Amol
ଦ୍ୱିତୀୟ ସଚିନ ତେନ୍ଦୁଲକର ଭାବେ ପରିଚିତ ଅମୋଲ ମଜୁମଦାରଙ୍କୁ ମିଳିଛି ନୂଆ ଦାୟିତ୍ୱ। ତାଙ୍କୁ ବିସିସିଆଇ ଭାରତୀୟ ମହିଳା ଟିମର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଛି। ଘରୋଇ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଖେଳାଳିର ଆଖ୍ୟ ପାଇଥିବା ମଜୁମଦାର ତାଙ୍କ କ୍ରିକେଟିଂ କ୍ୟାରିୟର୍ରେ ଅନେକ ରନ କରିଛନ୍ତି।
ହେଲେ ତାଙ୍କୁ କେବେ ହେଲେ ଭାରତର ଜାତୀୟ ଦଳରେ ସୁଯୋଗ ମିଳି ନଥିଲା। କିନ୍ତୁ ଏବେ ବିସିସିଆଇ ତାଙ୍କୁ ମହିଳା ଟିମର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଛି।
୨୦୨୨ ପରଠାରୁ ଭାରତୀୟ ମହିଳା ଦଳ ବିନା ମୁଖ୍ୟ କୋଚ୍ରେ ମ୍ୟାଚ୍ ଖେଳୁଛି। କାରଣ ରମେଶ ପାୱାରଙ୍କୁ ବିଦା କରାଯିବା ପରେ ଆଉ କାହାକୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ମିଳି ନଥିଲା।
ମୁମ୍ବାଇ ରଣଜୀ ଟିମର ପୂର୍ବତନ ଅଧିନାୟକ ମଜୁମଦାର ୧୭୧ ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ୧୧ ହଜାରରୁ ଅଧିକ ରନ କରିଛନ୍ତି। ଏଥିରେ ୩୦ଟି ଶତକ ମଧ୍ୟ ରହିଥିଲା। ୨୧ ବର୍ଷର କ୍ରିକେଟିଂ କ୍ୟାରିୟର୍ରେ ମଜୁମଦାର ୧୦୦ ଅଧିକ ଲିଷ୍ଟ ଏ ମ୍ୟା ଓ ୧୪ଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ମୁମ୍ବାଇ ପାଇଁ ସେ ଏକାଧିକ ରଣଜୀ ଟ୍ରଫି ଟାଇଟଲ ଜିତିଛନ୍ତି। ମୁମ୍ବାଇ ପରେ ସେ ଆନ୍ଧ୍ରପ୍ରଦେଶ ଓ ଆସାମ ପାଇଁ ମଧ୍ୟ ଖେଳିଥିଲେ।
ବିସିସିଆଇ ଗୋଟିଏ ବିବୃତିରେ କହିଛି ଯେ କ୍ରିକେଟ୍ ପରାମର୍ଶଦାତା କମିଟି(ସିଏସି)ରେ ଥିବା ସୁଲକ୍ଷଣା ନାଏକ, ଅଶୋକ ମାଲହୋତ୍ରା ଓ ଜତିନ୍ ପରାଞ୍ଜପେ ସାକ୍ଷାତକାର ଜରିଆରେ ମୁଖ୍ୟ କୋଚ୍ ପଦ ପାଇଁ ପ୍ରାର୍ଥୀଙ୍କୁ ଚୟନ କରିଥିଲେ। ସବୁ କିଛିକୁ ବିଚାର କରିବା ପରେ ୩ ଜଣିଆ କମିଟି ସର୍ବସମ୍ମତିକ୍ରମେ ଅମୋଲ ମଜୁମଦାରଙ୍କ ନାଁ ଉପରେ ମୋହର ମାରିଛନ୍ତି। ବିସିସିଆଇ ମଧ୍ୟ ଏହି ମୋହରକୁ ସ୍ୱୀକୃତି ଦେଇଛି। ଏବେ ମଜୁମଦାର ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରିବେ ବୋଲି ବିସିସିଆଇ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Amol__1698239952.jpg)