Advertisment

'ବଡ଼ ଭୁଲ୍ କରିଛନ୍ତି ଆମୀର, ହରଭଜନଙ୍କୁ କ୍ଷମା ମାଗନ୍ତୁ'

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନ ଠାରୁ ହାରିବା ପରେ ଭାରତକୁ ଖୁବ୍ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। ଏପରିକି ଭାରତର ପରାଜୟ ପରେ ଭାରତର ଭେଟେରାନ୍ ସ୍ପିନର୍ ହରଭଜନ ସିଂହଙ୍କ ସହ ପାକିସ୍ତାନର ପୂର୍ବତନ ପେସର୍ ମହମ୍ମଦ ଆମୀର ଖରାପ ବ୍ୟବହାର କରିଥିଲେ। ଏବେ ଏହାକୁ ନେଇ ଆମୀରଙ୍କ ଉପରେ ବର୍ଷିଛନ୍ତି ପାକିସ୍ତାନର ପୂର୍ବତନ ସ୍ପିନର ସଇଦ ଅଜମଲ୍। ଭଜିଙ୍କ ସହ ଏଭଳି ବ୍ୟବହାର ପାଇଁ ଆମୀରଙ୍କୁ କ୍ଷମା ମାଗିବା ଦରକାର ବୋଲି ଅଜମଲ୍ କହିଛନ୍ତି। […]

'ବଡ଼ ଭୁଲ୍ କରିଛନ୍ତି ଆମୀର, ହରଭଜନଙ୍କୁ କ୍ଷମା ମାଗନ୍ତୁ'

amir-and-harbhajan

Advertisment

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନ ଠାରୁ ହାରିବା ପରେ ଭାରତକୁ ଖୁବ୍ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। ଏପରିକି ଭାରତର ପରାଜୟ ପରେ ଭାରତର ଭେଟେରାନ୍ ସ୍ପିନର୍ ହରଭଜନ ସିଂହଙ୍କ ସହ ପାକିସ୍ତାନର ପୂର୍ବତନ ପେସର୍ ମହମ୍ମଦ ଆମୀର ଖରାପ ବ୍ୟବହାର କରିଥିଲେ। ଏବେ ଏହାକୁ ନେଇ ଆମୀରଙ୍କ ଉପରେ ବର୍ଷିଛନ୍ତି ପାକିସ୍ତାନର ପୂର୍ବତନ ସ୍ପିନର ସଇଦ ଅଜମଲ୍। ଭଜିଙ୍କ ସହ ଏଭଳି ବ୍ୟବହାର ପାଇଁ ଆମୀରଙ୍କୁ କ୍ଷମା ମାଗିବା ଦରକାର ବୋଲି ଅଜମଲ୍ କହିଛନ୍ତି।

Advertisment

ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ପାକିସ୍ତାନର ବିଜୟ ପରେ ଆମୀର ଏକ ଟ୍ୱିଟ୍ କରି ହରଭଜନଙ୍କୁ ଟାର୍ଗେଟ୍ କରିଥିଲେ। ଟ୍ୱିଟରରେ ଭଜିଙ୍କୁ ଛିଗୁଲେଇ ଆମୀର ଲେଖିଥିଲେ, ହରଭଜନ ପାଜି ଆପଣ ଟିଭି ଭାଙ୍ଗିବେନି କି?

ମ୍ୟାଚ୍ ପୂର୍ବରୁ ପ୍ରିଭ୍ୟୁରେ ହରଭଜନ ଓ ଶୋଏବ ଅଖର ପରସ୍ପର ସହ ଥଟ୍ଟାମଜା କରୁଥିଲେ। କିନ୍ତୁ ମ୍ୟାଚ୍ ପରେ ଆମୀର ଭାରତୀୟ କ୍ରିକେଟରଙ୍କୁ ଟାର୍ଗେଟ୍ କରିଥିଲେ। ହରଭଜନ ମଧ୍ୟ ଏହାକୁ ହାଲୁକା ଭାବେ ନେଇନଥିଲେ ଏବଂ ଆମୀରଙ୍କୁ ମ୍ୟାକ୍ ଫିକ୍ସିଂ କଥା ମନେ ପକାଇ ଟାର୍ଗେଟ୍ କରିଥିଲେ।

Advertisment

ଏହି ପୂରା ବିବାଦକୁ ନେଇ ଅଜମଲ୍ କହିଛନ୍ତି, 'ଖେଳାଳିଙ୍କୁ ପରସ୍ପର ସହ ଭଲ ବ୍ୟବହାର କରିବା ଦରକାର, କାରଣ ଖେଳ ପରସ୍ପରକୁ ନିକଟତର କରିଥାଏ। ମୋତେ ଲାଗୁଛି ହରଭଜନ ଓ ଅଖତରଙ୍କ କଥାରେ ହସ୍ତକ୍ଷେପ କରି ଆମୀର ବଡ଼ ଭୁଲ୍ କରିଛନ୍ତି। ଏଥିପାଇଁ ସେ କ୍ଷମା ମାଗନ୍ତୁ।'

ସୂଚନାଯୋଗ୍ୟ, ପାକିସ୍ତାନର ପୂର୍ବତନ କ୍ରିକେଟର୍ ଆମୀର କିଛି ଟ୍ୱିଟ୍ କରିଥିଲେ। ଯାହାର ଜବାବ ଦେଇଥିଲେ ହରଭଜନ। ଏହା ପରେ ଭଜି ଆମୀରଙ୍କୁ ସ୍ପଟଫିକ୍ସିଂ କଥା କହିଥିଲେ। ଯେଉଁଥିରେ ଆମୀର ରାଗି ଯାଇ ମନଇଚ୍ଛା ଟ୍ୱିଟ୍ କରିବାକୁ ଲାଗିଲେ। ଭଜି କହିଥିଲେ, କ୍ରିକେଟ୍ ଏକ ଭଦ୍ରଲୋକର ଖେଳ। ହେଲେ ପାକିସ୍ତାନର ପୂର୍ବତନ ପେସର ଆମୀରଙ୍କ ଭଳି ଲୋକ ଏହାକୁ କଳଙ୍କିତ କରିଛନ୍ତି। ହୁଏତ କୌଣସି ଦେଶ ଭିତରେ ରାଜନୀତିକ ସମ୍ପର୍କ ଯେମିତି ଥାଉ ନା କାହିଁକି, କିନ୍ତୁ ମଇଦାନରେ ଖେଳାଳିମାନେ ଖେଳୁଆଡ଼ ମନୋଭାବ ସହ ଖେଳିଥାନ୍ତି। କିନ୍ତୁ ପାକିସ୍ତାନ ସହ ଏଭଳି ହୋଇନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe