Advertisment

ରସେଲଙ୍କୁ ୫ ୱିକେଟ୍, ୧୫୨ ରନରେ ଅଟକିଲା ଡିଫେଣ୍ଡିଂ ଚାମ୍ପିୟନ୍

ଚେନ୍ନାଇ: ଆନ୍ଦ୍ରେ ରସେଲଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ସାଙ୍ଗକୁ ପୂରା ଟିମର ଶୃଙ୍ଖଳିତ ବୋଲିଂ ଆଟାକ୍ ବଳରେ କୋଲକାତା ନାଇଟ୍ ରାଇଡର୍ସ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୨ ରନରେ ଅଲଆଉଟ୍ କରିଦେଇଛି। ମୁମ୍ବାଇ ଟିମ୍ ଏକ ସମୟରେ ୧୦.୨ ଓଭରରେ ୧ ୱିକେଟ୍ ହରାଇ ୮୬ ରନ୍ କରି ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଥିଲା। କିନ୍ତୁ ଶେଷ ୫୮ ବଲରେ ଏହି ଟିମ୍ ୯ ୱିକେଟ୍ ହରାଇ ମାତ୍ର ୬୬ ରନ୍ କରିବାକୁ ସକ୍ଷମ ହୋଇଛି। […]

ଅଦ୍ୟତନ ହୋଇଛି
ରସେଲଙ୍କୁ ୫ ୱିକେଟ୍, ୧୫୨ ରନରେ ଅଟକିଲା ଡିଫେଣ୍ଡିଂ ଚାମ୍ପିୟନ୍

Andre-Russel

Advertisment

ଚେନ୍ନାଇ: ଆନ୍ଦ୍ରେ ରସେଲଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ସାଙ୍ଗକୁ ପୂରା ଟିମର ଶୃଙ୍ଖଳିତ ବୋଲିଂ ଆଟାକ୍ ବଳରେ କୋଲକାତା ନାଇଟ୍ ରାଇଡର୍ସ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୨ ରନରେ ଅଲଆଉଟ୍ କରିଦେଇଛି। ମୁମ୍ବାଇ ଟିମ୍ ଏକ ସମୟରେ ୧୦.୨ ଓଭରରେ ୧ ୱିକେଟ୍ ହରାଇ ୮୬ ରନ୍ କରି ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଥିଲା। କିନ୍ତୁ ଶେଷ ୫୮ ବଲରେ ଏହି ଟିମ୍ ୯ ୱିକେଟ୍ ହରାଇ ମାତ୍ର ୬୬ ରନ୍ କରିବାକୁ ସକ୍ଷମ ହୋଇଛି।

Advertisment

ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାର ସର୍ବାଧିକ ୫୬ (୩୬ ବଲ୍, ୭ ଚୌକା, ୨ ଛକା) ଓ କ୍ୟାପଟେନ୍ ରୋହିତ୍ ଶର୍ମା ୪୩ (୩୨ ବଲ୍, ୩ ଚୌକା, ୧ ଛକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନାହାନ୍ତି। କେକେଆରର ପ୍ରାୟ ବୋଲର ପ୍ରଶଂସନୀୟ ବୋଲିଂ କରିଛନ୍ତି। କିନ୍ତୁ ରସେଲ୍ ମାତ୍ର ୨ ଓଭରରେ ୧୫ ରନ୍ ଦେଇ ୫ଟି ୱିକେଟ୍ ନେଇ ମୁମ୍ବାଇ ପାଇଁ କାଳ ସାଜିଥିଲେ। ଏବେ ମ୍ୟାଚ୍ ଜିତିବା ପାଇଁ କେକେଆରକୁ ୧୫୩ ରନ୍ କରିବାକୁ ପଡ଼ିବ।

ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ କ୍ୟାପଟେନ ଇଆନ୍ ମୋର୍ଗାନ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ମୁମ୍ବାଇକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। କ୍ରିସ୍ ଲିନଙ୍କ ସ୍ଥାନରେ ଟିମକୁ ଫେରିଥିବା କ୍ୱିଣ୍ଟନ୍ ଡି'କକ୍ ମାତ୍ର ୨ ରନ୍ କରି ବରୁଣ ଚକ୍ରବର୍ତ୍ତୀଙ୍କ ଶିକାର ହୋଇଥିଲେ।

Advertisment

କ୍ୟାପଟେନ୍ ରୋହିତ୍ ଓ ଇନଫର୍ମ ସୂର୍ଯ୍ୟକୁମାର ଆକର୍ଷଣୀୟ ବ୍ୟାଟିଂ କରିଥିଲେ ଏବଂ ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ସୂର୍ଯ୍ୟକୁମାର ଫର୍ମ ବଜାୟ ରଖି ୩୩ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ହାଫ୍ ସେଞ୍ଚୁରୀ ମାରିବା ପରେ ସୂର୍ଯ୍ୟକୁମାରଙ୍କ ମୂଲ୍ୟବାନ ୱିକେଟ୍ ନେଇଥିଲେ ବାଂଲାଦେଶୀ ଅଲରାଉଣ୍ଡର ସାକିବ୍ ଅଲ୍ ହାସନ୍। ଆଉଟ୍ ହେବା ପୂର୍ବରୁ ସୂର୍ଯ୍ୟକୁମାର ରୋହିତଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୭୬ ରନର ପାର୍ଟନରଶିପ୍ କରିଥିଲେ।

ସୂର୍ଯ୍ୟଙ୍କ ଆଉଟ୍ ପରେ ମୁମ୍ବାଇ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବାରେ ଲାଗିଥିଲା। ଈଶାନ କିଶନ ମାତ୍ର ୧ ରନ୍ କରି ପ୍ୟାଟ୍ କମିନ୍ସଙ୍କ ଶିକାର ହେବା ପରେ ଟିମର ସବୁ ଭାର କ୍ୟାପଟେନ୍ ରୋହିତଙ୍କ ଉପରକୁ ଆସିଥିଲା। କିନ୍ତୁ ସେଟ୍ ବ୍ୟାଟ୍ସମ୍ୟାନ୍ ରୋହିତଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇ କମିନ୍ସ କେକେଆରକୁ ମ୍ୟାଚରେ କମବ୍ୟାକ୍ କରାଇବା ସହ ଡିଫେଣ୍ଡିଂ ଚାମ୍ପିୟନ୍ ଟିମକୁ ବଡ଼ ସ୍କୋର କରିବାରୁ ରୋକିଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା, କାଇରନ୍ ପୋଲାର୍ଡ ଓ କୃନାଲ୍ ପାଣ୍ଡ୍ୟାଙ୍କଠାରୁ ଟିମ୍ ଆଶା ବାନ୍ଧିଥିଲେ ହେଁ, ଏମାନେ ମଧ୍ୟ ଆଶାନୁରୂପ ରନ୍ କରିପାରିନଥିଲେ। ହାର୍ଦ୍ଦିକ ମାତ୍ର ୧୫ ରନ୍ କରି ପ୍ରସିଦ୍ଧ କୃଷ୍ଣଙ୍କ ବଲରେ ଆନ୍ଦ୍ରେ ରସେଲଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିପରି ପୋଲାର୍ଡ (୫), କୃନାଲ (୧୫) ଓ ମାର୍କୋ ଜାନେସନ୍ (୦)ଙ୍କୁ ରସେଲ୍ ପ୍ୟାଭିଲିୟନ୍ ପଠାଇ ମୁମ୍ବାଇର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ରାହୁଲ୍ ଚହର୍ ୮ ରନ୍ କରି ଆଉଟ୍ ହୋଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ (୦) ଅପରାଜିତ ଥିଲେ। କେକେଆର୍ ପକ୍ଷରୁ କମିନ୍ସ ୨ଟି, ବରୁନ୍ ଚକ୍ରବର୍ତ୍ତୀ, ସାକିବ୍ ଓ ପ୍ରସିଦ୍ଧ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଛନ୍ତି।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe