Advertisment

କଳ୍ପନା ବାହାରେ...ବିଶ୍ୱ ରେକର୍ଡ କଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା

୨୦୨୪ରେ ଆଇସିସି ଟେଷ୍ଟ ଟିମରେ ନିଜ ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇଥିବା ଜାଡେଜା ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କଚ ପ୍ରଭାବିତ କରିପାରିଛନ୍ତି।

Jadeja

Jadeja

Advertisment

ଭାରତୀୟ ଟିମର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଐତିହାସିକ ରେକର୍ଡ କରିଛନ୍ତି। କ୍ରିକେଟ ଇତିହାସରେ ସେ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। କେହି କେବେ କଳ୍ପନା କରି ନଥିବା ରେକର୍ଡ ଜାଡେଜା ହାସଲ କରିପାରିଛନ୍ତି। ସେ ବିଶ୍ୱର ଏକମାତ୍ର କ୍ରିକେଟର ଯିଏ ଦୀର୍ଘ ସମୟ ଧରି ଆଇସିସି ଟେଷ୍ଟ ଅଲରାଉଣ୍ଡରର ୧ନଂ ସ୍ଥାନରେ ରହିବାକୁ ସକ୍ଷମ ହୋଇଛନ୍ତି।

Advertisment

ଦୀର୍ଘ ୧୧୫୧ ଦିନ ହେଲା ଜାଡେଜାଙ୍କୁ କେହି ବି ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗର ୧ନଂ ସ୍ଥାନରୁ ହଟାଇବାକୁ ସକ୍ଷମ ହୋଇ ନାହାନ୍ତି। ଏପରି ବିରଳ କୀର୍ତ୍ତିମାନ ପୂର୍ବରୁ ବିଶ୍ୱର କୌଣସି କ୍ରିକେଟର କେବେ ହେଲେ ହାସଲ କରି ନଥିଲେ। ଷ୍ଟାର ସ୍ପିନର ଓ ଭାରତୀୟ ଟିମର ଭରସାଯୋଗ୍ୟ ନିମ୍ନକ୍ରମ ବ୍ୟାଟର ଚଳିତ ସପ୍ତାହରେ ମଧ୍ୟ ଆଇସିସି ପକ୍ଷରୁ ଜାରି ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗର ୧ନଂ ସ୍ଥାନରେ ଅତୁଟ ରହିଛନ୍ତି।

ଦୀର୍ଘ ୧୧୫୧ ଦିନ ଧରି ୧ନଂ ସ୍ଥାନରେ ରହିବା ଟେଷ୍ଟ କ୍ରିକେଟରେ ଜାଡେଜାଙ୍କ ଦବଦବା ଓ ସ୍ଥିରତାକୁ ପ୍ରଦର୍ଶିତ କରିଛି। ବ୍ୟାଟିଂ ପାଇଁ ଆଦୌ ଉପଯୁକ୍ତ ନଥିବା ପିଚ୍‌ରେ ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧ ଶତକ ହାସଲ କରିବା ଠାରୁ ଟର୍ଣ୍ଣିଂ ଟ୍ରାକରେ ୫ ୱିକେଟ ଦଖଲ କରିବା ୩୬ ବର୍ଷୀୟ ଜାଡେଜାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଖାସ ଏହି କାରଣ ପାଇଁ ସେ ଭାରତୀୟ ଟେଷ୍ଟ ଟିମର ମେରୁଦଣ୍ଡ ହୋଇ ରହିଛନ୍ତି।

Advertisment

୨୦୨୪ରେ ଆଇସିସି ଟେଷ୍ଟ ଟିମରେ ନିଜ ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇଥିବା ଜାଡେଜା ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କଚ ପ୍ରଭାବିତ କରିପାରିଛନ୍ତି। ଗତବର୍ଷ ଜାଡେଜା ୨୯.୨୭ ହାରରେ ୫୨୭ ରନ କରିବା ସହ ୨୪.୨୯ ବୋଲିଂ ହାରରେ ୪୮ଟି ୱିକେଟ ନେଇଥିଲେ। ଦୀର୍ଘ ସମୟ ଧରି ଆଇସିସି ଟେଷ୍ଟ ଅଲରାଉଣ୍ଡର ତାଲିକାରେ ରହିଥିବା କିମ୍ବଦନ୍ତୀ କ୍ରିକେଟର ଜ୍ୟାକ କାଲିସ, କପିଲ ଦେବ ଓ ଇମ୍ରାନ ଖାନଙ୍କ ଭଳି ଖେଳାଳିଙ୍କୁ ଜାଡେଜା ପଛରେ ପକାଇ ଦେଇଛନ୍ତି।

ଜାଡେଜାଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର ଜେସନ ହୋଲ୍ଡର ଆଇସିସି ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲେ। କିନ୍ତୁ ୨୦୨୨ ମସିହା ମାର୍ଚ୍ଚ ମାସରେ ଜାଡେଜା ତାଙ୍କୁ ପଛରେ ପକାଇ ୧ନଂ ସ୍ଥାନ ଦଖଲ କରିଥିଲେ। ସେବେଠାରୁ ଲଗାତାର ୧୧୫୧ ଦିନ ହେଲା ଜେଡେଜା ସେହି ୧ନଂ ସ୍ଥାନରେ ରହିଛନ୍ତି। ଏବେ ତାଙ୍କ ପଏଣ୍ଟ ୪୦୦ ରହିଛି। ତାଙ୍କ ପଛକୁ ବାଂଲାଦେଶର ମେହିଦୀ ହାସନ ମିରାଜ ରହିଛନ୍ତି। ସେ ଧୀରେଧୀରେ ଜାଡେଜାଙ୍କ ନିକଟବର୍ତ୍ତୀ ହେଉଥିଲେ ହେଁ ତାଙ୍କ ପଏଣ୍ଟ ସଂଖ୍ୟା ୩୨୭ ରହିଛି।

ମିରାଜ ନିକଟରେ ଜିମ୍ବାୱେ ବିପକ୍ଷ ଟେଷ୍ଟ ସିରିଜରେ ୧୧୬ ରନ କରିବା ସହ ୧୫ଟି ୱିକେଟ ନେଇଥିଲେ। ତେଣୁ ଆଇସିସି ଅଲରାଉଣ୍ଡର ତାଲିକାର ଦ୍ୱିତୀୟ ସ୍ଥାନକୁ ସେ ଉଠିଛନ୍ତି। ୩୨୭ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପଏଣ୍ଟ। ହେଲେ ଜାଡେଜାଙ୍କ ଠାରୁ ଏହା ୨୭ କମ।

ICC Ravindra Jadeja Team India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe