Advertisment

ଜାଡେଜାଙ୍କ ପରେ ଆଉ ଜଣେ ଭାରତୀୟ କ୍ରିକେଟରଙ୍କୁ ବିବାଦକୁ ଟାଣିଲା ଅଷ୍ଟ୍ରେଲିଆ ମିଡିଆ

ପ୍ରଥମେ ବିରାଟ କୋହଲି ପରେ ରବୀନ୍ଦ୍ର ଜାଡେଜାଙ୍କୁ ଅଷ୍ଟ୍ରେଲୀୟ ଗଣମାଧ୍ୟମ ବିବାଦ ମଧ୍ୟକୁ ଟାଣିଥିଲା। ଏବେ ଅଷ୍ଟ୍ରେଲିଆ ମିଡିଆର ଟାର୍ଗେଟକୁ ଆସିଛନ୍ତି ଭାରତୀୟ ଟିମର ଦ୍ରୁତ ବୋଲର ଆକାଶ ଦୀପ।

Akash Deep

Akash Deep

Advertisment

ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲୀୟ ଗଣମାଧ୍ୟମ ଭାରତୀୟ ଟିମ ପଛରେ ଲାଗି ଯାଇଛନ୍ତି। ଅଷ୍ଟ୍ରେଲିଆ ଗଣମାଧ୍ୟମ ଜଣଙ୍କ ପରେ ଜଣେ ଭାରତୀୟ ଖେଳାଳିଙ୍କୁ ଟାର୍ଗେଟ କରି ମାନସିକ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।

Advertisment

ପ୍ରଥମେ ବିରାଟ କୋହଲି ପରେ ରବୀନ୍ଦ୍ର ଜାଡେଜାଙ୍କୁ ଅଷ୍ଟ୍ରେଲୀୟ ଗଣମାଧ୍ୟମ ବିବାଦ ମଧ୍ୟକୁ ଟାଣିଥିଲା। ଏବେ ଅଷ୍ଟ୍ରେଲିଆ ମିଡିଆର ଟାର୍ଗେଟକୁ ଆସିଛନ୍ତି ଭାରତୀୟ ଟିମର ଦ୍ରୁତ ବୋଲର ଆକାଶ ଦୀପ।

ଶନିବାର ମେଲବର୍ଣ୍ଣ ପଡ଼ିଆରେ ଜାଡେଜା କୁଆଡ଼େ ଇଂରାଜୀରେ କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିବା ଅଭିଯୋଗ କରି ଅଷ୍ଟ୍ରେଲିଆ ପ୍ରେସ ବିବାଦ ସୃଷ୍ଟି କରିଥିଲା। ଏବେ ଆକାଶ ଦୀପଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ୱର ବ୍ୟବହାର କରିଛି। ରବିବାର ଅଭ୍ୟାସ ପରେ ମେଲବର୍ଣ୍ଣ ପଡ଼ିଆରେ ଆକାଶ ଦୀପ ଗଣମାଧ୍ୟମଗୁଡ଼ିକର କିଛି ପ୍ରଶ୍ନର ଉତ୍ତର ଦେଇଥିଲେ।

Advertisment

ଆକାଶ ଦୀପ ଇଂରାଜୀରେ ସେତେଟା ଭଲ ଭାବେ କହିବା ଶିଖି ନାହାନ୍ତି। ତେଣୁ ସେ କୌଣସି ପ୍ରଶ୍ନର ଉତ୍ତର ଇଂରାଜୀରେ ଦେଇ ନଥିଲେ। କିନ୍ତୁ ଅଷ୍ଟ୍ରେଲୀୟ ମିଡିଆ ଆଉଟଲେଟ ଚ୍ୟାନେଲ ୭ ଦାବି କରିଛି ଯେ ଆକାଶ ଦୀପ ଇଂରାଜୀରେ ନ କରିବା ପଛରେ ଭାରତୀୟ ଟିମ ରହିଛି। ଭାରତୀୟ କ୍ୟାମ୍ପ ହିଁ ତାଙ୍କୁ ଇଂରାଜୀରେ ଉତ୍ତର ନ ଦେବାକୁ କହିଥିବା ଉକ୍ତ ନ୍ୟୁଜ ସଂସ୍ଥା ଦାବି କରିଛି।

ସଂସ୍ଥା ଆହୁରି କହିଛି ଯେ ଭାରତୀୟ ରିପୋର୍ଟରମାନେ ମଧ୍ୟ ଅଷ୍ଟ୍ରେଲିଆର ସାମ୍ବାଦିକମାନଙ୍କୁ ସେମାନଙ୍କ ପ୍ରଶ୍ନରେ କୌଣସି ପ୍ରକାରର ସହାୟତା କରି ନଥିଲେ। ଆମେ ପଚାରିଥିବା ପ୍ରଶ୍ନ ବଦଳରେ ଆକାଶ ଦୀପଙ୍କୁ ଆଉ କିଛି ପଚରାଯାଇଥିଲା ବୋଲି ନ୍ୟୁଜି ସଂସ୍ଥା କହିଛି।

ଏହାକୁ ନେଇ ନୂଆ ବିବାଦ ଦେଖିବାକୁ ମିଳିଛି। ଏହା ପଛରେ ଭାରତୀୟ ଟିମର ହାତ ରହିଥିବା ମଧ୍ୟ ଚ୍ୟାନେଲ ୭ର କମେଣ୍ଟେଟର ସାଇମନ କାଟିଚ ଅଭିଯୋଗ କରିଛନ୍ତି।

Border-Gavaskar Trophy Akash Deep
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe