ଏକା ଲଢ଼ିଲେ ମହମ୍ମଦୁଲ୍ଲା, ବାଂଲାଦେଶକୁ ହରାଇ ୨ନଂରେ ଦକ୍ଷିଣ ଆଫ୍ରିକା

ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ବିଶ୍ୱକପ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି। ଦକ୍ଷିଣ ଆଫ୍ରିକା ୪ର୍ଥ ବିଜୟ ସହ ୨ନଂରେ ରହିଥିବା ବେଳେ ଭାରତ ପୂର୍ବଭଳି ୧୦ ପଏଣ୍ଟ ସହ ୧ନଂ ସ୍ଥାନରେ ରହିଛି।

BAN

ବାମରୁ ଟିମ ଦକ୍ଷିଣ ଆଫ୍ରିକା ଓ ଶତକଧାରୀ ମହମ୍ମଦୁଲ୍ଲା

Hemant Lenka
  • Published: Tuesday, 24 October 2023
  • Updated: 24 October 2023, 10:12 PM IST

Sports

Latest News

ମୁମ୍ବାଇର ୱାଙ୍ଖେଡେରେ ବାଂଲାଦେଶକୁ ମିଳିଥିଲା ୩୮୩ ରନର ଟାର୍ଗେଟ। ଦଳ ପାଇଁ ଶେଷ ଯାଏ ଅଭିଜ୍ଞ ମହମ୍ମଦୁଲ୍ଲା ଲଢ଼େଇ କଲେ। ଚଳିତ ବିଶ୍ୱକପରେ ବାଂଲାଦେଶ ପାଇଁ ଶତକ ମଧ୍ୟ ହାସଲ କରିବାକୁ ସକ୍ଷମ ହେଲେ। କିନ୍ତୁ ଏହାର କୌଣସି ସୁଫଳ ବାଂଲାଦେଶକୁ ମିଳିନାହିଁ।

ମହମ୍ମଦୁଲ୍ଲାଙ୍କ ଲଢ଼ୁଆ ୧୧୧ ରନ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଠାରୁ ବାଂଲାଦେଶ ୧୪୯ ରନରେ ପରାସ୍ତ ହୋଇଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ବିଶ୍ୱକପ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି। ଦକ୍ଷିଣ ଆଫ୍ରିକା ୪ର୍ଥ ବିଜୟ ସହ ୨ନଂରେ ରହିଥିବା ବେଳେ ଭାରତ ପୂର୍ବଭଳି ୧୦ ପଏଣ୍ଟ ସହ ୧ନଂ ସ୍ଥାନରେ ରହିଛି। ସେହିପରି ନ୍ୟୁଜିଲ୍ୟାଣ୍ଡ ସମାନ ୮ ପଏଣ୍ଟ ପାଇ ତୃତୀୟ ସ୍ଥାନକୁ ଖସିଛି।

କ୍ୱିଣ୍ଟନ ଡି’କକଙ୍କ ବିସ୍ଫୋରକ ୧୭୪ ଓ ହେନରିଜ କ୍ଲାସେନଙ୍କ ୯୦ ରନ ବଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭର୍‌ରେ ୫ ୱିକେଟ ହରାଇ ୩୮୨ ରନ କରିଥିଲା। ଏହାର ଜବାବରେ ମହମ୍ମଦୁଲ୍ଲାଙ୍କୁ ଛାଡ଼ି ଆଉ କୌଣସି ବାଂଲାଦେଶ ବ୍ୟାଟର ଦକ୍ଷିଣ ଆଫ୍ରିକାର ବୋଲରଙ୍କୁ ସମ୍ମୁଖୀନ ହୋଇ ପାରି ନଥିଲା। ଶେଷରେ ପୂରା ଦଳ ୪୬.୪ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୩୩ ରନ କରିବାକୁ ସକ୍ଷମ ହୋଇଥିଲା। ବିସ୍ଫୋରକ ୧୭୪ ରନ ଇନିଂସ ଖେଳିଥିବା ଡି’କକ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି।

Also Read

ୱାଙ୍ଖାଡେରେ ୮୮୩ ରନର ଟାର୍ଗେଟ ପାଇଥିବା ବାଂଲାଦେଶ ୩୦ ରନରେ ପ୍ରଥମ ୱିକେଟ ହରାଇଥିଲା। ତାଞ୍ଜିଦ ହାସନ ୧୨ ରନ କରି ମାର୍କୋ ୟାନସେନଙ୍କ ବଲରେ ଆଉଟ ହୋଇଥିଲେ। ପରବର୍ତ୍ତୀ ବଲରେ ନଜମୁଲ ହୁସେନ ସାଣ୍ଟୋ(୦) ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ସାକିବ ଅଲ ହାସନ ୪ନଂରେ ବ୍ୟାଟିଂ କରିବାକୁ ଆସିଥିଲେ ହେଁ କେବଳ ୧ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଲିଜାଡ ୱିଲିୟମ୍ସ ନେଇଥିଲେ।

ମୁସଫିକର ରହିମ(୮) ମଧ୍ୟ ଆଜି ବେଶୀ କିଛି କରିପାରି ନାହାନ୍ତି। ଲିଟନ ଦାସ ବେଶ ସତର୍କତାର ସହ ଖେଳୁଥିବା ବେଳେ ୨୨ ରନ କରି କାଗିସୋ ରବାଡାଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ୫୮ ରନ ବାଂଲାଦେଶ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।

ଏତିକି ବେଳେ ମହମ୍ମଦୁଲ୍ଲା ଓ ମେହିଦୀ ହାସନ ମିରାଜ(୧୧) କିଛି ସମୟ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ମୁକାବିଲା କରିଥିଲେ। ହେଲେ ଦଳୀୟ ସ୍କୋର ୮୧ ଥିବା ବେଳେ ମିରାଜ ଆଉଟ ହୋଇଥିଲେ। ତାଙ୍କ ୱିକେଟ କେଶବ ମହାରାଜ ନେଇଥିଲେ।

ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ମହମ୍ମଦୁଲ୍ଲା ଦମଦାର ବ୍ୟାଟିଂ ଜାରି ରଖିଥିଲେ। ସେ ପ୍ରଥମେ ନସୁମ ଅହମଦ(୧୯) ଓ ପରେ ହାସନ ମହମୁଦ(୧୫)ଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ଅର୍ଦ୍ଧଶତକ ହାସଲ କରିବା ପରେ ମଧ୍ୟ ସେ ଅଟକି ନଥିଲେ। ସେ ଦମଦାର ବ୍ୟାଟିଂ କରୁଥିଲେ ହେଁ ପ୍ରଥମେ ନସୁମ ଓ ପରେ ମହମୁଦ ଆଉଟ ହୋଇଯାଇଥିଲେ। ଏମାନଙ୍କ ୱିକେଟ ଯଥାକ୍ରମେ ଗେରାଲ୍ଡ କୋଏଜେ ଓ ରବାଡା ନେଇଥିଲେ।

ଦଳୀୟ ସ୍କୋର ୧୫୯ ଥିବା ବେଳେ ବାଂଲାଦେଶ ତା’ର ୮ମ ୱିକେଟ ହରାଇଥିଲେ। ଏହି ସମୟରେ ମହମ୍ମୁଦୁଲ୍ଲାଙ୍କୁ ସାଥ ଦେବାକୁ ଆସିଥିଲେ ମୁସ୍ତାଫିଜୁର ରହମନ। ସେ ଗୋଟିଏ ପଟେ ୱିକେଟ ବଞ୍ଚାଇବାରେ ଲାଗିଥିବା ବେଳେ ଅନ୍ୟପଟେ ମହମ୍ମଦୁଲ୍ଲା ବଡ଼ବଡ଼ ଶଟ ଖେଳିବାରେ ଲାଗିଥିଲେ।

୪୩ ଓଭର ଶେଷ ବେଳକୁ ବାଂଲାଦେଶର ସ୍କୋର ୨୦୧ରେ ପହଞ୍ଚି ଯାଇଥିଲା। ଏହି ସମୟରେ ମହମ୍ମଦୁଲ୍ଲା ୮୯ ଓ ମୁସ୍ତିଫିଜୁର ୯ ରନ କରିଥିଲେ। ୪୪ତମ ଓଭର ବୋଲିଂ କରିବାକୁ ଆସିଥିଲେ କୋଏଜେ। ମହମ୍ମଦୁଲ୍ଲା ତାଙ୍କୁ ୬ ଛକା ମାରିବା ସହ ୧ ରନ ନେଇ ବ୍ୟକ୍ତିଗତ ୯୭ ରନରେ ପହଞ୍ଚି ଯାଇଥିଲେ।

ପରବର୍ତ୍ତୀ ଓଭର୍‌ରେ ରବାଡାଙ୍କ ପ୍ରଥମ ବଲରେ ସେ ୨ ରନ ନେଇଥିଲେ। ଦ୍ୱିତୀୟ ବଲରେ ସେ ୧ ରନ ନେଇ ନିଜର ଶତକ ପୂରଣ କରିଥିଲେ। ୧୦୪  ବଲରେ ମହମ୍ମଦୁଲ୍ଲା ଆଜି ନିଜର ଶତକ ହାସଲ କରିଛନ୍ତି। ଶତକ ହାସଲ କରିବା ପରେ ସେ ଆହୁରି ଖୋଲା ଶଟ ଖେଳିଥିଲେ।

ରବାଡାଙ୍କୁ ଛକା ଓ କୋଏଜେଙ୍କୁ ଚୌକା ମାରି ସେ ନିଜର ବିସ୍ଫୋରକ ଦେଖାଇଥିଲେ। କିନ୍ତୁ ୪୫ତମ ଓଭର୍‌ର ତୃତୀୟ ବଲରେ ସେ ବଡ଼ ଶଟ ମାରିବାକୁ ଯାଇ କୋଏଜେଙ୍କ ବଲରେ ଆଉଟ ହୋଇଯାଇଥିଲେ। ଆଉଟ ହେବା ପୂର୍ବରୁ ସେ ୧୧୧ ବଲରେ ୧୧୧ ରନର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୪ଟି ଛକା ଓ ୧୧ଟି ଚୌକା ମାରିଛନ୍ତି। ମହମ୍ମଦୁଲ୍ଲା ଆଉଟ ହେବା ବେଳକୁ ବାଂଲାଦେଶର ସ୍କୋର ୨୨୭ ଥିଲା। ଏହପରେ ଶୋରିଫୁଲ ଇଇସଲାମ ଚୌକା ମାରିଥିଲେ। 

କିନ୍ତୁ ୪୬ତମ ଓଭର୍‌ର ୪ର୍ଥ ବଲରେ ମୁସ୍ତାଫିଜୁର (୧୧)ଙ୍କୁ ଆଉଟ କରି ୱିଲିୟମ୍ସ ବାଂଲାଦେଶ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ବାଂଲାଦେଶ ୪୬.୪ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୩୩ ରନରେ ଅଟକି ଥିଲା। ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌କୁ ୧୪୯ ରନରେ ଜିତି ନେଇଛି। 

ଦକ୍ଷିଣ ଆଫ୍ରିକା ପକ୍ଷରୁ କୋଏଜେ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ରବାଡା, ୟାନସେନ ଓ ୱିଲିୟମ୍ସ ୨ଟି ଲେଖାଏ ସଫଳତା ପାଇଛନ୍ତି। ମହାରାଜଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story