Advertisment

ଡେବ୍ୟୁ ମ୍ୟାଚ୍‌ରେ ଇଂଲଣ୍ଡକୁ ଘାଣ୍ଟି ଦେଲେ ଆକାଶ ଦୀପ

୫୭ ରନ୍‌ରେ ଦଳ ୩ଟି ୱିକେଟ୍ ହରାଇଥିଲା।

ଅଦ୍ୟତନ ହୋଇଛି
Akash Deep

Akash Deep

Advertisment

ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଆଜିଠାରୁ ରାଞ୍ଚିରେ ଆରମ୍ଭ ହୋଇଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରୁଛି। ହେଲେ ଦଳକୁ ଘାଇଲା କରିଛନ୍ତି ଭାରତ ପକ୍ଷରୁ ଡେବ୍ୟୁ ମ୍ୟାଚ୍ ଖେଳୁଥିବା ଯୁବ ପେସ୍ ବୋଲର ଆକାଶ ଦୀପ।

Advertisment

ଲଞ୍ଚ ସୁଦ୍ଧା ଇଂଲଣ୍ଡ ୨୪.୧ ଓଭରରେ ୫ ୱିକେଟ୍ ହରାଇ ୧୧୨ ରନ୍ କରିଛି। ଏହି ୫ଟି ୱିକେଟ୍‌ରୁ ୩ଟି ୱିକେଟ୍ ନେଇଛନ୍ତି ଆକାଶ ଦୀପ। ଇଂଲଣ୍ଡ ୧୦୦ ରନ୍ କରିବା ପୂର୍ବରୁ ୩ଟି ୱିକେଟ୍ ହରାଇଥିଲା। ଦଳର ପ୍ରମୁଖ ବ୍ୟାଟର ଜ୍ୟାକ୍ କ୍ରଉଲୀ, ବେନ୍ ଡକେଟ୍ ଓ ଓଲି ପପ୍‌ ଆଉଟ୍ ହୋଇଥିଲେ। ଆଉ ଏହି ସମସ୍ତ ବ୍ୟାଟରଙ୍କୁ ଆଉଟ୍ କରିଥିଲେ ଆକାଶ ଦୀପ।

ଆକାଶଙ୍କ ପ୍ରଥମ ଶିକାର ହୋଇଥିଲେ ବେନ୍ ଡକେଟ୍‌। ଆକାଶଙ୍କ ବଲ୍‌ରେ ଧ୍ରୁବଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ବେନ୍ ଡକେଟ୍‌। ସେ ୨୧ଟି ବଲ୍‌ରୁ ଗୋଟିଏ ଚୌକା ସହାୟତାରେ ୧୧ ରନ୍ କରିଥିଲେ।

Advertisment

୯.୨ ଓଭରରେ ଆଉଟ୍ ହୋଇଥିଲେ ବେନ୍‌ ଡକେଟ୍‌। ସେହି ଓଭରରେ ଇଂଲଣ୍ଡକୁ ଆଉ ଏକ ଝଟକା ଲାଗିଥିଲା। ଆଉଟ୍ ହୋଇଥିଲେ ଓଲି ପପ୍‌। ସେ ଖାତା ଖୋଲି ପାରି ନଥିଲେ। ବେନ୍ ଡକେଟ୍ ଆଉଟ୍ ହୋଇ ଯିବା ପରେ କ୍ରିଜ୍‌କୁ ଆସିଥିବା ଓଲି ପପ୍‌ଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ ଆକାଶ ଦୀପ। ଦୁଇଟି ବଲ୍‌ ଖେଳିଥିବା ଓଲି ପପ୍‌ କୌଣସି ରନ୍ ନ କରି ପ୍ୟାଭିଲିୟନକୁ ଫେରି ଯାଇଥିଲେ।

ଓପନର ଜ୍ୟାକ୍ କ୍ରଉଲୀ ଭଲ ଖେଳୁଥିଲେ। ହେଲେ ୧୧.୫ ଓଭରରେ ତାଙ୍କୁ ଆଉଟ୍ କରିଥିଲେ ଆକାଶ ଦୀପ। ତାଙ୍କୁ ବୋଲ୍‌ଡ କରି ଦେଇଥିଲେ ଆକାଶ ଦୀପ। ୪୨ଟି ବଲ୍‌ରୁ ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୨ ରନ୍ କରିଥିଲେ ଜ୍ୟାକ୍ କ୍ରଉଲୀ। ୫୭ ରନ୍‌ରେ ଦଳ ୩ଟି ୱିକେଟ୍ ହରାଇଥିଲା।

ଜନ୍ନୀ ବେୟାରଷ୍ଟୋ ୩୮ ରନ୍ କରି ଆଉଟ୍ ହୋଇଛନ୍ତି। ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ୱିକେଟ୍ ନେଇଛନ୍ତି। ଅଧିନାୟକ ବେନ୍ ଷ୍ଟୋକ୍‌ସ ମାତ୍ର ୩ ରନ୍ କରି ଆଉଟ୍ ହୋଇଛନ୍ତି। ରବୀନ୍ଦ୍ର ଜାଡେଜାଙ୍କ ବଲ୍‌ରେ ସେ ଏଲ୍‌ବିଡବ୍ଲ୍ୟୁ ହୋଇଛନ୍ତି। 

ଆକାଶ ଦୀପ ୭ ଓଭର ବୋଲିଂ କରିଥିବା ବେଳେ ୨୪ ରନ୍ ଦେଇ ୩ଟି ୱିକେଟ୍ ହାସଲ କରିଛନ୍ତି। ଯଶପ୍ରୀତ ବୁମ୍ରାଙ୍କ ସ୍ଥାନରେ ଆକାଶଙ୍କୁ ଟିମ୍‌ରେ ସ୍ଥାନ ମିଳିଥିବା ବେଳେ ସେ ଏହାର ଭରପୂର ଫାଇଦା ଉଠାଇଛନ୍ତି। ଆଜି ଡେବ୍ୟୁ କରିଥିବା ଆକାଶ ଦୀପ ହେଉଛନ୍ତି ଭାରତର ୩୧୩ତମ ଟେଷ୍ଟ କ୍ରିକେଟର। ଅତ୍ୟଧିକ କାର୍ଯ୍ୟଭାର ଯୋଗୁ ଯଶପ୍ରୀତ ବୁମ୍ରାଙ୍କୁ ଏହି ମ୍ୟାଚ୍ ପାଇଁ ବିଶ୍ରାମ ଦିଆଯାଇ ଆକାଶ ଦୀପଙ୍କୁ ଟିମ୍‌ରେ ସାମିଲ କରାଯାଇଛି।

INDvsENG Akash Deep
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe