Advertisment

ବିଶ୍ୱ ରେକର୍ଡ କଲେ ଜେମ୍ସ ଆଣ୍ଡରସନ

ତୃତୀୟ ଦିନର ୪ର୍ଥ ଓଭରରେ ଆଣ୍ଡରସନ ୭୦୦ ୱିକେଟ ମାଇଲ ଖୁଣ୍ଟ ଛୁଇଁଛନ୍ତି।

Anderson

Anderson

Advertisment

ଇଂଲଣ୍ଡ ଟିମର ସବୁଠାରୁ ବୟସ୍କ ତଥା ସ୍ପିଡ ଷ୍ଟାର ହିମାଳୟ ପାଦଦେଶ ଅର୍ଥାତ ଧର୍ମଶାଲାରେ ନୂଆ ରେକର୍ଡ କରିଛନ୍ତି। ସେ ବିଶ୍ୱର ପ୍ରଥମ ଦ୍ରୁତ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୭୦୦ ୱିକେଟ ଦଖଲ କରିବାର କୀର୍ତ୍ତିମାନ ହାସଲ କରିଛନ୍ତି। ସେ ଭାରତ ବିପକ୍ଷ ୫ମ ଟେଷ୍ଟର ତୃତୀୟ ଦିନରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

Advertisment

ଇଂଲଣ୍ଡ ୫ମ ଟେଷ୍ଟରେ ଭାରତ ଠାରୁ ଗୋଟିଏ ଇନିଂସ ଓ ୬୪ ରନରେ ପରାସ୍ତ ହୋଇଛି। ତୃତୀୟ ଦିନର ଟି ବ୍ରେକ ପୂର୍ବରୁ ଇଂଲଣ୍ଡ ଟିମ ଅଲଆଉଟ ହେବା ସହ ଭାରତ ୪-୧ରେ ଟେଷ୍ଟ ସିରିଜକୁ କବଜା କରିଛି। ହେଲେ ତୃତୀୟ ଦିନର ୪ର୍ଥ ଓଭରରେ ଆଣ୍ଡରସନ ୭୦୦ ୱିକେଟ ମାଇଲ ଖୁଣ୍ଟ ଛୁଇଁଛନ୍ତି। ଆଜି ସେ କୁଲଦୀପ ଯାଦବ (୩୦)ଙ୍କୁ ଆଉଟ କରିବା କ୍ଷଣି ଟେଷ୍ଟ କ୍ରିକେଟରେ ୭୦୦ ୱିକେଟ ଅକ୍ତିଆର କରିଥିବା ଖେଳାଳିଙ୍କ କ୍ଲବରେ ପ୍ରବେଶ କରିଛନ୍ତି।

ତୃତୀୟ ବୋଲର ଭାବେ ଆଣ୍ଡରସନ ଟେଷ୍ଟ କ୍ରିକେଟର ୭୦୦ ୱିକେଟ ଦଖଲ କରିଛନ୍ତି। ତାଙ୍କ ଉପରେ କେବଳ ଦୁଇ ଜଣ ସ୍ପିନର ମୁଥିଆ ମୁରଲୀଧରନ(୮୦୦) ଓ ଶେନ ୱାର୍ଣ୍ଣ(୭୦୮) ରହିଛନ୍ତି। ବିଶ୍ୱର କୌଣସି ଦ୍ରୁତ ବୋଲର ଆଣ୍ଡରସନଙ୍କ ଭଳି ଟେଷ୍ଟ ମ୍ୟାଚ ଖେଳି ନାହାନ୍ତି।

Advertisment

୨୦୦୩ ମେ’ ମାସରେ ଆଣ୍ଡରସନ ଜିମ୍ବାୱେ ବିପକ୍ଷ ଟେଷ୍ଟରେ ଟେବ୍ୟୁ କରିଥିଲେ। ଦୀର୍ଘ ୨୧ ବର୍ଷ ମଧ୍ୟରେ ସେ ୧୮୭ଟି ଟେଷ୍ଟ ଖେଳି ସାରିଲେଣି। ୪୧ ବର୍ଷ ବୟସରେ ପାଦ ଥାପି ସାରିଥିବା ଆଣ୍ଡରସନ ଏବେ ବି ସମାନ ରନଅପ ଓ ସମାନ ପେସ୍‌ରେ ବୋଲିଂ ଜାରି ରଖିଛନ୍ତି।

୫ମ ଟେଷ୍ଟ ପୂର୍ବରୁ ଆଣ୍ଡରସନଙ୍କ ୱିକେଟ ସଂଖ୍ୟା ୬୯୮ ରହିଥିଲା। ସେ ଦ୍ୱିତୀୟ ଦିନର ଲଞ୍ଚ ପରେ ୧୧୦ ରନ କରିଥିବା ଶୁବମନ ଗିଲଙ୍କୁ କ୍ଲିନବୋଲ୍ଡ କରିଥିଲେ। ଆଜି ସେ କୁଲଦୀପଙ୍କୁ ଆଉଟ କରି ୭୦୦ ୱିକେଟ ଦଖଲ କରିବାରେ ପ୍ରଥମ ଦ୍ରୁତ ବୋଲର ହୋଇଯାଇଛନ୍ତି।

ଟେଷ୍ଟ କ୍ରିକେଟରେ ଦ୍ରୁତ ବୋଲର ଭାବେ ସର୍ବାଧିକ ୱିକେଟ ଦଖଲ କରିଥିବା ତାଲିକାରେ ଆଣ୍ଡରସନଙ୍କ ପଛକୁ ୬୦୪ ୱିକେଟ ସହ ଷ୍ଟୁଆର୍ଟ ବ୍ରଡ ଓ ଗ୍ଲେନ ମ୍ୟାଗ୍ରାଥ ( ୫୬୩) ରହିଛନ୍ତି। କୁଲଦୀପଙ୍କୁ ଆଉଟ କରି ଆଣ୍ଡରସନ ଭାରତ ବିପକ୍ଷରେ ନିଜର ୧୪୯ମ ୱିକେଟ ନେଇଛନ୍ତି। ଏହା ମଧ୍ୟରୁ ୪୪ଟି ୱିକେଟ ଭାରତରେ ଖେଳିଥିବା ୧୭ଟି ଟେଷ୍ଟରୁ ମିଳିଛି।

ଆଣ୍ଡରସନ ଘରୋଇ ମାଟି ଅର୍ଥାତ ଇଂଲଣ୍ଡରେ ୪୩୪ ଓ ବିଦେଶରେ ୨୬୬ ୱିକେଟ ନେଇଛନ୍ତି। କେବଳ ଏସିଆରେ ତାଙ୍କ ୱିକେଟ ସଂଖ୍ୟା ୯୨ ରହିଛି। ଆଣ୍ଡରସନ ତାଙ୍କ ଟେଷ୍ଟ କ୍ୟାରିୟରରେ ଜିମ୍ବାୱେର ମାର୍କ ଭେରମେଉଲେନଙ୍କୁ ଆଉଟ କରି ପ୍ରଥମ ୱିକେଟ ପାଇଥିଲେ।

ଏହାପରେ ଜ୍ୟାକ କ୍ୟାଲିସଙ୍କୁ ଆଉଟ କରି ୧୦୦ତମ, ଅଷ୍ଟ୍ରଆଲିଆର ପିଟର ସିଡ୍‌ଲଙ୍କୁ ଆଉଟ କରି ୨୦୦ତମ, ନ୍ୟୁଜିଲ୍ୟାଣ୍ଡର ପିଟର ଫୁଲଟନଙ୍କୁ ଆଉଟ କରି ୩୦୦ତମ, ମାର୍ଟିନ ଗପ୍ଟିଲଙ୍କୁ ଆଉଟ କରି ୪୦୦ତମ, ୱେଷ୍ଟଇଣ୍ଡିଜର କ୍ରେଗ ବ୍ରାଥୱେଟଙ୍କୁ ଆଉଟ କରି ୫୦୦ତମ ଓ ପାକିସ୍ତାନର ଆଝାର ଅଲୀଙ୍କୁ ଆଉଟ କରି ଆଣ୍ଡରସନ ୬୦୦ତମ ୱିକେଟ ଦଖଲ କରିଥିଲେ।

India Vs England James Anderson Sports Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe