Advertisment

ସାମ୍ନାକୁ ଆସିଲା ବିରାଟଙ୍କ ଝିଅର ପ୍ରଥମ ଝଲକ, ଭିଡିଓ ଭାଇରାଲ୍

କେପ୍ ଟାଉନ୍: ଭାରତର ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଚିୟର୍ କରିବା ପାଇଁ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା କେପ୍ ଟାଉନରେ ପହଞ୍ଚିଛନ୍ତି। ତେବେ ଏହି ମ୍ୟାଚରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖିବା ପାଇଁ ସମସ୍ତେ ଅପେକ୍ଷା କରି ରହିଥିଲେ। ବିରାଟ୍ କୋହଲିଙ୍କ ଝିଅ ବାମିକାଙ୍କର ପ୍ରଥମ ଝଲକ ଦେଖିବାକୁ ମିଳିଛି। କେପ୍ ଟାଉନରେ ଖେଳାଯାଇଥିବା ତୃତୀୟ ଦିନିକିଆରେ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଷ୍ଟାଣ୍ଡରେ ନିଜ ଝିଅ ବାମିକା ସହ ଛିଡ଼ା […]

ସାମ୍ନାକୁ ଆସିଲା ବିରାଟଙ୍କ ଝିଅର ପ୍ରଥମ ଝଲକ, ଭିଡିଓ ଭାଇରାଲ୍

kohli

Advertisment

କେପ୍ ଟାଉନ୍: ଭାରତର ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଚିୟର୍ କରିବା ପାଇଁ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା କେପ୍ ଟାଉନରେ ପହଞ୍ଚିଛନ୍ତି। ତେବେ ଏହି ମ୍ୟାଚରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖିବା ପାଇଁ ସମସ୍ତେ ଅପେକ୍ଷା କରି ରହିଥିଲେ। ବିରାଟ୍ କୋହଲିଙ୍କ ଝିଅ ବାମିକାଙ୍କର ପ୍ରଥମ ଝଲକ ଦେଖିବାକୁ ମିଳିଛି।

Advertisment

କେପ୍ ଟାଉନରେ ଖେଳାଯାଇଥିବା ତୃତୀୟ ଦିନିକିଆରେ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଷ୍ଟାଣ୍ଡରେ ନିଜ ଝିଅ ବାମିକା ସହ ଛିଡ଼ା ହୋଇଥିଲେ। ଆଉ ସେହି ସମୟରେ କ୍ୟାମେରା ତାଙ୍କ ଆଡ଼କୁ ଫୋକସ୍ କରିଥିଲା। ବାମିକା ପିଙ୍କ୍ ଡ୍ରେସ୍ ପିନ୍ଧି ନିଜ ମା’ ଅନୁଷ୍କାଙ୍କ କୋଳରେ ଥିଲା। ଝିଅ ବାମିକା ଚୁଟିରେ ନାଲି ରଙ୍ଗର ରିବଦ୍ ପିନ୍ଧିଥିଲା।

https://twitter.com/HariKrish_D95/status/1485198717938696197?s=20

ଗତବର୍ଷ ଡିସେମ୍ବରରେ ଭାରତୀୟ ଟିମ୍ ଯେତେବେଳେ ମୁମ୍ବାଇରୁ ଦକ୍ଷିଣ ଆଫ୍ରିକା ଗସ୍ତ କରୁଥିଲା, ସେତେବେଳେ କୋହଲି ଫଟୋଗ୍ରାଫରଙ୍କୁ ନିଜ ଝିଅର ଫଟୋ ନଉଠାଇବାକୁ ଅନୁରୋଧ କରିଥିଲେ। କୋହଲି ଟିମ୍ ବସରୁ ବାହାରକୁ ଆସିବା ପରେ କହିଥିଲେ, ବେବିର (ଝିଅ) ଫଟୋ ଉଠାନ୍ତୁ ନାହିଁ। ଫଟୋଗ୍ରାଫର୍ ମଧ୍ୟ କୋହଲିଙ୍କ ଅନୁରୋଧ ରକ୍ଷା କରି ବାମିକାର ଫଟୋ ଉଠାଇନଥିଲେ।

Advertisment

https://twitter.com/_ZoyaDpz/status/1485265439068688385?s=20

https://twitter.com/AatifNawaz/status/1485265249691480071?s=20

ସୂଚନାଯୋଗ୍ୟ, ବିରାଟ୍ ଓ ଅନୁଷ୍କାଙ୍କ ଝିଅ ବାମିକା ଜାନୁଆରୀରେ ବର୍ଷକର ହୋଇଛି। ଟିମ୍ ଇଣ୍ଡିଆ ଯେତେବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ଖେଳୁଥିଲା, ସେତେବେଳେ ବାମିକାର ଜନ୍ମଦିନ ପାଳନ କରାଯାଇଥିଲା। ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe