Advertisment

Ashes series: ଆଶେସ ସିରିଜ: ଲଢ଼ିଲେ ଆଲେକ୍ସ କେରୀ, ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୩୨୬/୮

କେରୀ ଓ ଖାୱାଜା ଦମଦାର ବ୍ୟାଟିଂ କରିବାରୁ ପ୍ରଥମ ଦିନରେ ଅଷ୍ଟ୍ରେଲିଆ ପୁଣି ଆଗୁଆ ହୋଇ ଯାଇଛି। ପ୍ରଥମ ଦିନ ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ ୮ ୱିକେଟ ହରାଇ ୩୨୬ ରନ କରି ନେଇଛି।

Carey

ଶତକ ପରେ ଆଲେକ୍ସ କେରୀ

Advertisment

ଆଶେସ ସିରିଜର ତୃତୀୟ ମ୍ୟାଚ୍‌ ଆଜିଠାରୁ ଆଡିଲେଡ ଓଭାଲରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବଲ ଓ ବ୍ୟାଟ ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର। ମ୍ୟାଚ୍‌ର ମୋଡ ବାରମ୍ବାର ବଦଳିଛି। ଆରମ୍ଭରୁ ଇଂଲଣ୍ଡ ରଣହୁଙ୍କାର ଦେଇଥିବା ବେଳେ ପ୍ରଥମ ଘଣ୍ଟାରେ ଦୁଇ ଓପନରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲା।

Advertisment

ଜୋଫ୍ରା ଆର୍ଚର ଗୋଟିଏ ଶାର୍ପ ଶଟ ବଲରେ ଜ୍ୟାକ ୱେଦରଲାଡଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏହାପରେ ବ୍ରାୟଡନ କାର୍ସେ ୧୦ ରନ କରିଥିବା ଟ୍ରାଭିସ ହେଡଙ୍କୁ ଆଉଟ କରିଥିଲେ। ଅଷ୍ଟ୍ରେଲିଆ ପାଇଁ ମାର୍ନସ ଲାବୁଶେନ ଓ ଉସମାନ ଖାୱାଜା ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ଲଞ୍ଚ ପରେ ଇଂଲଣ୍ଡ ଷ୍ଟ୍ରାଇକ ବ୍ୟାକ କରିଥିଲା।

ଆର୍ଚର ପ୍ରଥମେ ଲାବୁଶେନ(୧୯) ଓ ପରେ ଖାତ ଖୋଳିବା ପୂର୍ବରୁ କାମେରୁନ ଗ୍ରୀନଙ୍କୁ ଆଉଟ କରିଦେଇଥିଲେ। ଫଳରେ ଅଷ୍ଟ୍ରେଲିଆର ଚିନ୍ତା ବଢ଼ି ଯାଇଥିଲା। ଏତିକି ବେଳେ ଖାୱାଜା ଓ ଆଲେକ୍ସ କେରୀ ଦୃଢ଼ ଭାବେ ଛିଡ଼ା ହୋଇଥିଲେ। ଖାୱାଜା ୮୨ ରନ ଓ କେରୀ ଶତକ ହାସଲ କରିବାରୁ ସ୍ଥିତି ବଦଳି ଯାଇଥିଲା।

Advertisment

କେରୀ ଓ ଖାୱାଜା ଦମଦାର ବ୍ୟାଟିଂ କରିବାରୁ ପ୍ରଥମ ଦିନରେ ଅଷ୍ଟ୍ରେଲିଆ ପୁଣି ଆଗୁଆ ହୋଇ ଯାଇଛି। ପ୍ରଥମ ଦିନ ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ ୮ ୱିକେଟ ହରାଇ ୩୨୬ ରନ କରି ନେଇଛି। ଷ୍ଟମ୍ପ ଅପସାରଣ ବେଳକୁ ମିଚେଲ ଷ୍ଟାର୍କ ୩୩ ଓ ତାଙ୍କୁ ସାଥ ଦେବା ପାଇଁ ନାଥନ ଲାୟନ କ୍ରିଜରେ ରହିଥିଲେ। 

ଆଶେସ ସିରିଜ(Test Match)ର ପ୍ରଥମ ଦୁଇଟି ଯାକ ମ୍ୟାଚକୁ ଜିତି ସାରିଥିବା ଅଷ୍ଟ୍ରେଲିଆ ଟିମ ଆଜି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳକୁ ନିୟମିତ ଅଧିନାୟକ ପାଟ କମିନ୍ସଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। କମିନ୍ସ ଫେରିବାରୁ ଷ୍ଟିଭ ସ୍ମିଥ ଆଜି ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇ ନାହାନ୍ତି।

ଖାୱାଜା ଚୂଡ଼ାନ୍ତ ଏକାଦଶରେ ଥିଲେ ମଧ୍ୟ ହେଡ ଓ ୱେଦରଲାଡ ଇନିଂସ ଆରମ୍ଭ କରିଥିଲେ। ହେଲେ ଦଳକୁ ଭଲ ଷ୍ଟାର୍ଟ ମିଳି ନଥିଲା। ଲାବୁଶେନ କିଛି ଶଟ ଖେଳିଥିଲେ ହେଁ କେବଳ ୧୯ ରନ କରିଥିଲେ। ଅଷ୍ଟ୍ରେଲିଆ ୯୪ ରନରେ ଲାବୁଶେନ ଓ ଗ୍ରୀନଙ୍କୁ ହରାଇଥିଲା। ହେଲେ ଏହାପରେ ଖାୱାଜା ଓ କେରୀ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୧୮୫ରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ୮୨ ରନ କରି ୱିଲ ଜ୍ୟାକ୍ସଙ୍କ ବଲରେ ଆଉଟ ହୋଇଥିଲେ ଖାୱାଜା। 

କେରୀଙ୍କ ସାଥ ଦେବାକୁ ଆସିଥିଲେ ଜୋଶ ଇଙ୍ଗଲିସ। ସେ ଦ୍ରୁତ ଗତିରେ ରନ ସଂଗ୍ରହ କରି ୩୯ ବଲରେ ୩୩ କରିଥିଲେ। ତାଙ୍କୁ ବୋଲ୍ଡ କରି ଜୋଶ ଟଙ୍ଗ ଇଂଲଣ୍ଡକୁ ୬ଷ୍ଠ ଝଟକା ଦେଇଥିଲେ। ଏହି ସମୟରେ ଅଷ୍ଟ୍ରେଲିଆର ସ୍କୋର ଥିଲା ୨୪୪।

ଲାଗୁଥିଲା ଅଷ୍ଟ୍ରେଲିଆ ୩୦୦ ରନ କରିପାରିବ ନାହିଁ। କିନ୍ତୁ କେରୀ ଖେଳିଥିଲେ ଦମଦାରା ଇନିଂସ। ତାଙ୍କୁ ଅଧିନାୟକ ପାଟ କମିନ୍ସ(୧୩) କିଛି ସମୟ ସାଥ ଦେଇଥିଲେ। ହେଲେ ଦଳୀୟ ସ୍କୋର ୨୭୪ ଥିବା ବେଳେ କମିନ୍ସ ମଧ୍ୟ ଆଉଟ ହୋଇଯାଇଥିଲେ। 

କିନ୍ତୁ ଷ୍ଟାର୍କ ଓ କେରୀ ଦମ ଦେଖାଇଥିଲେ। ଏଥିସହ କେରୀ ଆଶେସ ସିରିଜରେ ନିଜର ପ୍ରଥମ ଓ ଟେଷ୍ଟ କ୍ୟାରିୟର ୪ର୍ଥ ଶତକ ମଧ୍ୟ ହାସଲ କରିଥିଲେ। 
ଶତକ ପରେ ସେ ଗୋଟିଏ ଚୌକା ମାରିଥିଲେ ହେଁ ଅଧିକ କିଛି କରି ପାରି ନଥିଲେ।

ଦଳୀୟ ସ୍କୋର ୩୨୧ ଥିବା ବେଳେ ସେ ଦିବସର ୮ମ ବ୍ୟାଟର ଭାବେ ୱିଲ ଜ୍ୟାକ୍ସଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଅଷ୍ଟ୍ରେଲିଆ ଏହାପରେ ଆଉ ୫ ରନ କରିବା ପରେ ଅମ୍ପାୟର ପ୍ରଥମ ଦିନର ଖେଳକୁ ଶେଷ ଘୋଷଣା କରିଥିଲେ। ଏବେ ବି ଷ୍ଟାର୍କ ୩୩ ରନ କରି କ୍ରିଜରେ ଥିବାରୁ ଅଷ୍ଟ୍ରେଲିଆ ତାଙ୍କ ଠାରୁ ଦ୍ୱିତୀୟ ଦିନରେ ଅନେକ କିଛି ଆଶା ରଖିବ। 

ଇଂଲଣ୍ଡ ପକ୍ଷରୁ ପ୍ରଥମ ଦିନ(Test Cricket)ରେ ଆର୍ଚର ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ କାର୍ସେ ଓ ଜ୍ୟାକ୍ସ ୨ଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି ଜୋଶ ଟଙ୍ଗ ଗୋଟିଏ ସଫଳତା ପାଇଛନ୍ତି। 

Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe