Advertisment

ଟେଷ୍ଟ କ୍ରିକେଟରୁ ଆଞ୍ଜେଲୋ ମାଥ୍ୟୁସଙ୍କ ଅବସର

ମାଥ୍ୟୁସ ତାଙ୍କ ଟେଷ୍ଟ କ୍ୟାରିୟରରେ ୮୧୬୭ ରନ କରିଛନ୍ତି। ଶ୍ରୀଲଙ୍କା ପାଇଁ ସେ ଟେଷ୍ଟ କ୍ରିକେଟରେ ତୃତୀୟ ସର୍ବାଧିକ ରନ ହାସଲକାରୀ କ୍ରିକେଟର।

Angelo Mathews

Angelo Mathews

Advertisment

ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ଆଞ୍ଜେଲୋ ମାଥ୍ୟୁସ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବାଂଲାଦେଶ ବିପକ୍ଷ ଜୁନ ୧୭ରେ ଗାଲ୍ଲେରେ ହେବାକୁ ଥିବା ଟେଷ୍ଟ ତାଙ୍କ ନାଲି ବଲ୍‌ କ୍ରିକେଟ କ୍ୟାରିୟରର ଶେଷ ମ୍ୟାଚ୍‌ ହେବ। ଏହି ମ୍ୟାଚ୍‌ ଖେଳିବା ପରେ ସେ ବିଧିବଦ୍ଧ ଭାବେ ଟେଷ୍ଟ କ୍ରିକେଟରୁ ଅବସର ନେବେ। ତେବେ ଶ୍ରୀଲଙ୍କା ପାଇଁ ଧଳା ବଲ କ୍ରିକେଟ ଖେଳିବାକୁ ସେ ଉପଲବ୍ଧ ରହିବେ। ଯେତେବେଳେ ଦଳ ଓ ଦେଶ ତାଙ୍କୁ ଚାହିଁବ, ସେ ସୀମିତ ଓଭର କ୍ରିକେଟ ଖେଳିବେ ବୋଲି ମାଥ୍ୟୁସ ନିଜେ ଆଜି ଘୋଷଣା କରିଛନ୍ତି।

Advertisment

ମାଥ୍ୟୁସଙ୍କୁ ଦୀର୍ଘ ଗୋଟିଏ ବର୍ଷରୁ ଅଧିକ ଦିନ ହେଲା ଧଳା ବଲ କ୍ରିକେଟ ପାଇଁ ଶ୍ରୀଲଙ୍କା ଟିମରେ ଚୟନ କରାଯାଉନି। ତଥାପି ସେ ଭବିଷ୍ୟତରେ ଦଳ ପାଇଁ ଖେଳିବେ ବୋଲି ଆଶା ରଖିଛନ୍ତି। ଜୁନ ୧୭ରେ ମାଥ୍ୟୁସ ତାଙ୍କ ଟେଷ୍ଟ କ୍ୟାରିୟରର ୧୧୯ ତମ ମ୍ୟାଚ୍‌ ଖେଳିବେ। ଏହାପରେ ସେ ଅବସର ନେବେ। ମାଥ୍ୟୁସ ୨୦୦୯ ମସିହାରେ ଶ୍ରୀଲଙ୍କା ପାଇଁ ଟେଷ୍ଟରେ ଡେବ୍ୟୁ କରିଥିଲେ। ହେଲେ ତାଙ୍କୁ ଅନେକ ସମୟରେ ଦଳରୁ ଖରାପ ପ୍ରଦର୍ଶନ ପାଇଁ ଡ୍ରପ ମଧ୍ୟ ହେବାକୁ ପଡ଼ିଥିଲା।

ଆସନ୍ତା ସପ୍ତାହରେ ମାଥ୍ୟୁସ ୩୮ ବର୍ଷ ବୟସରେ ପାଦ ଦେବେ। ଏହାପୂର୍ବରୁ ସେ ଅବସର ଘୋଷଣା କରିଛନ୍ତି। ୨୦୨୫ରେ ଶ୍ରୀଲଙ୍କା ମାତ୍ର ୪ଟି ଟେଷ୍ଟ ଖେଳିବ। ଏହାପରେ ୨୦୨୬ ମେ’ ମାସରେ ଦଳ ପୁଣି କ୍ରିକେଟର ଲମ୍ବା ଫର୍ମାଟରେ ଖେଳିବା ପାଇଁ ମୈଦାନକୁ ଓହ୍ଲାଇବ। ଏହାକୁ ଦୃଷ୍ଟିରେ ରଖି ମାଥ୍ୟୁସ ଅବସର ନେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Advertisment

