Advertisment

ଲଜ୍ଜା: ସମସ୍ତ ୫୦ ପାକିସ୍ତାନୀ କ୍ରିକେଟରଙ୍କୁ କେହି ବି କିଣିଲେନି

ସଲମାନ ଅଘାଙ୍କୁ ନିକଟରେ ପାକିସ୍ତାନ ଟି-୨୦ ଟିମର ଅଧିନାୟକ କରାଯାଇଥିଲା। ସେହିପରି ଶଦାବ ଖାନ ଭଲ ପ୍ରଦର୍ଶନ କରି ଦଳକୁ ଫେରି ଉପ ଅଧିନାୟକ ହୋଇଛନ୍ତି।

Pakistan

Pakistan

Advertisment

ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରି ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେବା ପରେ ପାକିସ୍ତାନ କ୍ରିକେଟରଙ୍କୁ ତୀବ୍ର ସମାଲୋଚନା ହେବାକୁ ପଡ଼ିଥିଲା। ପାକିସ୍ତାନ ଜାତୀୟ ଟିମର ସଦସ୍ୟମାନଙ୍କୁ ମନଇଚ୍ଛା ଫ୍ୟାନ୍ସ ଗାଳି ଦେଇଥିଲେ। ଏବେ ପାକିସ୍ତାନୀ କ୍ରିକେଟରମାନେ ଆଉ ଏକ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି।

Advertisment

ଦି ହଣ୍ଡ୍ରେଡ ଟୁର୍ଣ୍ଣାମେଣ୍ଟର ୫ମ ସଂସ୍କରଣ ପାଇଁ ହୋଇଥିବା ନିଲାମରେ କୌଣସି ପାକିସ୍ତାନୀ କ୍ରିକେଟର ବିକ୍ରି ହୋଇ ପାରି ନାହାନ୍ତି। ୫୦ ଜଣ ପାକିସ୍ତାନୀ କ୍ରିକେଟର ନିଜର ନାଁ ନିଲାମ ପ୍ରକ୍ରିୟାରେ ସାମିଲ କରିଥିଲେ। କିନ୍ତୁ ନିଲାମ ବେଳେ ସେମାନଙ୍କୁ କୌଣସି ପ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ଦେଖାଇ ନାହାନ୍ତି।

ନିଲାମ ପ୍ରକ୍ରିୟାରେ ଶଦାବ ଖାନ, ଇମାଦ ୱାସିମ, ସୈମ ଆୟୁବ ହାସନ ଅଲୀ, ସୌଦ ସକୀଲ, ସଲମାନ ଅଲୀ ଆଘା, ନଶୀମ ଶାହ ଓ ମହମ୍ମଦ ଆମୀରଙ୍କ ଭଳି ୪୫ ଜଣ ପୁରୁଷ ପାକିସ୍ତାନୀ କ୍ରିକେଟର ନିଜର ନାଁ ପଞ୍ଜିକରଣ କରିଥିଲେ। ହେଲେ ନିଲାମ ପ୍ରକ୍ରିୟାରେ ସାମିଲ ଥିବା ସମସ୍ତ ୮ ପ୍ରାଞ୍ଚାଇଜ କୌଣସି ପାକିସ୍ତାନୀ କ୍ରିକେଟରଙ୍କ ପ୍ରତି ଆଗ୍ରହ ଦେଖାଇ ନାହାନ୍ତି।

Advertisment

ସଲମାନ ଅଘାଙ୍କୁ ନିକଟରେ ପାକିସ୍ତାନ ଟି-୨୦ ଟିମର ଅଧିନାୟକ କରାଯାଇଥିଲା। ସେହିପରି ଶଦାବ ଖାନ ଭଲ ପ୍ରଦର୍ଶନ କରି ଦଳକୁ ଫେରି ଉପ ଅଧିନାୟକ ହୋଇଛନ୍ତି। ଭାରତ ବିପକ୍ଷରେ ସୌଦ ସକୀଲ ଅର୍ଦ୍ଧଶତକ ହାସଲ କରିଥିଲେ। ସୈମ ଆୟୁବ ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି। ତଥାପି ସେମାନଙ୍କୁ କେହି ବି କିଣିବାକୁ ଚାହିଁ ନାହାନ୍ତି। 

୪୫ ପୁରୁଷ କ୍ରିକେଟରଙ୍କ ବ୍ୟତୀତ ଆଲିୟା ରୈଜଳ ଫତିମା ସାନା, ୟୁସ୍ରା ଆମୀର, ଇରାମ ଜାଭେଦ ଓ ଜାବେରିଆ ରୌଫଙ୍କ ଭଳି ୫ ଜଣ ମହିଳା କ୍ରିକେଟର ମଧ୍ୟ ନିଜ ନାଁ ପଞ୍ଜିକରଣ କରିଥିଲେ। ହେଲେ ମହିଳା ହଣ୍ଡ୍ରେଡ ପାଇଁ ସେମାନଙ୍କୁ ମଧ୍ୟ କେହି କିଣି ନାହାନ୍ତି।

ତେବେ ଆଫଗାନିସ୍ତାନ ସ୍ପିନର ନୁର ଅହମଦ ଓ ନ୍ୟୁଜିଲ୍ୟାଣ୍ଡ ଅଲରାଉଣ୍ଡର ମାଇକେଲ ବ୍ରେସୱେଲ ସବୁଠାରୁ ଅଧିକ ଦମଦାର ଦରରେ ବିକ୍ରି ହୋଇଛନ୍ତି। ନୁର ମାଞ୍ଚେଷ୍ଟର ଅର୍ଜିନାଲ୍ସ ଓ ବ୍ରେସୱେଲ ସାଉର୍ଦ୍ଦନ ବ୍ରେଭ ପାଇଁ ଖେଳିବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡାଭିଡ ୱାର୍ଣ୍ଣରଙ୍କୁ ଲଣ୍ଡନ ସ୍ପିରିଟ ନେଇଛି।

ଏପରି ରିପୋର୍ଟ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ୮ଟି ପ୍ରାଞ୍ଚାଇଜ ମଧ୍ୟରୁ ୪ଟିରେ ଭାରତୀୟ ମାଲିକ ନିବେଶ କରିଛନ୍ତି। ସେମାନେ ନିବେଶ କରିବା ପରେ ପାକିସ୍ତାନ ଖେଳାଳିଙ୍କୁ କେହି ବି କିଣି ନାହାନ୍ତି। ଦକ୍ଷିଣ ଆଫ୍ରିକା ଟି-୨୦ ଲିଗରେ ୬ ଜଣ ଭାରତୀୟ ମାଲିକ ରହିଛନ୍ତି। ସେଠାରେ ମଧ୍ୟ ନିୟମିତ ଭାବେ ପାକିସ୍ତାନ ଖେଳାଳିଙ୍କୁ କିଣା ଯାଉ ନାହିଁ। ବିଶ୍ୱର ବିଭିନ୍ନ କ୍ରିକେଟ ଲିଗରେ ଭାରତୀୟ ପ୍ରାଞ୍ଚାଇଜ ସାମିଲ ହେବା ପାକିସ୍ତାନ କ୍ରିକେଟରଙ୍କ ପାଇଁ ଘାତକ ସାବ୍ୟସ୍ତ ହେବାରେ ଲାଗିଛି।

ଅନ୍ୟପକ୍ଷରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ମଧ୍ୟ ଖେଳାଳିମାନଙ୍କ କ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେଇଛି। କଷ୍ଟ କଟିଂ ପ୍ରକ୍ରିୟା ଅନୁସାରେ ଘରୋଇ କ୍ରିକେଟରେ ଖେଳାଳିଙ୍କ ମ୍ୟାଚ୍‌ ଫି’କୁ ପିସିବି ହ୍ରାସ କରିଦେଇଛି। ଏଥିରୁ ପିସିବିର ଆର୍ଥିକ ସ୍ଥିତି କେତେ ଦୁର୍ବଳ ତା’ହା ପ୍ରମାଣିତ ହୋଇଛି।

ଆଜି ଠାରୁ ଆରମ୍ଭ ହୋଇଥିବା ଜାତୀୟ ଟି-୨୦ ଚାମ୍ପିୟଶିପରେ ଭାଗ ନେବାକୁ ଥିବା କ୍ରିକେଟରଙ୍କ ମ୍ୟାଚ୍‌ ଫି’କୁ ପିସିବି ହ୍ରାସ କରି ଦେଇଛି। ପୂର୍ବରୁ ସେମାନଙ୍କୁ ମ୍ୟାଚ୍‌ ଫି’ ଆକାରରେ ୧ ଲକ୍ଷ ଟଙ୍କା ମିଳୁଥିଲା। ଏବେ ଏହାକୁ ମ୍ୟାଚ୍‌ ଫିଛା ୧୦ ହଜାରକୁ ହ୍ରାସ କରାଯାଇଛି। ସେହିପରି ସଂରକ୍ଷିତ ଖେଳାଳି ମାତ୍ର ୫ ହଜାର ଟଙ୍କା ଲେଖାଏ ପାଇବେ। ମ୍ୟାଚ୍‌ ଫି’ ହ୍ରାସ କରାଯିବା ଘଟଣା ଖେଳାଳିଙ୍କୁ ଚିନ୍ତାରେ ପକାଇଛି। ପିସିବି ମଧ୍ୟ ଘରୋଇ କ୍ରିକେଟର ବିକାଶରେ କମ ଖର୍ଚ୍ଚ କରିବ ବୋଲି ନିଷ୍ପତ୍ତି ନେଇଛି।

ଗୋଟିଏ ସୂତ୍ରରେ କୁହାଯାଇଛି ଯେ ପିସିବି ପୂର୍ବରୁ ଖେଳାଳିଙ୍କୁ ୫ଷ୍ଟାର କିମ୍ବା ୪ଷ୍ଟାର ହୋଟେଲରେ ରଖୁଥିଲା। କିନ୍ତୁ ଏବେ ସେମାନଙ୍କୁ ଶସ୍ତା ଲଜରେ ରଖାଯାଇଛି। ଗତ ସଂସ୍କରଣର ମ୍ୟାଚ୍‌ ଫି’ ଓ ଅମ୍ପାୟାରଙ୍କ ବକେୟା ମଧ୍ୟ ପିସିବି ଦେଇପାରିନି। ଅତିରିକ୍ତ ଭାବେ ପୂର୍ବତନ ଟେଷ୍ଟ କ୍ରିକେଟରଙ୍କ ପାଇଁ ଲାଗୁ ହେବାକୁ ଥିବା ପେନସନ ବ୍ୟବସ୍ଥାକୁ ପିସିବି କାର୍ଯ୍ୟକାରୀ କରିନାହିଁ।

Pakistan Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe