Advertisment

ପ୍ରଥମ ମ୍ୟାଚ ଜିତିବା ପାଇଁ ଚେନ୍ନାଇକୁ ମିଳିଲା ୧୭୪ ରନର ଟାର୍ଗେଟ

କାର୍ତ୍ତିକ ଶେଷ ଯାଏ ୨୬ ବଲରେ ୩୮ ରନ କରି ଅପରାଜିତ ଥିବା ବେଳେ ରାୱତ ଶେଷ ବଲରେ ୪୮ ରନ କରି ଅଲଆଉଟ ହୋଇଛନ୍ତି।

ଅଦ୍ୟତନ ହୋଇଛି
ipl

ipl

Advertisment

ଆଇପିଏଲର ୧୭ତମ ସଂସ୍କରଣର ପ୍ରଥମ ମ୍ୟାଚ ଜିତିବା ପାଇଁ ଚେନ୍ନାଇ ସୁପର କିଙ୍ଗସକୁ ୧୭୪ ରନର ଟାର୍ଗେଟ ମିଳିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଆରସିବି ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୭୩ ରନ କରିଛି।

Advertisment

ଏକଦା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଆରସିବିକୁ ବିପଦରୁ କିଛି ମାତ୍ରାରେ ଦିନେଶ କାର୍ତ୍ତିକ ଓ ଯୁବ ତାରକା ଅନୁଜ ରାୱତ ଉଦ୍ଧାର କରିଛନ୍ତି। ଉଭୟ ୭ମ ୱିକେଟ ପାଇଁ ୯୫ ରନ ଯୋଡ଼ିଛନ୍ତି। କାର୍ତ୍ତିକ ଶେଷ ଯାଏ ୨୬ ବଲରେ ୩୮ ରନ କରି ଅପରାଜିତ ଥିବା ବେଳେ ରାୱତ ଶେଷ ବଲରେ ୪୮ ରନ କରି ଅଲଆଉଟ ହୋଇଛନ୍ତି। ଚେନ୍ନାଇ ପକ୍ଷରୁ ମୁସ୍ତାଫିଜୁର ରହମନ ୪ ଓଭରରେ ୨୯ ରନ ଦେଇ ୪ ୱିକେଟ ନେଇଛନ୍ତି।

ଆରସିବି ପାଇଁ ଅଧିନାୟକ ଫାଫ ଡୁପ୍ଲେସିସ ଦମଦାର ବ୍ୟାଟିଂ କରିଥିଲେ। ସେ ୨୩ ବଲରେ ୩୫ ରନ କରି ମୁସ୍ତାଫିଜୁରଙ୍କ ପ୍ରଥମ ଶିକାର ବନିଥିଲା। ଏହାପରେ ରଜତ ପାଟିଦାର ଓ ଗ୍ଲେନ ମ୍ୟାକ୍ସୱେଲ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। କାମେରନ ଗ୍ରୀନ ୧୮ ଓ ବିରାଟ କୋହଲି ୨୧ କିଛି ସମୟ ପାଇଁ ଲଢ଼େଇ କରିଥିଲେ ହେଁ ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ନେଇ ପାରି ନଥିଲେ।

Advertisment

୧୧.୪ ଓଭର୍‌ରେ ଦଳ ୭୮ ରନରେ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ କାର୍ତ୍ତିକ ଓ ରାୱତ ଦମଦାର ବ୍ୟାଟିଂ କରିଥିଲେ। ଉଭୟ କେବଳ ୱିକେଟ ରଖି ନଥିଲେ ବରଂ ବଡ଼ବଡ଼ ଶଟ ସବୁ ଖେଳି ଚାଲିଥିଲେ। ବିଶେଷ କରି ରାୱତଙ୍କ ବ୍ୟାଟରୁ ଛକା ଓ ଚୌକା ବର୍ଷା ହୋଇଥିଲା।

କାର୍ତ୍ତିକ ମଧ୍ୟ କିଛି ଆଖି ଦୃଶିଆ ଶଟ ଖେଳିଥିଲେ। ୨୫ ବଲରେ ୪୮ ରନ କରିଥିବା ରାୱତ ୪ଟି ଚୌକା ଓ ୩ଟି ଛକା ମାରିଛନ୍ତି। ସେହିପରି କାର୍ତ୍ତିକଙ୍କ ବ୍ୟାଟରୁ ୩ଟି ଚୌକା ଓ ଗୋଟିଏ ଛକା ଦେଖିବାକୁ ମିଳିଛି। ଆରସିବି ୧୭୩ ରନ କରିବାକୁ ଏବେ ଚେନ୍ନାଇକୁ ଜିତିବା ପାଇଁ ୧୭୪ ରନର ଟାର୍ଗେଟ ମିଳିଛି।

IPL CSK RCB IPL 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe