Advertisment

ବ୍ୟାଟ୍ ଛାଡ଼ି ବିରିୟାନୀ ରାନ୍ଧିଲେ ରାଇନା ଓ ରାୟୁଡୁ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣରେ ଖେଳାଳିମାନେ କ୍ରିକେଟ୍ ବ୍ୟତୀତ ଫାଙ୍କା ସମୟ ପାଇଲେ କିଛି ନା କିଛି ନିଆରା କାମ କରିଥାନ୍ତି। ତିନିଥରର ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସର ଚଳିତ ଆଇପିଏଲରେ ଶୁଭାରମ୍ଭ ଭଲ ହୋଇନଥିଲେ ହେଁ, ଟିମର ଖେଳାଳି ଟେନସନରୁ ଧ୍ୟାନ ହଟାଇବା ପାଇଁ ଅନ୍ୟ କାମରେ ମନ ନିୟୋଜିତ କରିଛନ୍ତି। ସିଏସକେ ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଏକ ଭିଡିଓ ଅପଲୋଡ୍ କରିଛି, ଯେଉଁଥିରେ ଖେଳାଳିମାନଙ୍କୁ କ୍ରିକେଟ୍ ମଇଦାନ ବଦଳରେ […]

author-image
Ranjit Kumar Jena
ବ୍ୟାଟ୍ ଛାଡ଼ି ବିରିୟାନୀ ରାନ୍ଧିଲେ ରାଇନା ଓ ରାୟୁଡୁ

suresh-raina-and-ambati-rayudu

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣରେ ଖେଳାଳିମାନେ କ୍ରିକେଟ୍ ବ୍ୟତୀତ ଫାଙ୍କା ସମୟ ପାଇଲେ କିଛି ନା କିଛି ନିଆରା କାମ କରିଥାନ୍ତି। ତିନିଥରର ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସର ଚଳିତ ଆଇପିଏଲରେ ଶୁଭାରମ୍ଭ ଭଲ ହୋଇନଥିଲେ ହେଁ, ଟିମର ଖେଳାଳି ଟେନସନରୁ ଧ୍ୟାନ ହଟାଇବା ପାଇଁ ଅନ୍ୟ କାମରେ ମନ ନିୟୋଜିତ କରିଛନ୍ତି। ସିଏସକେ ତା'ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଏକ ଭିଡିଓ ଅପଲୋଡ୍ କରିଛି, ଯେଉଁଥିରେ ଖେଳାଳିମାନଙ୍କୁ କ୍ରିକେଟ୍ ମଇଦାନ ବଦଳରେ କିଚେନ୍‌ରେ ଖାଦ୍ୟ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ସିଏସକେର ସପୋର୍ଟ ଷ୍ଟାଫ୍ ଓ ଖେଳାଳି ଏକାଠି ବସି ଖାଇବାର ଭରପୂର ମଜା ମଧ୍ୟ ଉଠାଇଛନ୍ତି।

Advertisment

ଭିଡିଓରେ ଦେଖିବାକୁ ମିଳିଛି ଯେ ଗତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ସୁରେଶ ରାଇନା ଓ ଅମ୍ବାତି ରାୟୁଡୁ ବିରିୟାନୀ ପ୍ରସ୍ତୁତ କରୁଛନ୍ତି। ଦୁହେଁ ଶେଫ୍ ଭଳି ଡ୍ରେସ୍ ପିନ୍ଧିଛନ୍ତି। ରାଇନା ଓ ରାୟୁଡୁ ଗୋଟିଏ ପଟେ ବିରିୟାନୀ ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବା ବେଳେ ଆଉ କିଛି ଖେଳାଳି ଅନ୍ୟ କିଛି ଡିଶ୍ କରିବାରେ ବ୍ୟସ୍ତ ଅଛନ୍ତି। ପରେ ରାୟୁଡୁଙ୍କୁ ରାଇନା ବିରିୟାନୀ ଟେଷ୍ଟ କରାଉଛନ୍ତି। ରାୟୁଡୁ ଇସାରାରେ ରାଇନାଙ୍କୁ କହୁଛନ୍ତି ଯେ ବିରିୟାନୀ ବହୁତ ସ୍ୱାଦିଷ୍ଟ ହୋଇଛି।

https://twitter.com/ChennaiIPL/status/1381512354823774210?s=20

ମିଷ୍ଟର ଆଇପିଏଲ୍ ନାମରେ ପରିଚିତ ରାଇନାଙ୍କୁ ଲକଡାଉନ୍ ବେଳେ ଅନେକଥର ରୋଷେଇ ଘରେ ଖାଦ୍ୟ ବନାଉଥିବା ଦେଖିବାକୁ ମିଳିଛି। ସେ ସୋଶାଲ ମିଡିଆରେ ଅନେକ ଭିଡିଓ ଅପଲୋଡ୍ କରି ଫ୍ୟାନଙ୍କ ହୃଦୟ ଜିଣିଛନ୍ତି। ଏବେ ଆଇପିଏଲରେ ରାଇନା ରୋଷେଇ କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।

Advertisment

ସୂଚନାଯୋଗ୍ୟ, ଗତ ସଂସ୍କରଣରେ ଖେଳିନଥିବା ରାଇନା ଚଳିତଥର ଏହି ବ୍ୟୟବହୁଳ ଲିଗକୁ କମବ୍ୟାକ୍ କରିଛନ୍ତି। ପ୍ରତ୍ୟାବର୍ତ୍ତନ ମ୍ୟାଚରେ ରାଇନା ଅର୍ଦ୍ଧଶତକ ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଇନାଙ୍କ ୫୪ ରନର ଇନିଂସ୍ ବଳରେ ଚେନ୍ନାଇ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ୭ ୱିକେଟ୍ ହରାଇ ୧୮୮ ରନ୍ କରିଥିଲା। ଜବାବରେ ଦିଲ୍ଲୀ ୩ ୱିକେଟ୍ ହରାଇ ୧୯୦ ରନ୍ କରି ବିଜୟୀ ହୋଇଥିଲା।

IPL 2021