Advertisment

ଅଜିତ ଅଗରକର ହେଲେ ‍ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା

ଚୟନ କମିଟିର ମୁଖ୍ୟ ଚେତନ ଶର୍ମାଙ୍କ ଇସ୍ତଫା ପରେ ଏହି ପଦ ଖାଲି ପଡ଼ିଥିଲା।

author-image
Hemant Lenka
Ajit Agarkar

Ajit Agarkar

ଭାରତର ପୂର୍ବତନ ଦ୍ରୁତ ବୋଲର ଅଲରାଉଣ୍ଡର ଅଜିତ ଅଗରକର ଭାରତୀୟ ପୁରୁଷ କ୍ରିକେଟ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ପାଇଛନ୍ତି। ଚୟନ କମିଟିର ମୁଖ୍ୟ ଚେତନ ଶର୍ମାଙ୍କ ଇସ୍ତଫା ପରେ ଏହି ପଦ ଖାଲି ପଡ଼ିଥିଲା।

Advertisment

ଏବେ ଅଗରକରଙ୍କୁ ବିସିସିଆଇ ଏହି ପଦରେ ନିଯୁକ୍ତି ଦେଇଛି। ଚେତନ ଶର୍ମାଙ୍କ ପରେ ଓଡ଼ିଆ ପୁଅ ଶିବ ସୁନ୍ଦର ଦାସ ଚୟନ କମିଟିର ଅନ୍ତରୀଣ ମୁଖ୍ୟ ଭାବେ କାମ କରୁଥିଲେ। କିନ୍ତୁ ଅଜିତ ଅଗରକର ମୁଖ୍ୟ ଚୟନକର୍ତ୍ତା ହୋଇଥିବା ବେଳେ ଶିବ ସୁନ୍ଦର ଚୟନ କମିଟିର ଅନ୍ୟତମ ସଦସ୍ୟ ଭାବେ କାମ କରିବେ।

ସୁଲକ୍ଷଣା ନାଏକ, ଅଶୋକ ମାଲହୋତ୍ରା ଓ ଜତୀନ ପରାନଜାପେଙ୍କୁ ନେଇ ଗଠିତ କ୍ରିକେଟ ପରାମର୍ଶଦାତା କମିଟି(ସିଏସି) ଚୟନ କମିଟିରେ ଖାଲି ପଡ଼ିଥିବା ଗୋଟିଏ ପଦ ପାଇଁ ଆବେଦନ କରିଥିବା ଆଶାୟୀଙ୍କ ସାକ୍ଷାତକାର ନେଇଥିଲେ। ଏହାପରେ ସିଏସିର ୩ ଜଣ ଯାକ ସଦସ୍ୟ ସର୍ବସମ୍ମତିକ୍ରମେ ଅଜିତ ଅଗରକରଙ୍କ ନାଁ ଉକ୍ତ ପଦ ପାଇଁ ସୁପାରିସ କରିଥିଲେ। ବିସିସିଆଇ ଏହି ସୁପାରିସ ଉପରେ ମୋହର ମାରିଛି।

Advertisment

୪୫ ବର୍ଷୀୟ ଅଗରକରଭାରତ ପାଇଁ ୨୬ଟି ଟେଷ୍ଟ, ୧୯୧ ଦନିକିଆ ଓ ୪ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଏହାବାଦ ସେ ୧୧୦ଟି ପ୍ରଥମ ଶ୍ରେଣୀ, ୨୭୦ ଲିଷ୍ଟ ଏ ଓ ୬୨ଟି ଟି-୨୦ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି। ଭାରତ ୨୦୦୭ରେ ଟି-୨୦ ବିଶ୍ୱକପ ଜିତିବା ବେଳେ ଉକ୍ତ ଟିମରେ ଅଗରକର ରହିଥିଲେ।

୨୦୦୦ ମସିହାରେ ସେ ମାତ୍ର ୨୧ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଦିନିକିଆରେ କୌଣସି ଭାରତୀୟ ଏହି ରେକର୍ଡକୁ ଏଯାଏ ଭାଙ୍ଗି ପାରି ନାହାନ୍ତି। ଦ୍ରୁତତମ ଭାରତୀୟ ବୋଲର ଭାବେ ସେ ଦିନିକିଆରେ ୫୦ଟି ୱିକେଟ ନେବାର ରେକର୍ଡ ନିଜ ନାଁରେ କରିଛନ୍ତି। ସେ ମାତ୍ର ୨୩ଟି ମ୍ୟାଚ୍‌ରେ ଏହି କୀର୍ତ୍ତିମାନ ହାସଲ କରିଥିଲେ।

ଅଗରକରଙ୍କ ନିଯୁକ୍ତି ପରେ ଚୟନ କମିଟିରେ ପଶ୍ଚିମ ଜୋନରୁ ଦୁଇ ଜଣ ସଦସ୍ୟ ହୋଇଯାଇଛନ୍ତି। ଚୟନ କମିଟିରେ ପୂର୍ବରୁ ହିଁ ସଲିଲ ଅଙ୍କୋଲା ରହିଛନ୍ତି। ସେ ପଶ୍ଚିମ ଜୋନରୁ ଆସିଛନ୍ତି। କମିଟିରେ ଥିବା ଅନ୍ୟ ୩ ଜଣ ହେଲେ ଶିବ ସୁନ୍ଦର ଦାସ, ଏସ୍‌ ଶରତ ଓ ସୁବ୍ରତ ବାନାର୍ଜୀ।

Bcci Team India Ajit Agarkar