Advertisment

ଆଜି ଗୁଜରାଟ ବିପକ୍ଷରେ ନିଜ ଆଇପିଏଲ କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳିବେ ରାୟୁଡୁ

ଆଜି ଚେନ୍ନାଇ ଫାଇନାଲ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ଭେଟିବ। ଏହି ମ୍ୟାଚ୍‌ରେ ରାୟୁଡୁ ନଜର ଆସିବେ। ୨୦୧୮ରୁ ରାୟୁଡୁ ଚେନ୍ନାଇ ସହ ରହିଛନ୍ତି।

ambati rayudu

ambati rayudu

Advertisment

ଆଇପିଏଲ ୨୦୨୩ର ଫାଇନାଲ ମ୍ୟାଚ୍‌ ଆଉ କିଛି ସମୟ ପରେ ଆରମ୍ଭ ହେବ। ଏହାପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଭେଟରାନ କ୍ରିକେଟର ଅମ୍ବାତି ରାୟୁଡୁ ଆଇପିଏଲକୁ ଅଲବିଦା କହିଛନ୍ତି। ଆଜିର ଫାଇନାଲ ମ୍ୟାଚ୍‌ ପରେ ତାଙ୍କୁ ଆଉ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ। ଆଜି ସେ ଶେଷଥର ପାଇଁ ଆଇପିଏଲ ମ୍ୟାଚ୍‌ ଖେଳିବେ ବୋଲି ରାୟୁଡୁ ନିଜର ଅବସର ଘୋଷଣା ବେଳେ କହିଛନ୍ତି।

Advertisment

ଆଜି ଚେନ୍ନାଇ ଫାଇନାଲ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ଭେଟିବ। ଏହି ମ୍ୟାଚ୍‌ରେ ରାୟୁଡୁ ନଜର ଆସିବେ। ୨୦୧୮ରୁ ରାୟୁଡୁ ଚେନ୍ନାଇ ସହ ରହିଛନ୍ତି। ତାଙ୍କ ସମୟରେ ଦଳ ଦୁଇ ଥର ଆଇପିଏଲ ଟ୍ରଫି ଜିତିଛି। ୨୦୧୦ରେ ରାୟୁଡୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ନିଜର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ୨୦୧୮ରେ ଚେନ୍ନାଇରେ ଯୋଗ ଦେଇଥିଲେ।

ରାୟୁଡୁ ଆଜି ଟ୍ୱିଟ କରି କହିଛନ୍ତି ଯେ “ ଦୁଇ ବଡ଼ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ପାଇଁ ୨୦୪ ମ୍ୟାଚ୍‌, ୧୪ଟି ସିଜିନ, ୧୧ ପ୍ଲେଅଫ, ୮ ଫାଇନାଲ ଓ ୫ ଟ୍ରଫି ଜିତିଛି। ଆଶା ଆଜି ରାତିରେ ଏହି ସଂଖ୍ୟା ୬ରେ ପହଞ୍ଚିବ। ଏହା ଏକ ଭଲ ଯାତ୍ରା ଥିଲା। ମୁଁ ନିଷ୍ପତ୍ତି ନେଇଛି ଯେ ଆଜି ରାତିର ଫାଇନାଲ ମୋ ଆଇପିଏଲ କ୍ୟାରିୟରର ଶେଷ ମ୍ୟାଚ୍‌ ହେବ। ଏହି ମହାନ ଟୁର୍ଣ୍ଣାମେଣ୍ଟରେ ଖେଳି ମୁଁ ବେଶ ଆନନ୍ଦ ପାଇଛି। ଧନ୍ୟବାଦ। ଆଉ ୟୁ-ଟର୍ଣ୍ଣ ନେବିନି।”

Advertisment

ଆଇପିଏଲରେ ଟ୍ରଫି ଜିତିବା ପାଇଁ ରାୟୁଡୁଙ୍କୁ ୨୦୧୩ରେ ପ୍ରଥମଥର ସୁଯୋଗ ମିଳିଥିଲା। ଏହି ସମୟରେ ସେ ମୁମ୍ବାଇ ଇଣ୍ଡିଆନ୍ସ ସହ ରହିଥିଲେ। ଏହା ମୁମ୍ବାଇର ମଧ୍ୟ ପ୍ରଥମ ଟ୍ରଫି ଥିଲା। ରାୟୁଡୁ ଏହି ସିଜିନର ସବୁ ମ୍ୟାଚ୍‌ ଖେଳିଥିଲେ। ୨୦୧୫ ଓ ୨୦୧୭ରେ ମଧ୍ୟ ରାୟୁଡୁ ମୁମ୍ବାଇରେ ଥିବା ବେଳେ ଦଳ ଆଇପିଏଲ ଚାମ୍ପିୟନ ହୋଇଥିଲା।

୨୦୧୮ରେ ସେ ଚେନ୍ନାଇକୁ ଆସିଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇରେ ରାୟୁଡୁ ଜଣେ ପାୱାର ହିଟର ଭୂମିକାରେ ନଜର ଆସିଥିଲେ। ୨୦୧୮ରେ ସେ ଚେନ୍ନାଇ ପାଇଁ ଡେବ୍ୟୁ କରିଥିବା ବେଳେ ଦଳ ଚାମ୍ପିୟନ ମଧ୍ୟ ହୋଇଥିଲା। ଏହି ସିଜିନରେ ସେ ୧୬ ମ୍ୟାଚ୍‌ରେ ୬୦୨ ରନ କରିଥିଲେ।

୨୦୨୧ରେ ଚେନ୍ନାଇ ଚାମ୍ପିୟନ ହେବା ପରେ ରାୟୁଡୁ ମଧ୍ୟ ଦଳରେ ରହିଥିଲେ। ୨୦୨୩ ଆଇପିଏଲରେ ରାୟୁଡୁ ୧୫ଟି ଯାକ ମ୍ୟାଚ୍‌ ଖେଳିଥିଲେ ହେଁ ସେତେଟା ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ତେଣୁ ଆଜି ନିଜ ଆଇପିଏଲ କ୍ୟାରିୟରର ଶେଷ ମ୍ୟାଚ୍‌ରେ ସେ କମାଲ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି।

ରାୟୁଡୁ ୨୦୦ରୁ ଅଧିକ ଆଇପିଏଲ ମ୍ୟାଚ୍‌ ଖେଳି ଥିବା ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ସେ ଆଇପିଏଲରେ ୪୨୩୯ ରନ କରିଛନ୍ତି।

IPL CSK Ambati Rayudu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe