ଆଉ କ୍ୟାପଟେନ୍ କୋହଲି ନୁହେଁ, କେବଳ ବ୍ୟାଟର୍ ବିରାଟ୍

ପାର୍ଲ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତାକାଲି ଠାରୁ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ। ଏହି ସିରିଜ୍ ଜରିଆରେ ବିରାଟ୍ କୋହଲି ନୂଆ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବେ। ସାତ ବର୍ଷରେ ପ୍ରଥମଥର କୋହଲି ଜଣେ ବ୍ୟାଟର୍ ଭାବେ ମଇଦାନକୁ ଓହ୍ଲାଇବେ। ତିନୋଟି ଯାକ ଫର୍ମାଟର କ୍ୟାପଟେନ୍ ପଦରୁ ଇସ୍ତଫା ଦେବା ପରେ କୋହଲି ଏବେ ଲୋକେଶ ରାହୁଲଙ୍କ ନେତୃତ୍ୱରେ ଖେଳିବେ। କୋହଲି କ୍ରିଜରେ ବ୍ୟାଟିଂ କରନ୍ତୁ କି ଫିଲ୍ଡିଂ କରନ୍ତୁ, ତାଙ୍କର […]

virat-kohli

virat-kohli

Ranjit Kumar Jena
  • Published: Tuesday, 18 January 2022
  • Updated: 18 January 2022, 04:46 PM IST

ପାର୍ଲ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତାକାଲି ଠାରୁ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ। ଏହି ସିରିଜ୍ ଜରିଆରେ ବିରାଟ୍ କୋହଲି ନୂଆ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବେ। ସାତ ବର୍ଷରେ ପ୍ରଥମଥର କୋହଲି ଜଣେ ବ୍ୟାଟର୍ ଭାବେ ମଇଦାନକୁ ଓହ୍ଲାଇବେ। ତିନୋଟି ଯାକ ଫର୍ମାଟର କ୍ୟାପଟେନ୍ ପଦରୁ ଇସ୍ତଫା ଦେବା ପରେ କୋହଲି ଏବେ ଲୋକେଶ ରାହୁଲଙ୍କ ନେତୃତ୍ୱରେ ଖେଳିବେ। କୋହଲି କ୍ରିଜରେ ବ୍ୟାଟିଂ କରନ୍ତୁ କି ଫିଲ୍ଡିଂ କରନ୍ତୁ, ତାଙ୍କର ପ୍ରତିଟି ଗତିବିଧି ଉପରେ ଫ୍ୟାନଙ୍କର ନଜର ରହିବ। ସବୁବେଳେ ମଇଦାନରେ ପୂରା ଜୋଶ୍ ଓ ଆକ୍ରାମଣାତ୍ମକ ଆଭିମୁଖ୍ୟ ଆପଣାଉଥିବା କୋହଲି କ୍ୟାପଟେନ୍ ପଦ ଛାଡ଼ିବା ପରେ କିଭଳି ଆଚରଣ ଦେଖାଇବେ, ତାହା ଦେଖିବାକୁ ବାକି ରହିଛି।

ଟି-୨୦ ପରେ କୋହଲି ଦିନିକିଆ କ୍ୟାପଟେନ୍ ପଦ ଛାଡ଼ିବାକୁ ଚାହୁଁନଥିଲେ ଏବଂ ଏହାକୁ ନେଇ ବିସିସିଆଇ ସହ ତାଙ୍କର ତୁ ତୁ ମେଁ ମେଁ ହୋଇଥିଲା। ତେବେ ବିସିସିଆଇ ସହ ନିଜ ବିବାଦକୁ ଭୁଲି ନିଜ କ୍ୟାରିୟରକୁ ନୂଆ ଢଙ୍ଗରେ ଆରମ୍ଭ କରିବାକୁ ତାଙ୍କର ପ୍ରଶଂସକ ଓ ଭାରତୀୟ କ୍ରିକେଟ୍ ଆଶା ରଖିଛନ୍ତି। ଦୁଇବର୍ଷ ହେଲା ତାଙ୍କ ବ୍ୟାଟରୁ ଶତକ ବାହାରି ନାହିଁ। ଯଦି ଆସନ୍ତାକାଲି କୋହଲିଙ୍କ ବ୍ୟାଟରୁ ରନ୍ ବର୍ଷା ହୁଏ, ତାହେଲେ ଏହା ତାଙ୍କ ପାଇଁ ଏବଂ ଫ୍ୟାନଙ୍କ ପାଇଁ ବଡ଼ ଉପହାର ହେବ।

https://twitter.com/BCCI/status/1483354540292599808?s=20

ଅନ୍ୟପଟେ ଲୋକେଶ ରାହୁଲଙ୍କ କ୍ୟାପଟେନ୍ସିର ମଧ୍ୟ ଏହା ଅସଲ ପରୀକ୍ଷା ହେବ। ଆହତ ରୋହିତ ଶର୍ମାଙ୍କ ସ୍ଥାନରେ କ୍ୟାପଟେନ୍ ହୋଇଥିବା ରାହୁଲ ଦିନିକିଆ ସିରିଜରେ କୋହଲିଙ୍କ ଠାରୁ ନିଶ୍ଚିତ ପରାମର୍ଶ ନେବେ। ଦିନିକିଆ ଟିମର ଭାଇସ-କ୍ୟାପଟେନ୍ ଯଶପ୍ରୀତ ବୁମ୍ରା କହିଥିଲେ ଯେ କୋହଲି କେବଳ ବ୍ୟାଟ୍ସମ୍ୟାନ୍ ଭୂମିକା ତୁଲାଇବେ ନାହିଁ ବରଂ ସେ ଜଣେ ଲିଡର୍ ଭାବେ ଟିମର ମାର୍ଗଦର୍ଶନ କରିବେ।

ନୂଆ କ୍ୟାପଟେନ୍ ଓ ସପୋର୍ଟ ଷ୍ଟାଫଙ୍କ ସହ ଭାରତ ସିରିଜ୍ ଜିତି ୨୦୨୩ ବିଶ୍ୱକପର ପ୍ରସ୍ତୁତି କରିବାକୁ ଚାହିଁବ। ଏହାସହ ଟିମ୍ ଗତ ସପ୍ତାହରେ ଟେଷ୍ଟ ସିରିଜରେ ମିଳିଥିବା ପରାଜୟର ପ୍ରତିଶୋଧ ନେବାକୁ ମଧ୍ୟ ଲକ୍ଷ୍ୟ ରଖିଛି। ଗତବର୍ଷ ମାର୍ଚ୍ଚ ମାସରେ ଭାରତ ତା’ର ପୂରା ସାମର୍ଥ୍ୟ ସହ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଖେଳିଥିଲା। ଏହା ପରେ ଭାରତର ଦ୍ୱିତୀୟଶ୍ରେଣୀ ଟିମ୍ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିଥିଲା। ରାହୁଲ ଇଂଲଣ୍ଡ ବିପକ୍ଷରେ ମଧ୍ୟକ୍ରମରେ ବ୍ୟାଟିଂ କରିଥିଲେ। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ସେ ଶିଖର ଧୱନଙ୍କ ସହ ଓପନ୍ କରିପାରନ୍ତି।

Image

ଘରୋଇ ସିରିଜରେ ଦମଦାର ପ୍ରଦର୍ଶନ କରି ଟିମରେ ସ୍ଥାନ ପାଇଥିବା ଋତୁରାଜ ଗାଏକ୍ୱାଡଙ୍କୁ ଡେବ୍ୟୁ କରିବା ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ। ଧୱନଙ୍କ ପାଇଁ ତିନୋଟି ଯାକ ଦିନିକିଆ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ, କାରଣ ସେ ଟି-୨୦ରେ ନିଜ ସ୍ଥାନ ହରାଇ ସାରିଛନ୍ତି। କୋହଲି ତୃତୀୟ ସ୍ଥାନରେ ବ୍ୟାଟିଂ କରିବେ ଏବଂ ସୂର୍ଯ୍ୟକୁମାର ଓ ଶ୍ରେୟର ଆୟରଙ୍କ ମଧ୍ୟରୁ ଜଣେ ଚତୁର୍ଥ ସ୍ଥାନରେ ଆସିପାରନ୍ତି। ଋଷଭ ପନ୍ତ ପଞ୍ଚମ ଓ ଭେଙ୍କଟେଶ ଆୟର୍ ଷଷ୍ଠ ସ୍ଥାନରେ ପଦାର୍ପଣ କରିପାରନ୍ତି।

ବୋଲିଂରେ ୟୁଜବେନ୍ଦ୍ର ଚହଲ୍ ଓ ଆର୍ ଅଶ୍ୱିନଙ୍କ ଉପରେ ଦାୟିତ୍ୱ ରହିବ। ବୁମ୍ରା ଓ ଭୁବନେଶ୍ୱର କୁମାର ପେସ୍ ଆଟାକ୍ ସମ୍ଭାଳିବେ। ତୃତୀୟ ପେସର୍ ଭାବେ ଦୀପକ ଚହର୍, ଶାର୍ଦ୍ଦୁଲ ଠାକୁର ଓ ପ୍ରସିଦ୍ଧ କୃଷ୍ଣଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ଟେଷ୍ଟ ସିରିଜରେ ଆହତ ହୋଇଥିବା ମହମ୍ମଦ ସିରାଜ୍ ଫିଟ୍ ଅଛନ୍ତି।

ପୂର୍ବ ଗସ୍ତରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫-୧ରେ ହରାଇଥିଲା। ହେଲେ ଏଥର ଟେଷ୍ଟ ସିରିଜ୍ ଜିତିବା ପରେ ଦକ୍ଷିଣ ଆଫ୍ରିକା ମନୋବଳ ଊର୍ଦ୍ଧ୍ୱରେ ରହିଛି। ତେମ୍ବା ବାଭୁମା ନିଜର ଟେଷ୍ଟ ସିରିଜ ଫର୍ମ ଜାରି ରଖିବାକୁ ଚାହିଁବେ। ସେହିପରି ଟେଷ୍ଟକୁ ଗୁଡବାଏ କହିସାରିଥିବା କ୍ୱିଣ୍ଟନ୍ ଡି’କକ୍ ନିଜର ଉପସ୍ଥିତି ଜାହିର୍ କରିବାକୁ ଚାହିଁବେ। ଟେଷ୍ଟ ସିରିଜରେ ପ୍ରଭାବିତ କରିଥିବା ବାମହାତୀ ପେସର୍ ମାର୍କୋ ଜାନସେନ୍ ପୁଣିଥରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇ ପାରନ୍ତି।

ଭାରତ: ଲୋକେଶ ରାହୁଲ୍ (କ୍ୟାପଟେନ୍), ଯଶପ୍ରୀତ ବୁମ୍ରା (ଭାଇସ୍ କ୍ୟାପଟେନ୍), ଶିଖର ଧୱନ୍, ଋତୁରାଜ ଗାଏକ୍ୱାଡ୍, ବିରାଟ୍ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟେଶ ଆୟର୍, ଋଷଭ ପନ୍ତ (ୱିକେଟ୍ କିପର), ଈଶାନ୍ କିଶନ (ୱିକେଟ୍ କିପର), ୟୁଜବେନ୍ଦ୍ର ଚହଲ୍, ରବିଚନ୍ଦ୍ରନ୍ ଅଶ୍ୱିନ୍, ଭୁବନେଶ୍ୱର କୁମାର, ଦୀପକ ଚହର୍, ପ୍ରସିଦ୍ଧ କୃଷ୍ଣ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଜୟନ୍ତ ଯାଦବ, ନଭଦୀପ ସାଇନି।

ଦକ୍ଷିଣ ଆଫ୍ରିକା ଦିନିକିଆ ସ୍କ୍ୱାଡ୍: ତେମ୍ବା ବାଭୁମା (କ୍ୟାପଟେନ୍), କେଶବ ମହାରାଜ (ଭାଇସ୍ କ୍ୟାପଟେନ୍), କ୍ୱିଣ୍ଟନ୍ ଡି କକ୍, ଜୁବେର୍ ହମଜା, ମାର୍କୋ ଜାନେସେନ୍, ଜନେମନ୍ ମଲାନ୍, ସିସାନ୍ଦା ମଗଲା, ଏଡେନ୍ ମାର୍କରମ, ଡେଭିଡ୍ ମିଲର୍, ଲୁଙ୍ଗି ଏନଗିଡି, ୱେନ୍ ପାର୍ନେଲ୍, ଆଣ୍ଡିଲେ ଫେଲୁକୱାୟୋ, ଡ୍ୱେନ୍ ପ୍ରିଟୋରିୟସ, କାଗିସୋ ରବାଡା, ତବରେଜ ଶାମସୀ, ରାସି ଭାନ୍ ଡର୍ ଡୁସେନ୍, କାଇଲ୍ ଭେରେୟିନେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story