Advertisment

'ଶାହରୁଖ୍ ଖାନଙ୍କ ଭିତରେ ପୋଲାର୍ଡଙ୍କ ଝଲକ'

ନୂଆଦିଲ୍ଲୀ: ଆଇପିଏଲର ୧୪ଶ ସଂସ୍କରକୁ ଆଉ କେଇଟା ଦିନ ବାକି ରହିଲା। ଚଳିତ ଆଇପିଏଲରେ କିଛି ନୂଆ ଖେଳାଳିଙ୍କୁ ଦେଖିବାକୁ ମିଳିବ। ସେହି ନୂଆ ତାରକାଙ୍କ ଭିତରେ ଅଛନ୍ତି କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଟିମରେ ସାମିଲ୍‌ ହୋଇଥିବା ଶାହରୁଖ୍ ଖାନ୍। ଏହି ଯୁବ ବ୍ୟାଟ୍ସମ୍ୟାନଙ୍କ ପ୍ରଶଂସାରେ ପୋତିଛନ୍ତି କିଙ୍ଗସ୍ ଇଲେଭେନ ପଞ୍ଜାବ ଟିମର ଡାଇରେକ୍ଟର ଅଫ୍ କ୍ରିକେଟ୍ ଅପରେସନ୍ ଅନୀଲ୍ କୁମ୍ବଲେ। କୁମ୍ବଲେ ଶାହରୁଖଙ୍କ ଭିତରେ ୱେଷ୍ଟଇଣ୍ଡିଜର ଷ୍ଟାର୍ ଅଲରାଉଣ୍ଡର କାଇରନ୍ ପୋଲାର୍ଡ ଝଲକ ଦେଖିବାକୁ ପାଇଛନ୍ତି। […]

ଅଦ୍ୟତନ ହୋଇଛି
'ଶାହରୁଖ୍ ଖାନଙ୍କ ଭିତରେ ପୋଲାର୍ଡଙ୍କ ଝଲକ'

shahrukh-khan-and-pollard

Advertisment

ନୂଆଦିଲ୍ଲୀ: ଆଇପିଏଲର ୧୪ଶ ସଂସ୍କରକୁ ଆଉ କେଇଟା ଦିନ ବାକି ରହିଲା। ଚଳିତ ଆଇପିଏଲରେ କିଛି ନୂଆ ଖେଳାଳିଙ୍କୁ ଦେଖିବାକୁ ମିଳିବ। ସେହି ନୂଆ ତାରକାଙ୍କ ଭିତରେ ଅଛନ୍ତି କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଟିମରେ ସାମିଲ୍‌ ହୋଇଥିବା ଶାହରୁଖ୍ ଖାନ୍। ଏହି ଯୁବ ବ୍ୟାଟ୍ସମ୍ୟାନଙ୍କ ପ୍ରଶଂସାରେ ପୋତିଛନ୍ତି କିଙ୍ଗସ୍ ଇଲେଭେନ ପଞ୍ଜାବ ଟିମର ଡାଇରେକ୍ଟର ଅଫ୍ କ୍ରିକେଟ୍ ଅପରେସନ୍ ଅନୀଲ୍ କୁମ୍ବଲେ। କୁମ୍ବଲେ ଶାହରୁଖଙ୍କ ଭିତରେ ୱେଷ୍ଟଇଣ୍ଡିଜର ଷ୍ଟାର୍ ଅଲରାଉଣ୍ଡର କାଇରନ୍ ପୋଲାର୍ଡ ଝଲକ ଦେଖିବାକୁ ପାଇଛନ୍ତି।

Advertisment

କିଙ୍ଗସ୍ ଇଲେଭେନ୍ ପକ୍ଷରୁ ଜାରି ଏକ ଭିଡିଓରେ କୁମ୍ବଲେ କହିଛନ୍ତି, ଶାହରୁଖ୍ ଖାନଙ୍କ ଭିତରେ ମୋତେ କିଛିଟା ପୋଲାର୍ଡଙ୍କ ଝଲକ ଦେଖିବାକୁ ପାଇଛି। କାରଣ ଯେତେବେଳେ ମୁଁ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ଥିଲି, ସେତେବେଳେ ପୋଲାର୍ଡ ନେଟ୍ସରେ ବହୁତ ବିପଜ୍ଜନକ ଥିଲେ। ମୁଁ ନେଟ୍ସରେ ପୋଲାର୍ଡ ବୋଲିଂ କରୁଥିଲି। ଯେହେତୁ ପୋଲାର୍ଡ ଅଧିକ ସିଧା ଶଟ୍‌ ମାରନ୍ତି, ତେଣୁ ମୁଁ ତାଙ୍କୁ ସିଧା ଶଟ୍ ମାରିବାକୁ ମନା କରୁଥିଲି। କାରଣ ସିଧା ଶଟ୍ ଆସୁଥିବା ବଲକୁ ଧରିବା ପାଇଁ ମୋ ଶରୀର ସାଥ୍ ଦେଉନଥିଲା। ତେଣୁ ମୁଁ ପୋଲାର୍ଡଙ୍କ ସିଧା ଶଟକୁ ଧରିବାକୁ ମନା କରିଦେଇଥିଲି। ଏବେ ଶାହରୁଖ୍ ମଧ୍ୟ ନେଟ୍ସରେ ସେହିଭଳି ଶଟ୍ ଖେଳୁଛନ୍ତି। ତେଣୁ ଶାହରୁଖ୍ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ତାଙ୍କୁ ମଧ୍ୟ ନେଟରେ ବେଶୀ ବୋଲିଂ କରିବି ନାହିଁ ବୋଲି ମନସ୍ଥ କରିଛି।

https://twitter.com/PunjabKingsIPL/status/1378726694341672966?s=20

କୁମ୍ବଲେଙ୍କ ଠାରୁ ଏଭଳି ପ୍ରଶଂସା ଶୁଣି ଶାହରୁଖ ବହୁତ ଖୁସି ହୋଇଛନ୍ତି। ସେ କହିଛନ୍ତି, କୁମ୍ବଲେଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କଠାରୁ ଏଭଳି ପ୍ରଶଂସା ଶୁଣିବା ମୋ ପାଇଁ ସମ୍ମାନର କଥା। ମୁଁ ଯେବେବି ସମୟ ପାଏ ପଞ୍ଜାବ ଟିମରେ ଥିବା ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ସହ କଥା ହୁଏ। ସେମାନଙ୍କଠାରୁ ଖେଳ ସମ୍ବନ୍ଧରେ ମୋତେ ବହୁତ କିଛି ଶିଖିବାକୁ ମିଳେ।

Advertisment

ପ୍ରୀତି ଜିଣ୍ଟାଙ୍କ ମାଲିକାନାସତ୍ତ୍ୱ ପଞ୍ଜାବ କିଙ୍ଗସ୍ ୫.୨୫ କୋଟି ଟଙ୍କାରେ ଶାହରୁଖଙ୍କୁ କିଣିଥିଲା। ଶାହରୁଖ୍ ୨୦୧୪ରେ ତାମିଲନାଡୁ ପକ୍ଷରୁ ଟି-୨୦ ଡେବ୍ୟୁ କରିଥିଲେ। ଏହା ପରଠାରୁ ସେ ରାଜ୍ୟ ଦଳ ପାଇଁ ୩୧ ଟି-୨୦ ମ୍ୟାଚ୍ ଖେଳି ୧୮.୩୧ ହାରରେ ୨୯୩ ରନ୍ କରିଛନ୍ତି। ତେବେ ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ତାମିଲନାଡୁର ସେମିଫାଇନାଲ୍ ପଥରେ ଶାହରୁଖ ପ୍ରମୁଖ ଭୂମିକା ବହନ କରିଥିଲେ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe