Advertisment

ଭାଙ୍ଗିଯିବ କୁମ୍ବଲେଙ୍କ ବଡ଼ ରେକର୍ଡ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେଙ୍କ ବଡ଼ ରେକର୍ଡ ଏବେ ବିପଦରେ। କୁମ୍ବଲେଙ୍କ ଏହି ରେକର୍ଡ ଆଉ କେହି ନୁହନ୍ତି ବରଂ ଇଂଲଣ୍ଡର ସର୍ବକାଳୀନ ଶ୍ରେଷ୍ଠ ବୋଲର ଜେମ୍ସ ଆଣ୍ଡରସନ୍ ଭାଙ୍ଗିବାକୁ ଯାଉଛନ୍ତି। ୩୮ ବର୍ଷୀୟ ଆଣ୍ଡରସନ୍ ୧୬୦ ଟେଷ୍ଟ ମ୍ୟାଚ୍ ଖେଳି ୬୧୪ ୱିକେଟ୍ ନେଇଛନ୍ତି। ସେହିପରି କୁମ୍ବଲେଙ୍କ ନାଁରେ ଟେଷ୍ଟ କ୍ରିକେଟରେ ୬୧୯ ୱିକେଟ୍ ରହିଛି। ଆଉ ୬ ୱିକେଟ୍ ନେଇ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛନ୍ତି ଆଣ୍ଡରସନ୍। ବୁଧବାର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଭାଙ୍ଗିଯିବ କୁମ୍ବଲେଙ୍କ ବଡ଼ ରେକର୍ଡ

anil-kumble

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେଙ୍କ ବଡ଼ ରେକର୍ଡ ଏବେ ବିପଦରେ। କୁମ୍ବଲେଙ୍କ ଏହି ରେକର୍ଡ ଆଉ କେହି ନୁହନ୍ତି ବରଂ ଇଂଲଣ୍ଡର ସର୍ବକାଳୀନ ଶ୍ରେଷ୍ଠ ବୋଲର ଜେମ୍ସ ଆଣ୍ଡରସନ୍ ଭାଙ୍ଗିବାକୁ ଯାଉଛନ୍ତି। ୩୮ ବର୍ଷୀୟ ଆଣ୍ଡରସନ୍ ୧୬୦ ଟେଷ୍ଟ ମ୍ୟାଚ୍ ଖେଳି ୬୧୪ ୱିକେଟ୍ ନେଇଛନ୍ତି। ସେହିପରି କୁମ୍ବଲେଙ୍କ ନାଁରେ ଟେଷ୍ଟ କ୍ରିକେଟରେ ୬୧୯ ୱିକେଟ୍ ରହିଛି। ଆଉ ୬ ୱିକେଟ୍ ନେଇ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛନ୍ତି ଆଣ୍ଡରସନ୍।

Advertisment

ବୁଧବାର ଠାରୁ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ମ୍ୟାଚ୍ ଐତିହାସିକ ଲର୍ଡସ୍ ଗ୍ରାଉଣ୍ଡରେ ଖେଳାଯିବ। ଏହି ସିରିଜରେ ଆଣ୍ଡରସନଙ୍କ ପାଖରେ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବାର ଭଲ ସୁଯୋଗ ରହିଛି। ୩୮ ବର୍ଷୀୟ ଆଣ୍ଡରସନ୍ ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେବା ତାଲିକାର ଚତୁର୍ଥ ସ୍ଥାନରେ ଥିବା ବେଳେ କୁମ୍ବଲେ ତୃତୀୟ ସ୍ଥାନରେ ଅଛନ୍ତି।

ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥିଆ ମୁରଲିଧରନ ୮୦୦ ୱିକେଟ୍ ସହ ଶୀର୍ଷରେ ରହିଛନ୍ତି । ତାଙ୍କ ପଛକରୁ ଅଷ୍ଟ୍ରେଲିଆନ୍ ଗ୍ରେଟ୍ ଶେନ୍ ୱାର୍ଣ୍ଣ ୭୦୮ ଓ୍ବିକେଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଆଣ୍ଡରସନ୍ ଆଉ ଏକ ବଡ଼ ରେକର୍ଡରୁ ମଧ୍ୟ ଅଳ୍ପ ଦୂରରେ ଅଛନ୍ତି । ଆଣ୍ଡରସନ୍ ପ୍ରଥମ ଶ୍ରେଣୀ କ୍ରିକେଟରେ ନିଜର ୧୦୦୦ ୱିକେଟ ନେବାରୁ ମାତ୍ର ୮ ୱିକେଟ୍ ଦୂରରେ ଅଛନ୍ତି।

Advertisment

ଆଣ୍ଡରସନ୍ ନିଜର ୧୮ ବର୍ଷର ଲମ୍ବା ଟେଷ୍ଟ କ୍ୟାରିୟରରେ ଲର୍ଡସ୍ ମଇଦାନରେ ୨୩ ମ୍ୟାଚ୍ ଖେଳି ୧୦୩ ୱିକେଟ୍ ନେଇଛନ୍ତି। ଏଥିରେ ସେ ୬ଥର ୫ କିମ୍ବା ଏହାଠାରୁ ଅଧିକ ୱିକେଟ୍ ନେଇଛନ୍ତି । ଆଣ୍ଡରସନଙ୍କ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟରେ ନିଜର ୧୬୧ତମ ମ୍ୟାଚ୍ ଖେଳିବେ। ଏଥିସହ ସେ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିବା ତାଲିକାରେ ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ଆଲିଷ୍ଟର୍ କୁକଙ୍କ ସହ ଯୁଗ୍ମ ଭାବେ ଶୀର୍ଷରେ ପହଞ୍ଚି ଯିବେ।

Anil Kumble James Anderson