ସେ କହିଛନ୍ତି, “ଦୀର୍ଘ ୧୭ ବର୍ଷ ଧରି ଶ୍ରୀଲଙ୍କା ପାଇଁ ଖେଳିବା ଅତ୍ୟନ୍ତ ସମ୍ମାନ ଓ ଗର୍ବର ବିଷୟ। ମୁଁ କ୍ରିକେଟକୁ ସବୁ କିଛି ଦେଇଛି ଓ କ୍ରିକେଟ ଏହା ବଦଳରେ ମୋତେ ସବୁ କିଛି ଦେଇଛି। ଆଜି ମୁଁ ଯାହା ବନିଛି, ସେଥିପାଇଁ କ୍ରିକେଟ ଦାୟୀ। ଚୟନକର୍ତ୍ତାଙ୍କ ସହ କଥାବାର୍ତ୍ତା ହେବା ପରେ ମୁଁ ଟେଷ୍ଟ ଫର୍ମାଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଯଦି ଓ ଯେତେବେଳେ ଦେଶ ଚାହିଁବ ମୁଁ ଧଳା ବଳ କ୍ରିକେଟର ଚୟନ ପାଇଁ ଉପଲବ୍ଧ ରହିବି।”

୨୦୨୬ରେ ଟି-୨୦ ବିଶ୍ୱର ସହ ଆୟୋଜକ ଦେଶ ହେଉଛି ଶ୍ରୀଲଙ୍କା। ତେଣୁ ଏହି ସମୟରେ ମାଥ୍ୟୁସଙ୍କୁ ସ୍କ୍ୱାଡରେ ସାମିଲ କରାଯାଇ ପାରେ। ମାଥ୍ୟୁସ ୩୪ଟି ଟେଷ୍ଟରେ ଶ୍ରୀଲଙ୍କାର ଅଧିନାୟକ ଭାବେ କାମ କରିଥିଲେ। ୨୦୧୪ରେ ହେଡିଂଗଲୀରେ ସେ ଖେଳିଥିବା ୧୬୦ ରନର ଇନିଂସ ଯୋଗୁ ଶ୍ରୀଲଙ୍କା ଚମତ୍କାର ବିଜୟ ଇଂଲଣ୍ଡ ବିପକ୍ଷରେ ହାସଲ କରିଥିଲା।

ମାଥ୍ୟୁସ ତାଙ୍କ ଟେଷ୍ଟ କ୍ୟାରିୟରରେ ୮୧୬୭ ରନ କରିଛନ୍ତି। ଶ୍ରୀଲଙ୍କା ପାଇଁ ସେ ଟେଷ୍ଟ କ୍ରିକେଟରେ ତୃତୀୟ ସର୍ବାଧିକ ରନ ହାସଲକାରୀ କ୍ରିକେଟର। ତାଙ୍କ ଉପରେ କୁମାର ସାଙ୍ଗାକାରା(୧୨,୪୦୦) ଓ ମାହେଲା ଜୟବର୍ଦ୍ଧନେ(୧୧,୮୧୪) ରହିଛନ୍ତି। ଟେଷ୍ଟରା ୧୬ଟି ଶତକ ହାସଲ କରିଥିବା ମାଥ୍ୟୁସଙ୍କ ବ୍ୟାଟିଂ ହାର ୪୪.୬୨। ଜଣେ ଅଲରାଉଣ୍ଡର ଭାବେ ମାଥ୍ୟୁସ ଜଣାଶୁଣା। କିନ୍ତୁ ଟେଷ୍ଟ କ୍ରିକେଟରେ ସେ କେବଳ ୩୩ଟି ୱିକେଟ ନେଇଛନ୍ତି।

Srilanka Angelo Mathews Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe