Advertisment

ଅମିତ ମିଶ୍ରାଙ୍କ ଯାଦୁରେ ଫିସଲା ମୁମ୍ବାଇ, ମାତ୍ର ୧୩୭ରେ ଅଟକିଲା

ଚେନ୍ନାଇ: ଚଳିତ ଆଇପିଏଲର ସବୁଠାରୁ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ। ବିଶେଷ କରି ଦିଲ୍ଲୀ କ୍ୟାପିଟାଲ୍ସର ଲେଗ ସ୍ପିନର ଅମିତ ମିଶ୍ରାଙ୍କ ଯାଦୁରେ ଫସି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ମାତ୍ର ୧୩୭ ରନ୍‌ କରିବାକୁ ସକ୍ଷମ ହୋଇଛି। ଏବେ ଏହି ମ୍ୟାଚ୍‌କୁ ଜିତିବା ପାଇଁ ଦିଲ୍ଲୀକୁ ୧୩୮ ରନ୍‌ର ଟାର୍ଗେଟ ମିଳିଛି। ଦିଲ୍ଲୀ ପକ୍ଷରୁ ଅମିତ ମିଶ୍ରା ୪ ଓଭର୍‌ରେ ୨୪ ରନ୍‌ ଦେଇ ୪ଟି ୱିକେଟ ନେଇଛନ୍ତି। ରୋହିତ […]

ଅଦ୍ୟତନ ହୋଇଛି
ଅମିତ ମିଶ୍ରାଙ୍କ ଯାଦୁରେ ଫିସଲା ମୁମ୍ବାଇ, ମାତ୍ର ୧୩୭ରେ ଅଟକିଲା

IPL

Advertisment

ଚେନ୍ନାଇ: ଚଳିତ ଆଇପିଏଲର ସବୁଠାରୁ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ। ବିଶେଷ କରି ଦିଲ୍ଲୀ କ୍ୟାପିଟାଲ୍ସର ଲେଗ ସ୍ପିନର ଅମିତ ମିଶ୍ରାଙ୍କ ଯାଦୁରେ ଫସି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ମାତ୍ର ୧୩୭ ରନ୍‌ କରିବାକୁ ସକ୍ଷମ ହୋଇଛି।

Advertisment

ଏବେ ଏହି ମ୍ୟାଚ୍‌କୁ ଜିତିବା ପାଇଁ ଦିଲ୍ଲୀକୁ ୧୩୮ ରନ୍‌ର ଟାର୍ଗେଟ ମିଳିଛି। ଦିଲ୍ଲୀ ପକ୍ଷରୁ ଅମିତ ମିଶ୍ରା ୪ ଓଭର୍‌ରେ ୨୪ ରନ୍‌ ଦେଇ ୪ଟି ୱିକେଟ ନେଇଛନ୍ତି। ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, କାଏରନ ପୋଲାର୍ଡ ଓ ଈଶାନ କିଷନଙ୍କ ୱିକେଟ ନେଇ ମିଶ୍ରା ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

ଚେନ୍ନାଇରେ ଆଜି ଟସ୍‌ ଜିତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ମାତ୍ର ୯ ରନ୍‌ରେ ଦଳ ଓପନ କ୍ୱିଣ୍ଟନ ଡି’କକ(୨)ଙ୍କୁ ହରାଇଥିଲା। ସେ ମାର୍କସ ଷ୍ଟୋଇନିସଙ୍କ ବଲରେ ଆଉଟ ହୋଇଥିଲେ। ଇନଫର୍ମ ସୂର୍ଯ୍ୟ କୁମାର ଯାଦବ ଭଲ ଆରମ୍ଭ କରିଥିଲେ ହେଁ ୧୫ ବଲ୍‌ରେ ୨୪ ରନ୍‌ କରି ଅଭେଶ ଖାନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

Advertisment

ଗୋଟିଏ ପଟେ ୱିକେଟ ଯାଉଥିଲେ ହେଁ ରୋହିତ ଶର୍ମା ଅନ୍ୟପଟେ କାଉଣ୍ଟର ଆଟାକ କରିଥିଲେ। କାଗିସୋ ରାବଡାଙ୍କ ଓଭର୍‌ରେ ସେ ୧୪ ରନ୍‌ ଆଦାୟ କରି ମୁମ୍ବାଇର ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ। ହେଲେ ୮.୪ ଓଭର୍‌ରେ ଅମିତ ମିଶ୍ରା ସବୁକିଛି ଓଲଟ ପାଲଟ କରିଦେଇଥିଲେ।

ସେ ପ୍ରଥମେ ୪୪ ରନ୍‌ କରିଥିବା ରୋହିତ ଶର୍ମାଙ୍କୁ ଷ୍ଟିଭ ସ୍ମିଥଙ୍କ ହାତରେ କ୍ୟାଚ୍‌ କରାଇଥିଲେ। ଆଉଟ ହେବା ପୂର୍ବରୁ ରୋହିତ ୩ଟି ଚୌକା ଓ ୩ଟି ଛକା ବଳରେ ୪୪ ରନ୍‌ କରିଥିଲେ। ଏହାର ଗୋଟିଏ ବଲ ପରେ ସେ ହାର୍ଦ୍ଦିକ ପାଣ୍ଡ୍ୟା(୦)ଙ୍କୁ ଆଉଟ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। କୃନାଲ ପାଣ୍ଡ୍ୟା ମାତ୍ର ୧ ରନ୍‌ କରି ଲଳିତ ଯାଦବଙ୍କ ଶିକାର ବନିଥିଲେ।

କ୍ରିଜ୍‌ରେ ପୋଲାର୍ଡ ଓ ଈଶାନ କିଶନ ଥିବାରୁ ଦଳ ବଡ଼ ସ୍କୋର କରିବ ବୋଲି ଆଶା କରାଯାଉଥିଲା। ହେଲେ ଅମିତ ମିଶ୍ରା ପ୍ରଥମେ ପୋଲାର୍ଡ(୨) ଓ ଈଶାନ କିଶନ(୨୬)ଙ୍କୁ ଆଉଟ କରି ମୁମ୍ବାଇକୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲେ। ଶେଷ ଭାଗରେ ଜୟନ୍ତ ଯାଦବ ୨୩ ରନ୍‌ କରିବାରୁ ମୁମ୍ବାଇ ୧୩୦ ରନ୍‌ ପାର କରିଥିଲା।

ଜୟନ୍ତଙ୍କ ୱିକେଟ ରାବଡା ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାହୁଲ ଚହର(୬) ଅଭେଶ ଖାନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଯଶପ୍ରୀତ ବୁମ୍ରା ୩ ଓ ଟ୍ରେଣ୍ଟ ବୋଲ୍ଟ ୧ ଶେଷ ଯାଏ ଅପରାଜିତ ରହିଥିଲେ। ଶେଷରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ ହରାଇ ମାତ୍ର ୧୩୭ ରନ୍‌ ହିଁ କରିବାକୁ ସକ୍ଷମ ହୋଇଥିଲା।

ଦିଲ୍ଲୀ ପକ୍ଷରୁ ମିଶ୍ରା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଅଭେଶ ଖାନ ୨ଟି ୱିକେଟ ପାଇଛନ୍ତି। ରାବଡା ଓ ଲଳିତ ଯାଦବ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe