Advertisment

Asian Games: ବିସିସିଆଇର ବଡ଼ ନିଷ୍ପତ୍ତି: ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ!

୨୦୨୬ ଏସିଆନ ଗେମ୍ସରେ ୪ର୍ଥ ଥର ପାଇଁ କ୍ରିକେଟ ସାମିଲ ହେବ। ତଥାପି ଏସିଆରେ କ୍ରିକେଟ ଅନ୍ୟତମ ଲୋକପ୍ରିୟ ଖେଳ ଭାବେ ଉଭୟ ହୋଇଛି। ୨୦୧୦ରେ ଚାଇନାର ଗୁଆଙ୍ଗଝୋରେ କ୍ରିକେଟ ଡେବ୍ୟୁ କରିଥିଲା। ୨୦୧୪ରେ ମଧ୍ୟ ଇଞ୍ଚେଓନରେ ମଧ୍ୟ କ୍ରିକେଟ ଖେଳା ଯାଇଥିଲା।

Pak

ଭାରତ-ପାକିସ୍ତାନ

Advertisment

ଆଉ ଏକ ଭାରତ-ପାକିସ୍ତାନ ମ୍ୟାଚ୍‌ର ସମ୍ଭାବନା। ଦୁଇ ଚୀର ପ୍ରତିଦ୍ୱନ୍ଦ୍ୱୀ କ୍ରିକେଟ ମୈଦାନରେ ପରସ୍ପରକୁ ଟକ୍କର ଦେଇ ପାରନ୍ତି। ନିକଟରେ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବାକୁ ମିଳିଥିଲା। ଏବେ ବିସିସିଆଇ ଏମିତି ଗୋଟିଏ ନିଷ୍ପତ୍ତି ନେଇଛି  ଯେଉଁଥି ପାଇଁ ଏସିଆନ ଗେମ୍ସରେ ପୁଣି ଭାରତ-ପାକିସ୍ତାନ ଲଢ଼େଇ ଦେଖିବାକୁ ମିଳିପାରେ। 

Advertisment

Aichi-Nagoyaରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ଗେମ୍ସ(Asian Games) ପାଇଁ ଭାରତ ଉଭୟ ପୁରୁଷ ଓ ମହିଳା କ୍ରିକେଟ ଟିମକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ସେପ୍ଟେମ୍ବର ଓ ଅକ୍ଟୋବର ମାସରେ Aichi-Nagoyaରେ ଏସିଆ ଗେମ୍ସ ଅନୁଷ୍ଠିତ ହେବ। ଏଥିରେ କ୍ରିକେଟ ମଧ୍ୟ ଭାଗ ନେବାକୁ ଯାଉଛି। ଏସିଆ ଗେମ୍ସରେ କ୍ରିକେଟ ମ୍ୟାଚ ଗୁଡ଼ିକ ଟି୦୨୦ ଫର୍ମାଟରେ ଖେଳାଯିବ। 

୨୦୨୬ ଏସିଆନ ଗେମ୍ସରେ ୪ର୍ଥ ଥର ପାଇଁ କ୍ରିକେଟ ସାମିଲ ହେବ। ତଥାପି ଏସିଆରେ କ୍ରିକେଟ ଅନ୍ୟତମ ଲୋକପ୍ରିୟ ଖେଳ ଭାବେ ଉଭୟ ହୋଇଛି। ୨୦୧୦ରେ ଚାଇନାର ଗୁଆଙ୍ଗଝୋରେ କ୍ରିକେଟ ଡେବ୍ୟୁ କରିଥିଲା। ୨୦୧୪ରେ ମଧ୍ୟ ଇଞ୍ଚେଓନରେ ମଧ୍ୟ କ୍ରିକେଟ ଖେଳା ଯାଇଥିଲା।

Advertisment

କିନ୍ତୁ ସେତେବେଳେ ଏହାର ଅନ୍ତର୍ଜାତୀୟ ମାନ୍ୟତା ମିଳି ନଥିଲା। ଏଥିପାଇଁ ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରେ କ୍ରିକେଟକୁ ସାମିଲ କରାଯାଇ ନଥିଲା। କିନ୍ତୁ ୨୦୨୩ ହାଙ୍ଗଝୋକୁ ପୁଣି କ୍ରିକେଟ ଫେରିଥିଲା। ୨୦୨୩ରେ ଆଇସିସିର ନିୟମ ଅନୁସାରେ ପ୍ରତିଟି ମ୍ୟାଚ୍‌ ଖେଳା ଯାଇଥିଲା। ପ୍ରତିଟି ସଂସ୍କରଣରେ ପୁରୁଷ ଓ ମହିଳା ଟିମ ନଜର ଆସିଥିବା ବେଳେ ଟି-୨୦ ଫର୍ମାଟରେ ମ୍ୟାଚ୍‌ ଗୁଡ଼ିକ ଖେଳା ଯାଉଛି। 

୨୦୨୩ ଏସିଆନ ଗେମ୍ସରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଭାରତ ଚାମ୍ପିୟନ ହୋଇଥିଲା। ପୁରୁଷ ବିଭାଗରେ ଆଫଗାନିସ୍ତାନ ଓ ମହିଳା ବର୍ଗରେ ଶ୍ରୀଲଙ୍କାକୁ ମିଳିଥିଲା ରୌପ୍ୟ ପଦକ। ବାଂଲାଦେଶ ଉଭୟ ବର୍ଗରେ ବ୍ରୋଞ୍ଜ ପଦକ କବଜା କରିଥିଲା। ୨୦୧୦ରେ ବାଂଲାଦେଶ ପୁରୁଷ ଓ ପାକିସ୍ତାନ ମହିଳା ଟିମ ସ୍ୱର୍ଣ୍ଣ ଜିତିଥିଲେ। ୨୦୧୪ରେ ଶ୍ରୀଲଙ୍କା ପୁରୁଷ ବର୍ଗରେ ଓ ପାକିସ୍ତାନ ମହିଳା ବର୍ଗରେ ଚାମ୍ପିୟନ ହୋଇଥିଲା। 

୨୦୨୬ରେ ଭାରତୀୟ ପୁରୁଷ ଓ ମହିଳା ଟିମକୁ ବିସିସିଆଇ ଏସିଆନ ଗେମ୍ସକୁ ପଠାଇବ। ଏହି ସମୟରେ ଭାରତ ଓ ପାକିସ୍ତାନ ଏସିଆନ ଗେମ୍ସରେ ମଧ୍ୟ ମୁହାଁମୁହିଁ ହୋଇପାରନ୍ତି। ସେହିପରି ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ମଧ୍ୟ ଭାରତ ଓ ପାକିସ୍ତାନ ଲଢ଼େଇ ଦେଖିବାକୁ ମିଳିପାରେ।

Asian Games
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe