୨୨ରେ ସେ କୋଲକାତା ପାଇଁ ଖେଳିଥିଲେ। ହେଲେ ୨୦୨୩ ଓ ୨୦୨୪ରେ ତାଙ୍କୁ ଚେନ୍ନାଇ ନିଜ ସହ ସାମିଲ କରିଥିଲା। ଏବେ ସେ ପୁଣି କୋଲକାତାକୁ ଫେରିଛନ୍ତି।

ରାହାଣେଙ୍କ ବ୍ୟତୀତ ‌ଇଂଲଣ୍ଡ କ୍ରିକେଟର ମୋଇନ ଅଲୀ ମଧ୍ୟ ଦ୍ୱିତୀୟ ଦଫାରେ ବିକ୍ରି ହୋଇଛନ୍ତି। ତାଙ୍କୁ ମଧ୍ୟ କୋଲକାତା ବେସ ପ୍ରାଇସ ୨ କୋଟି ଟଙ୍କାରେ କିଣିଛି। ୨୦୨୪ରେ ସେ ଚେନ୍ନାଇ ପାଇଁ ଆଇପିଏଲ ଖେଳିଥିଲେ।

Advertisment

ନ୍ୟୁଜିଲ୍ୟାଣ୍ଡର ଅଲରାଉଣ୍ଡର ଗ୍ଲେନ ଫିଲିପ୍ସ ପ୍ରଥମ ରାଉଣ୍ଡରେ ବିକ୍ରି ହୋଇ ନଥିଲେ। ତାଙ୍କୁ ଦ୍ୱିତୀୟ ଦଫାରେ ଗୁଜରାଟ ଟାଇଟନ୍ସ ନିଜ ସହ ସାମିଲ କରିଛି। ରବିବାର ଅକ୍ସନରେ ଦେବଦତ୍ତ ପଡିକ୍କଲଙ୍କୁ କେହି କିଣି ନଥିଲେ। ହେଲେ ଆଜି ଆରସିବି ତାଙ୍କୁ ବେସ ପ୍ରାଇସ ୨ କୋଟି ଟଙ୍କାରେ କିଣିଛି।

ନିଜର ଦ୍ରୁତ ବୋଲିଂ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିବା ଉମ୍ରାନ ମଲିକଙ୍କୁ ପ୍ରଥମ ରାଉଣ୍ତରେ କେହି ବି କିଣି ନଥିଲେ। ହେଲେ ଦ୍ୱିତୀୟ ରାଉଣ୍ଡରେ କୋଲକାତା ତାଙ୍କୁ ବେସ ପ୍ରାଇସ ୭୫ ଲକ୍ଷ ଟଙ୍କରେ କିଣିଛି। 

ଅନ୍ୟପକ୍ଷରେ ଡାଭିଡ ୱାର୍ଣ୍ଣର, ମୟଙ୍କ ଅଗ୍ରୱାଲ ଓ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ କେହି ବି ଏଥର ଆଇପିଏଲରେ କିଣି ନାହାନ୍ତି।

IPL IPL Auction Ajinkya Rahane IPL 2025