Advertisment

ବ୍ୟାଟିଂ କରିବା ବେଳେ ରାଗିଲେ ପନ୍ତ, ଦେଖନ୍ତୁ ଭିଡିଓ

ପନ୍ତ ୩୯ ରନ କରି ହାସନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

Pant

Pant

Advertisment

ଆଜି ଠାରୁ ଆରମ୍ଭ ହୋଇଛି ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ହାସନ ମହମୁଦଙ୍କ ଘାତକ ବୋଲିଂର ସାମ୍ନା ନ କରି ପାରି ୩୪ ରନରେ ୩ଟି ୱିକେଟ ହରାଇଥିଲା। ହେଲେ ଏତିକି ବେଳେ ଯଶସ୍ୱୀ ଜୈସୱାଲ ଓ ଋଷଭ ପନ୍ତ ସ୍ଥିତି ସମ୍ଭାଳିଥିଲେ।

Advertisment

ଉଭୟ ୪ର୍ଥ ୱିକେଟ ପାଇଁ ୬୨ ରନ ଯୋଡ଼ି ଭାରତର ସ୍କୋରକୁ ୯୬ରେ ପହଞ୍ଚାଇ ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ପନ୍ତ ୩୯ ରନ କରି ହାସନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

ତେବେ କାର ଦୁର୍ଘଟଣାରୁ ବର୍ତ୍ତିବା ପରେ ପ୍ରଥମ ଥର ଟେଷ୍ଟ କ୍ରିକେଟକୁ ଫେରିଥିବା ପନ୍ତ ଆଜି ବ୍ୟାଟିଂ କରିବା ବେଳେ ରାଗି ଯାଇଥିଲେ। ବାଂଲାଦେଶର ୱିକେଟର କିପର ଲିଟନ ଦାସଙ୍କ ସହ କିଛି କ୍ଷଣ ପାଇଁ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ପନ୍ତ ରାଗିକୁ ଲିଟନଙ୍କୁ କହିଥିବା କଥା ମଧ୍ୟ ଷ୍ଟମ୍ପ ମାଇକରେ ରେକର୍ଡ ହୋଇଛି।

Advertisment

ପୂରା ଘଟଣା ଏମିତି ଥିଲା। ଯଶସ୍ୱୀ ଶଟ କଭରରେ ବଲ ମାରିବା ଥିବା ବେଳେ ନନ ଷ୍ଟ୍ରାଇକରେ ଥିବା ପନ୍ତ ସିଙ୍ଗଲ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯଶସ୍ୱୀ ରନ ନେବାକୁ ମନା କରି ଦେଇଥିଲେ। ଏସବୁ ଭିତରେ ଶଟ କଭରରେ ଫିଲ୍ଡି କରିଥିବା ବାଂଲାଦେଶ ଖେଳାଳି ବଲଟିକୁ ପନ୍ତଙ୍କ ଆଡ଼କୁ ଥ୍ରୋ କରିଥିଲେ। ବଲଟି ତାଙ୍କ ଗୋଡ଼ରେ ବାଜିଥିଲା।

ଓଭର ଥ୍ରୋ ଯୋଗୁ ପନ୍ତ ଷ୍ଟ୍ରାଇକ ଏଣ୍ତରେ ପହଞ୍ଚିଥିଲେ। ଏତିକି ବେଳେ ଲିଟନ ଦାସ ରନ କାହିଁକି ନେଲ ବୋଲି ପ୍ରଶ୍ନ କରିଥିଲେ। ବଲ ଗୋଡ଼ରେ ମାଡ଼ ହୋଇଥିବାରୁ ରନ ନେବା କଥା ନୁହଁ ବୋଲି ସେ ପନ୍ତଙ୍କୁ କହିଥିଲେ।

ଏହାର ଜବାବରେ ପନ୍ତ ୱିକେଟ କିପର ଲିଟନ ଦାସଙ୍କୁ ବରକ୍ତ ହୋଇ କହିଥିଲେ ଯେ “ସେ ମୋତେ କାହିଁକି ମାରୁଛନ୍ତି?”’ ଏହାର ଜବାବରେ ଲିଟନ କହୁଛନ୍ତି, “ସେ ତ ବଲ ଫିଙ୍ଗି ବ ନା।” ଏହି ଅଳ୍ପକ ସେକଣ୍ଡର ତିକ୍ତତା ପରେ ଖେଳ ଆଗକୁ ବଢ଼ିଥିଲା।

Test Match Test Cricket India Vs Bangladesh Rishabh Pant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe