ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ (LLCC) ପକ୍ଷରୁ ଚାଲିଥିବା ପ୍ରଥମ ଅଲ୍ ଓଡ଼ିଶା ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ସହୀଦ ସ୍ପୋର୍ଟିଂ ୮ ୱିକେଟରେ ଶେଖର ସ୍ପୋର୍ଟିଂକୁ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ଶେଖର ସ୍ପୋର୍ଟିଂ ପ୍ରଥମେ ବ୍ୟାଟିଂ କରି ୩୦ ଓଭରରେ ୫ ୱିକେଟ୍ ହରାଇ ୧୩୫ ରନ୍ କରିଥିଲା।
ଦଳ ପକ୍ଷରୁ ଗୋପାଳ କ୍ରିଷ୍ଣ ରଥ ୫୩, ଆଦିତ୍ୟ ଆକାଶ ଜେନା ୩୩ ଓ ଇଶାନ୍ ମହାପାତ୍ର ୨୦ ରନ୍ କରିଥିଲେ। ସହୀଦ ସ୍ପୋର୍ଟିଂ ପକ୍ଷରୁ କୋଶାଲ ବିଶ୍ୱକର୍ମା ୨୬ ରନ୍ ଦେଇ ୨ଟି, ଦିବ୍ୟଜ୍ୟୋତି ପଟ୍ଟନାୟକ ଓ ପାର୍ଥ କୁମାର ପାତ୍ର ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
୧୩୬ ରନର ଲକ୍ଷ୍ୟକୁ ସହୀଦ ସ୍ପୋର୍ଟିଂ ୧୬ ଓଭରରେ ୨ ୱିକେଟ୍ ହରାଇ ହାସଲ କରିନେଇଛି। ସଦୀଦ ସ୍ପୋର୍ଟିଂ ପକ୍ଷରୁ ଦିବ୍ୟଜ୍ୟୋତି ପଟ୍ଟନାୟକ ଅପରାଜିତ ୮୦ ରନ୍ ଓ ଶାଶ୍ୱତ ରାଉତ ୪୦ ରନ୍ କରିଥିଲେ। ଶେଖର ସ୍ପୋର୍ଟିଂର ଆଦିତ୍ୟ ଆକାଶ ଜେନା ୨ଟି ୱିକେଟ୍ ହାସଲ କରିଥିଲେ।
ବିଜେତା ଦଳର ଦିବ୍ୟଜ୍ୟୋତି ପଟ୍ଟନାୟକ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଶୁଭମ୍ ଶତ୍ରୁଜିତ ଓ ସନ୍ଦୀପ ଚୌହାନ୍ ଯୋଗ ଦେଇଥିଲେ। ସୁଶାନ୍ତ ଦାଶ ଓ ବିଭୁ ଚୌଧୁରୀ ମ୍ୟାଚ୍ ପରିଚାଳନା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।