ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ! ବ୍ୟାଟିଂ କରିବା ପୂର୍ବରୁ ଆଉଟ ହେଲେ ବ୍ୟାଟର୍‌

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ମାଥ୍ୟୁସ ଟାଇମଡ୍‌ ଆଉଟ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ କୌଣସି ବ୍ୟାଟର ଏପରି ଆଉଟ ହେବା ପ୍ରଥମ ଘଟଣା। ଠିକଣା ସମୟରେ ସେ ବ୍ୟାଟିଂ ପାଇଁ ନ ଆସିବାରୁ ତାଙ୍କୁ ଅମ୍ପାୟାର ନିୟମ ଅନୁସାରେ ଟାଇମଡ ଆଉଟ ଘୋଷଣା କରିଛନ୍ତି।

SL

ବାଂଲାଦେଶ ଖେଳାଳିଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ମାଥ୍ୟୁସ

Hemant Lenka
  • Published: Monday, 06 November 2023
  • Updated: 06 November 2023, 06:15 PM IST

ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପର ୩୮ତମ ମ୍ୟାଚ୍‌ରେ ଗୋଟିଏ ଅଜବ ଘଟଣା ଘଟିଛି। ବ୍ୟାଟିଂ କରିବା ପୂର୍ବରୁ ହିଁ ଶ୍ରୀଲଙ୍କାର ଅଭିଜ୍ଞ ବ୍ୟାଟର ଆଞ୍ଜେଲୋ ମାଥ୍ୟୁସ ଆଉଟ ହୋଇ ପ୍ୟାଭିଲିୟନ ଫେରିଛନ୍ତି।

Also Read

ଶ୍ରୀଲଙ୍କା ଆଜି ବାଂଲାଦେଶ ବିପକ୍ଷରେ ମ୍ୟାଚ୍‌ ଖେଳା ଯାଉଥିବା ବେଳେ ପୂରା ଘଟଣା ଘଟିଛି। ଶ୍ରୀଲଙ୍କା ଇନିଂସର ୨୫ତମ ଓଭର୍‌ର ଦ୍ୱିତୀୟ ବଲରେ ଏହି ଘଟଣା ଘଟିଥିଲା। ବାଂଲାଦେଶର ଅଧିନାୟକ ସାକିବ ଅଲ ହାସନ ପ୍ରଥମ ବଲରେ ଶ୍ରୀଲଙ୍କାର ସଦୀରା ସମରାବିକ୍ରମାଙ୍କୁ ବୋଲ୍ଡ କରିଥିଲେ। ୪ର୍ଥ ୱିକେଟ ପରେ ମାଥ୍ୟୁସ କ୍ରିଜକୁ ଆସିଥିଲେ।

କିନ୍ତୁ ସେ କ୍ରିଜ୍‌କୁ ଆସି ଚରିଥା ଅସଲଙ୍କାଙ୍କ ସହ ହାତ ବାଡ଼େଇଥିଲେ। କିନ୍ତୁ ହଠାତ୍‌ ସେ ଭୁଲ ହେଲମେଟ ଧରିଥିବା ଜାଣିବାକୁ ପାଇଥିଲେ। ତେଣୁ ସେ ହେଲମେଟ ବଦଳାଇବାକୁ ଚେଷ୍ଟା କରିଥିଲେ। ବଦଳ ଖେଳାଳି ହେଲମେଟ ନେଇ ଆସିବା ବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା। ଧାର୍ଯ୍ୟ ସମୟ ଅନୁସାରେ ମ୍ୟାଥୁସ ଷ୍ଟ୍ରାଇକ ନ ନେବାରୁ ତାଙ୍କୁ ଟାଇମଡ ଆଉଟ ଘୋଷଣା କରାଯାଇଥିଲା।

ମାଥ୍ୟୁସ ଏ ସମ୍ପର୍କରେ ବାଂଲାଦେଶ ଅଧିନାୟକ ସାକିବ ଅଲ ହାସନଙ୍କୁ ବୁଝାଇ ଅପିଲ ପ୍ରତ୍ୟାହାର କରି ନେବାକୁ ମଧ୍ୟ ଅନୁରୋଧ କରିଥିଲେ। କିନ୍ତୁ ସେ ଟାଇମଡ ଆଉଟ ପାଇଁ କରିଥିବା ଅପିଲକୁ ପ୍ରତ୍ୟାହାର କରି ନଥିଲେ। ଅମ୍ପାୟାରଙ୍କୁ ମଧ୍ୟ ମାଥ୍ୟୁସ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ କିଛି ବି ଲାଭ ମିଳି ନଥିଲା। ଶେଷରେ ସେ ଅତ୍ୟନ୍ତ ନିରାଶ ହୋଇ କୌଣସି ବଲର ସାମ୍ନା ନ କରିପାରି ପଡ଼ିଆ ଛାଡ଼ିଥିଲେ।

ମାଥ୍ୟୁସ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଭାବେ ଟାଇମଡ ଆଉଟ ହୋଇଥିଲେ ହେଁ ପୂର୍ବ ଆଉ ୬ ଜଣ ଖେଳାଳି ଘରୋଇ କ୍ରିକେଟରେ ଏପରି ସ୍ଥିତିର ସମ୍ମୁଖୀନ ହୋଇଥିଲେ। ଏମାନଙ୍କ ମଧ୍ୟ ଭାରତର ହେମୁଲାଲ ଯାଦବ ମଧ୍ୟ ରହିଛନ୍ତି।

ଆଜି ମାଥ୍ୟୁସ ଟାଇମଡ ଆଉଟ ହେବା ପରେ ବେଶ ଭାଙ୍ଗି ପଡ଼ିଥିଲେ। ସେ ପଡ଼ିଆ ବାହାରକୁ ଆସିବା ପରେ ହେଲମେଟକୁ ରାଗରେ ଫିଙ୍ଗି ମଧ୍ୟ ଦେଇଥିଲେ। ଏହାର ଭିଡିଓ ସାମ୍ନାକୁ ଆସିଛି।

MCC ନିୟମ ଅନୁଯାୟୀ, “ଜଣେ ବ୍ୟାଟର ଆଉଟ ହେବା ପରେ କିମ୍ବା ରିର୍ଟାର୍ଡ ନେବା ପରେ ପରବର୍ତ୍ତୀ ଖେଳାଳି ୩ ମିନିଟ ମଧ୍ୟରେ ବ୍ୟାଟିଂ କରିବାକୁ ପୋଜିସନ ନେବେ। ଯଦି ଏହି ସମୟସୀମା ଅତିକ୍ରମ କରିଯିବ, ତା’ହେଲେ ବ୍ୟାଟରଙ୍କୁ ଟାଇମଡ ଆଉଟ ଘୋଷଣା କରାଯିବ।”

ଚଳିତ ବିଶ୍ୱକପରେ ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ଅନୁସାରେ ପରବର୍ତ୍ତୀ ବ୍ୟାଟରଙ୍କୁ ବଲ ସାମ୍ନା କରିବା ପାଇଁ ୨ ମିନିଟର ସମୟ ଦିଆଯାଇଛି। ଯଦି ବ୍ୟାଟର ଦୁଇ ମିନିଟ ମଧ୍ୟରେ କ୍ରିଜ୍‌କୁ ନ ଆସିବେ, ତା’ହେଲେ ତାଙ୍କୁ ଟାଇମଡ ଆଉଟ ଘୋଷଣା କରାଯିବ। ମାଥ୍ୟୁସ ନୂଆ ନିୟମ ଅନୁସାରେ ଆଜି ଟାଇମଡ ଆଉଟ ହୋଇଛନ୍ତି। ଯଦି ସାକିବ ଟାଇମଡ ଆଉଟ ଅପିଲ ପ୍ରତ୍ୟାହାର କରି ନେଇଥାଆନ୍ତେ, ତା’ହେଲେ ସମ୍ଭବତଃ ମାଥ୍ୟୁସ ବ୍ୟାଟିଂ କରିବାକୁ ସକ୍ଷମ ହୋଇଥାଆନ୍ତେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story