Advertisment

କ୍ରିକେଟର ନୂଆ ନିୟମ: ୧୦ ବଦଳରେ ୬ ୱିକେଟ, ଫ୍ୟାନ୍ସ ନେବେ ଫ୍ରି ହିଟ୍‌ ନିଷ୍ପତ୍ତି

ଦୁବାଇ: ପଡ଼ିଆରେ ଦର୍ଶକ ଦେଖିବେ ନୂଆ ପ୍ରକାରର କ୍ରିକେଟ। ଫାଟଫଟ କ୍ରିକେଟ ହେବ ଆହୁରି ଆକର୍ଷଣୀୟ। ଏଥିପାଇଁ ଆସୁଛି ନୂଆ ନିୟମ। ଏଣିକି ୧୦ ବଦଳରେ ଗୋଟିଏ ଟିମ ପାଖରେ ରହିବ ୬ଟି ୱିକେଟ। ସେହିପରି ଫ୍ରି ହିଟ୍‌ର ନିଷ୍ପତ୍ତି ରହିବ ଦର୍ଶକଙ୍କ ପାଖରେ। ଏମିତି କିଛି ନୂଆ ଧରଣର କ୍ରିକେଟ ନିୟମ ସହ ଆରମ୍ଭ ହେବାକୁ ଯାଉଛି କାରିବିୟାନ୍ ପ୍ରିମିୟର ଲିଗ୍ ବା ସିପିଏଲ୍। ଏହାର ୧୦ମ ସଂସ୍କରଣ ନୂଆ ରୂପରେ ଆସିବ। ଟି-୧୦ ଶୈଳୀରେ […]

ଅଦ୍ୟତନ ହୋଇଛି
କ୍ରିକେଟର ନୂଆ ନିୟମ: ୧୦ ବଦଳରେ ୬ ୱିକେଟ, ଫ୍ୟାନ୍ସ ନେବେ ଫ୍ରି ହିଟ୍‌ ନିଷ୍ପତ୍ତି

CPL

Advertisment

ଦୁବାଇ: ପଡ଼ିଆରେ ଦର୍ଶକ ଦେଖିବେ ନୂଆ ପ୍ରକାରର କ୍ରିକେଟ। ଫାଟଫଟ କ୍ରିକେଟ ହେବ ଆହୁରି ଆକର୍ଷଣୀୟ। ଏଥିପାଇଁ ଆସୁଛି ନୂଆ ନିୟମ। ଏଣିକି ୧୦ ବଦଳରେ ଗୋଟିଏ ଟିମ ପାଖରେ ରହିବ ୬ଟି ୱିକେଟ। ସେହିପରି ଫ୍ରି ହିଟ୍‌ର ନିଷ୍ପତ୍ତି ରହିବ ଦର୍ଶକଙ୍କ ପାଖରେ। ଏମିତି କିଛି ନୂଆ ଧରଣର କ୍ରିକେଟ ନିୟମ ସହ ଆରମ୍ଭ ହେବାକୁ ଯାଉଛି କାରିବିୟାନ୍ ପ୍ରିମିୟର ଲିଗ୍ ବା ସିପିଏଲ୍।

Advertisment

ଏହାର ୧୦ମ ସଂସ୍କରଣ ନୂଆ ରୂପରେ ଆସିବ। ଟି-୧୦ ଶୈଳୀରେ ଖେଳାଯିବ ମ୍ୟାଚ୍‌। ଏହି ମଜାଦାର ଟୁର୍ଣ୍ଣାମେଣ୍ଟରେ ଭାଗନେବେ ପୁରୁଷମାନଙ୍କ ୬ଟି ଦଳ ଓ ମହିଳାମାନଙ୍କର ୩ଟି ଦଳ। ନୂଆ ଧରଣର ନିୟମ ସହ ୬୦ ବଲ ବିଶିଷ୍ଟ ମ୍ୟାଚ୍‌ ଖେଳାଯିବ ବୋଲି ସିପିଏଲ ପକ୍ଷରୁ ନୂଆ ପୋଷ୍ଟ ଓ ଟିଜର ଜାରି କରି ସୂଚନା ଦିଆଯାଇଛି। ଏହି ଟିଜରରେ ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର କ୍ରିସ ଗେଲ ରହିଛନ୍ତି। ଟୁର୍ଣ୍ଣାମେଣ୍ଟର ନାଁ 6IXTY ବା ସିକ୍ସଷ୍ଟି ରଖାଯାଇଛି। କ୍ରିସ ଗେଲ ଭିଡିଓ ଜରିଆରେ ଟୁର୍ଣ୍ଣାମେଣ୍ଟର ନିୟମ ସମ୍ପର୍କରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି।

କ’ଣ ସବୁ ନୂଆ ନିୟମ

୧-ପ୍ରତ୍ୟେକ ଦଳ ପାଖରେ ୧୦ ବଦଳରେ ୬ ୱିକେଟ ରହିବ। ଅର୍ଥାତ୍ ୬ଟି ୱିକେଟର ପତନ ପରେ ଇନିଂସ ଶେଷ ହେବ।

Advertisment

୨-ଯଦି ବ୍ୟାଟିଂ କରୁଥିବା ଦଳ ପ୍ରଥମ ୨ ଓଭରର ପାୱାର ପ୍ଲେରେ ୨ଟି ଛକା ମାରିବ, ତା’ହେଲେ ଦଳର ତୃତୀୟ ପାୱାର ପ୍ଲେର ଚାବି ଖୋଲିବ। ନ ଚେତ ବ୍ୟାଟିଂ ଦଳ ଏହି ସୁଯୋଗ ପାଇବ ନାହିଁ।

୩- ପ୍ରତିଦଳ ଗୋଟିଏ ଏଣ୍ଡରୁ ଲଗାତର ୫ ଓଭର ବୋଲିଂ କରିବେ। ପ୍ରତି ଓଭର୍‌ରେ କ୍ରିକେଟର ଅନ୍ୟ ଫର୍ମାଟ ପରି ଏଣ୍ଡ ବଦଳିବ ନାହିଁ।

୪- ଯଦି ଫିଲ୍ଡିଂ କରୁଥିବା ଦଳ ଧାର୍ଯ୍ୟ ୪୫ ମିନିଟ ମଧ୍ୟରେ ୧୦ ଓଭର ବୋଲିଂ କରିବାରେ ବିଫଳ ହୁଅନ୍ତି। ତେବେ ଶେଷ ୬ଟି ବଲ ବୋଲିଂ ବେଳେ ଜଣେ ଫିଲ୍ଡର ପଡ଼ିଆ ବାହାରେ ରହିବେ।

୫- ଟୁର୍ଣ୍ଣାମେଣ୍ଟରେ ରହସ୍ୟମୟ ଫ୍ରି ହିଟ୍‌ର ବ୍ୟବସ୍ଥା ରହିଛି। ଫ୍ୟାନ୍ସ ସ୍ୱତନ୍ତ୍ର ଆପ କିମ୍ବା ୱେବସାଇଟ ଜରିଆରେ ଭୋଟ ଦେଇ କେଉଁ ବଲଟି ଫ୍ରି ହିଟ୍‌ ପାଇଁ ବ୍ୟବହାର ହେବ, ତା’ର ନିଷ୍ପତ୍ତି ନେବେ।


ସିପିଏଲ ସିଇଓ ପେଟ ରସେଲ କହିଛନ୍ତି, କ୍ରିକେଟକୁ ଅଧିକ ଆକର୍ଷଣୀୟ ଓ ମନୋରଞ୍ଜନ ଭିତ୍ତିକ କରିବା ପାଇଁ ଏହା କେବଳ ଗୋଟିଏ ଉଦ୍ୟମ। ବର୍ତ୍ତମାନ ଗୋଲ୍ଫରେ ଯେଉଁ ନିୟମ ରହିଛି, ତା’କୁ ଏଠାରେ ଲାଗୁ କରାଯିବ। ଗୋଟିଏ ଭିନ୍ନ ଲେନ୍ସରେ ବେଳେବେଳେ ସବୁ କିଛିକୁ ଦେଖିବାକୁ ପଡ଼େ। ସଂପୂର୍ଣ୍ଣ ଭାବେ ନୂଆ ଢାଞ୍ଚାର ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ବର୍ଷକୁ ୪ଟି ଟୁର୍ଣ୍ଣାମେଣ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ୩ଟି କାରିବିୟାନରେ ଓ ଆଉ ଗୋଟିଏ ବିଦେଶରେ ଖେଳାଯିବ। 6IXTY ଯଦି ଭେଗାସରେ ହୋଇପାରିଲା, ତା’ହେଲେ ସ୍ୱପ୍ନ ପୂରଣ ହେବ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe