Advertisment

ମୁମ୍ବାଇ ବିପକ୍ଷରେ ୫ ୱିକେଟ ନେଇ ରେକର୍ଡ ବୁକ୍‌ରେ ରସେଲ

ଚେନ୍ନାଇ: ମାତ୍ର ୨ ଓଭରରେ ୧୫ ରନ୍ ଦେଇ ୫ ଜଣ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି ଆନ୍ଦ୍ରେ ରସେଲ। କୋଲକାତା ନାଇଟ ରାଇଡର୍ସର ଏହି ଷ୍ଟାର ଅଲରାଉଣ୍ଟର ପ୍ରଥମଥର ପାଇଁ ୫ ୱିକେଟ ସଫଳତା ହାସଲ କରି ରେକର୍ଡ ବୁକରେ ନିଜକୁ ସାମିଲ କରିଛନ୍ତି। ରସେଲଙ୍କ ଘାତକ ବୋଲିଂ ଯୋଗୁ କେକେଆର୍‌ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୨ରେ ଅଲଆଟ କରିଦେଇଛି। ଏଥିସହ କେକେଆର ପାଇଁ ଆଇପିଏଲ୍‌ରେ ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବୋଲର […]

ମୁମ୍ବାଇ ବିପକ୍ଷରେ ୫ ୱିକେଟ ନେଇ ରେକର୍ଡ ବୁକ୍‌ରେ ରସେଲ

IPL

Advertisment

ଚେନ୍ନାଇ: ମାତ୍ର ୨ ଓଭରରେ ୧୫ ରନ୍ ଦେଇ ୫ ଜଣ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି ଆନ୍ଦ୍ରେ ରସେଲ। କୋଲକାତା ନାଇଟ ରାଇଡର୍ସର ଏହି ଷ୍ଟାର ଅଲରାଉଣ୍ଟର ପ୍ରଥମଥର ପାଇଁ ୫ ୱିକେଟ ସଫଳତା ହାସଲ କରି ରେକର୍ଡ ବୁକରେ ନିଜକୁ ସାମିଲ କରିଛନ୍ତି।

Advertisment

ରସେଲଙ୍କ ଘାତକ ବୋଲିଂ ଯୋଗୁ କେକେଆର୍‌ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୨ରେ ଅଲଆଟ କରିଦେଇଛି। ଏଥିସହ କେକେଆର ପାଇଁ ଆଇପିଏଲ୍‌ରେ ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବୋଲର ବନିଛନ୍ତି ରସେଲ। ଏହାପୂର୍ବରୁ ସୁନୀଲ ନାରିନ କେକେଆର ପାଇଁ ୨୦୧୨ରେ ୧୯ ରନ୍‌ ଦେଇ ୫ଟି ଓ ବରୁଣ ଚକ୍ରବର୍ତ୍ତୀ ୨୦୨୦ରେ ୨୦ ରନ୍ ଦେଇ ୫ଟି ୱିକେଟ ଦଖଲ କରିଥିଲେ।

ନାରିନ ପଞ୍ଜାବ ବିପକ୍ଷରେ ଏହି ରେକର୍ଡ କରିଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ଦିଲ୍ଲୀ ବିପକ୍ଷରେ ୫ ୱିକେଟ ସଫଳତା ପାଇଥିଲେ। ହେଲେ ଆଜି ମୁମ୍ବାଇ ବିପକ୍ଷରେ ରସେଲ ସବୁ ରେକର୍ଡ ଭାଙ୍ଗି ମାତ୍ର ୧୫ ରନରେ ୫ ୱିକେଟ ହାସଲ କରିଛନ୍ତି।

Advertisment

ଖାଲି ସେତିକି ନୁହେଁ, ଚେନ୍ନାଇରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବୋଲରଙ୍କ ତାଲିକାରେ ରସେଲ ୧ନଂ ସ୍ଥାନରେ ରହିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଶୁକ୍ରବାର ଏହି ଚେନ୍ନାଇରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ହର୍ଷଲ ପଟେଲ ମୁମ୍ବାଇ ବିପକ୍ଷରେ ୫ ୱିକେଟ ଦଖଲ କରିଥିଲେ। ସଂଯୋଗବଶତଃ ଏହା ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ୫ ୱିକେଟ ସଫଳତା ରହିଥିଲା।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବୋଲରଙ୍କ ମଧ୍ୟରେ ରସେଲ ୧ନଂ ସ୍ଥାନରେ ରହିଛନ୍ତି। ମୁମ୍ବାଇ ବିପକ୍ଷରେ ରସେଲ ଆଜି ୧୫ ରନ୍‌ରେ ୫ଟି ୱିକେଟ ନେଇଥିବା ବେଳେ ହର୍ଷଲ ଶୁକ୍ରବାର ୨୭ ରନ୍‌ରେ ୫ ୱିକେଟ ପାଇଥିଲେ। ଏବେ ମୁମ୍ବାଇର କ୍ୟାପ୍ଟେନ ଥିବା ରୋହିତ ଶର୍ମା ୨୦୦୯ରେ ଡେକାନ ଚାର୍ଜସ ପକ୍ଷରୁ ଖେଳୁଥିଲେ। ୨୦୦୯ ଆଇପିଏଲରେ ସେ ମୁମ୍ବାଇ ବିପକ୍ଷରେ ୬ ରନ୍‌ ଦେଇ ୪ଟି ୱିକେଟ ନେଇଥିଲେ। ଏହି ମ୍ୟାଚ୍‌ରେ ରୋହିତ ହ୍ୟାଟ୍ରିକ ହାସଲ କରିଥିଲେ।

ଆଜି ମୁମ୍ବାଇ ଇନିଂସ୍‌ର ୧୮ତମ ଓ ୨୦ ତମ ଓଭର୍‌ ରସେଲ ବୋଲିଂ କରିଥିଲେ। ସେ କାଏରନ ପୋଲାର୍ଡ(୫), କୃନାଲ ପାଣ୍ଡ୍ୟା (୧୫), ମାର୍କୋ ଜାନେସନ୍ (୦), ରାହୁଲ୍ ଚହର୍(୮) ଓ ଯଶପ୍ରୀତ ବୁମ୍ରା(୦)ଙ୍କ ୱିକେଟ ନେଇଛନ୍ତି।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe