Advertisment

ଆଗପଛ ହୋଇ ଚାଲିଯାଇଥିଲେ ବାପା ଓ ବଡ଼ଭାଇ, ୩ ବର୍ଷ କ୍ରିକେଟରୁ ଦୂରେଇ ରହିଥିଲେ ଆକାଶ

୨୭ ବର୍ଷୀୟ ଆକାଶ ଦୀପଙ୍କ ଘର ବିହାରର ସାସାରାମରେ। ଛୁଆ ବେଳୁ ସେ କ୍ରିକେଟ୍ ଖେଳିବାକୁ ଖୁବ୍ ଭଲ ପାଉଥିଲେ। ବଡ଼ ହେଲେ ଜଣେ କ୍ରିକେଟର ହେବାକୁ ସ୍ବପ୍ନ ଦେଖୁଥିଲେ।

Akash Deep

Akash Deep

Advertisment

ଭାରତୀୟ ଟେଷ୍ଟ କ୍ରିକେଟ ସହିତ ଯୋଡ଼ି ହୋଇଯାଇଛି ଆଉ ଜଣେ ଖେଳାଳିଙ୍କ ନାଁ। ୩୧୩ତମ ଟେଷ୍ଟ ଖେଳାଳି ଭାବେ ଟିମ୍ ଇଣ୍ଡିଆରେ ଆଜି ସାମିଲ ହୋଇଛନ୍ତି ଆକାଶ ଦୀପ। ଇଂଲଣ୍ଡ ବିରୋଧରେ ସେ କରିଛନ୍ତି ଟେଷ୍ଟ୍ ଡେବ୍ୟୁ। ତେବେ ଏହି ଯାତ୍ରା ଏତେ ସହଜ ନଥିଲା। ତାଙ୍କୁ ସହିବାକୁ ପଡ଼ିଥିଲା ଅନେକ ବାଧାବିଘ୍ନ।

Advertisment

୨୭ ବର୍ଷୀୟ ଆକାଶ ଦୀପଙ୍କ ଘର ବିହାରର ସାସାରାମରେ। ଛୁଆ ବେଳୁ ସେ କ୍ରିକେଟ୍ ଖେଳିବାକୁ ଖୁବ୍ ଭଲ ପାଉଥିଲେ। ବଡ଼ ହେଲେ ଜଣେ କ୍ରିକେଟର ହେବାକୁ ସ୍ବପ୍ନ ଦେଖୁଥିଲେ। କିନ୍ତୁ ତାଙ୍କ ବାପା ରାମଜୀ ସିଂହ ଏଥିପାଇଁ ତାଙ୍କୁ ଉତ୍ସାହିତ କରୁ ନଥିଲେ। ରାମଜୀ ସିଂହ ଜଣେ ସରକାରୀ ସ୍କୁଲ ଶିକ୍ଷକ ଥିଲେ। ସେ ଚାହୁଁଥିଲେ ଆକାଶ ଦୀପ ଯେକୌଣସି ଗୋଟିଏ ସରକାରୀ ଚାକିରି କରନ୍ତୁ। ଚତୁର୍ଥ ଶ୍ରେଣୀ କର୍ମଚାରୀ ହେଲେ ବି ଚଳିବ। କିନ୍ତୁ ଆକାଶଙ୍କ ଇଚ୍ଛା ଥିଲା ପୂରା ଭିନ୍ନ।

ଆକାଶ ଯେତେବେଳେ କ୍ରିକେଟର ହେବାକୁ ସ୍ବପ୍ନ ଦେଖିଥିଲେ, ସେତେବେଳେ ବିହାର କ୍ରିକେଟ ଆସୋସିଏସନ୍ ନିଲମ୍ବିତ ହୋଇଥିଲା। ଜଣେ ବନ୍ଧୁଙ୍କ ସହାୟତାରେ ସେ ପଶ୍ଚିମବଙ୍ଗର ଦୁର୍ଗାପୁର ଚାଲି ଯାଇଥିଲେ। ସେଠାରେ ଏକ କ୍ଲବ୍ ପକ୍ଷରୁ ଖେଳିବା ଆରମ୍ଭ କରିଥିଲେ। ଦୁର୍ଗାପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଟେନିସ୍ ବଲ୍ ମ୍ୟାଚ୍ ଖେଳି ସେ ମାସକୁ ପ୍ରାୟ ୨୦ ହଜାର ଟଙ୍କା ରୋଜଗାର କରୁଥିଲେ। ପରେ ସେ ସେଠାରେ ଏକ କ୍ରିକେଟ୍ ଏକାଡେମୀ ସହିତ ଯୋଡ଼ି ହୋଇଥିଲେ। ସେ ଜଣେ ବ୍ୟାଟର ଭାବେ ସେଠାରେ ସାମିଲ ହୋଇଥିଲେ। କିନ୍ତୁ କୋଚ୍‌ଙ୍କ ପରାମର୍ଶ କ୍ରମେ ସେ ପେସ୍ ବୋଲିଂ କରିଥିଲେ।

Advertisment

ଏସବୁ ଭିତରେ ତାଙ୍କ ଜୀବନରେ ଆସିଥିବା ଏକ ବଡ଼ ଝଡ଼। ତାଙ୍କ ବାପାଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଥିଲା। ବାପାଙ୍କ ମୃତ୍ୟୁର ୨ ମାସ ପରେ ତାଙ୍କ ବଡ଼ ଭାଇଙ୍କ ମୃତ୍ୟୁ ଘଟିଥିଲା। ତେଣୁ ମା' ଓ ଦୁଇ ଭଉଣୀଙ୍କ ଦାୟିତ୍ବ ତାଙ୍କ ଉପରେ ପଡ଼ିଥିଲା। ନିଜ ପରିବାର କଥା ବୁଝିବା ପାଇଁ ସେ ୩ ବର୍ଷ କ୍ରିକେଟରୁ ଦୂରେଇ ରହିଥିଲେ ଓ ରୋଜଗାରର ଅନ୍ୟ ପନ୍ଥା ବାଛି ଥିଲେ। କ୍ରିକେଟଠାରୁ ଦୂରେଇ ରହିଥିଲେ ହେଁ ଏଥିପ୍ରତି ଥିବା ଦୁର୍ବଳତା ତାଙ୍କ ମଧ୍ୟରେ ଜୀବିତ ଥିଲା। କ୍ରିକେଟ ପ୍ରତି ତାଙ୍କର ଥିବା ଭଲ ପାଇବା ତାଙ୍କୁ ଏହାଠାରୁ ଆଉ ଅଧିକ ଦିନ ଦୂରେଇ ରଖିପାରି ନଥିଲା। ସେ ପୁଣି ପଡ଼ିଆକୁ ଓହ୍ଲାଇଥିଲେ।

ଆକାଶ ଦୀପ ଦୁର୍ଗାପୁର ଫେରି କୋଲକାତା ଯାଇଥିଲେ। ସେଠାରେ ତାଙ୍କର ଜଣେ ସଂପର୍କୀୟ ଭାଇଙ୍କ ସହିତ ଏକ ଛୋଟ ଭଡ଼ା ଘରେ ରହିଥିଲେ। ବେଙ୍ଗଲ ପାଇଁ ସେ ୨୦୧୯ ମାର୍ଚ୍ଚ ୯ରେ ଟିଟ୍ବେଣ୍ଟି ଡେବ୍ୟୁ କରିଥିଲେ ଓ ଖେଳିଥିଲେ ସୈୟଦ ମୁସ୍ତାକ ଅଲୀ ଟ୍ରଫି। ବେଙ୍ଗଲ ପାଇଁ ୨୦୧୯ ସେପ୍ଟେମ୍ବର ୨୪ ତାରିଖରେ `ଲିଷ୍ଟ୍ ଏ'ରେ ଡେବ୍ୟୁ କରିଥିଲେ ଆକାଶ ଦୀପ ଓ ଖେଳିଥିଲେ ବିଜୟ ହଜାରେ ଟ୍ରଫି। ୨୦୧୯ ଡିସେମ୍ବର ୨୫ ତାରିଖରେ ସେ ବେଙ୍ଗଲ ତରଫରୁ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରି ରଣଜୀ ଟ୍ରଫି ଖେଳିଥିଲେ। ୨୦୨୧ରେ ସେ ଆଇପିଏଲ୍‌ରେ ରୋୟାଲ ଚ୍ୟାଲେଞ୍ଜର୍ସ, ବାଙ୍ଗାଲୋର ଟିମ୍‌ରେ ସାମିଲ ହୋଇଥିଲେ। ୨୦୨୨ ଏସିଆନ ଗେମ୍ସ ପାଇଁ ତାଙ୍କୁ ଭାରତୀୟ ଟିମ୍‌ରେ ସାମିଲ କରାଯାଇଥିଲା। ଶିବମନ ମାବି ଆହତ ହେବାରୁ ତାଙ୍କୁ ସାମିଲ କରାଯାଇଥିଲା। ୨୦୨୩ରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଦିନିକିଆ ସିରିଜ୍ ପାଇଁ ଆକାଶଙ୍କୁ ଆହତ ଦୀପକ ଚହରଙ୍କ ବଦଳରେ ଟିମ୍‌ରେ ସାମିଲ କରାଯାଇଥିଲା। କିନ୍ତୁ ସେ ସେଠାରେ ଗୋଟିଏ ବି ମ୍ୟାଚ୍ ଖେଳି ନଥିଲେ। ଆଉ ଆଜି ସେ ଟେଷ୍ଟରେ ଭାରତ ପାଇଁ ଡେବ୍ୟୁ କରିଛନ୍ତି।

Akash Deep
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe