Advertisment

ଆଶ୍ୱସ୍ତିର ନିଃଶ୍ୱାସ ମାରିଲେ ଅନୁଷ୍କା, ଭିଡିଓ ଭାଇରାଲ

ରାଟଙ୍କ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡ LBW ଅପିଲ ମଧ୍ୟ କରିଥିଲା। ଅମ୍ପାୟାର ଏହାକୁ ଆଉଟ ଦେଇ ନଥିଲେ। ତଥାପି କେନ ୱିଲିୟମସନ ଡିଆରଏସ୍‌ ନେଇଥିଲେ। ବଲ ବ୍ୟାଟରେ ମାଡ଼ ହୋଇ ବିରାଟଙ୍କ ପ୍ୟାଡରେ ମାଡ଼ ହୋଇଥିବା ସ୍ପଷ୍ଟ ହୋଇଥିଲା।

author-image
Hemant Lenka
Virat

Virat

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ପାଇଥିବା ବିସ୍ଫୋରକ ଆରମ୍ଭ ଦୁଃସ୍ୱପ୍ନରେ ପରିଣିତ ହେବାକୁ ଯାଉଥିଲା। ରୋହିତ ଆଉଟ ହେବା ପରେ କ୍ରିଜକୁ ଆସିଥିବା ବିରାଟ କୋହଲିଙ୍କ ଉପରେ କ୍ୱିୱି ବୋଲର ଚାପ ପକାଇବାକୁ ଚେଷ୍ଟା କରିଥିଲେ।

Advertisment

ଏଥିସହ ବିରାଟଙ୍କ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡ LBW ଅପିଲ ମଧ୍ୟ କରିଥିଲା। ଅମ୍ପାୟାର ଏହାକୁ ଆଉଟ ଦେଇ ନଥିଲେ। ତଥାପି କେନ ୱିଲିୟମସନ ଡିଆରଏସ୍‌ ନେଇଥିଲେ। ବଲ ବ୍ୟାଟରେ ମାଡ଼ ହୋଇ ବିରାଟଙ୍କ ପ୍ୟାଡରେ ମାଡ଼ ହୋଇଥିବା ସ୍ପଷ୍ଟ ହୋଇଥିଲା।

ଏହା ଦେଖି ପୂରା ଷ୍ଟାଡିୟମର ଦର୍ଶକ ଆଶ୍ୱସ୍ତି ଅନୁଭବ କରିଥିଲେ। ଷ୍ଟାଡିୟମରେ ଉପସ୍ଥିତ ଥିବା ବିରାଟଙ୍କ ପତ୍ନୀ ତଥା ଅଭିନେତ୍ରୀ ମଧ୍ୟ ଦୀର୍ଘ ନିଃଶ୍ୱାସ ନେବା ସହ ଆଶ୍ୱସ୍ତି ଅନୁଭବ କରିଥିଲେ। ଏହାର ଭିଡିଓ ସାମ୍ନାକୁ ଆସିଛି। ସେ ହାତ ଯୋଡ଼ି ଦୀର୍ଘ ନିଃଶ୍ୱାସ ମାରୁଥିବା ବେଳର ଭିଡିଓ ଭାଇରାଲ ହୋଇଛି।

Advertisment

ଏହି ନଟଆଉଟ ପରେ ବିରାଟ ଦମଦାର ବ୍ୟାଟିଂ ଆରମ୍ଭ କରିଛନ୍ତି। ସେ ଓ ଶୁବମନ ଗିଲ ଭାରତର ସ୍କୋରକୁ ଆଗକୁ ନେବାକୁ ଲାଗିଛନ୍ତି। ଗିଲଙ୍କ ମଧ୍ୟ ୪୧ ବଲରେ ଅର୍ଦ୍ଧଶତକ ହାସଲ କରିବା ପରେ ବ୍ୟାଟିଂ ଗିୟର ବଦଳାଇଛନ୍ତି। ବିରାଟ ମଧ୍ୟ ୩୦ ରନ ପାର କରି ସାରିଲେ।

୨୦୧୧ ବିଶ୍ୱ ବିଜେତା ଭାରତ ଆଜି ଟସ୍‌ ଜିତି ୱାଙ୍ଖେଡେରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ରୋହିତ ଶର୍ମା ଏକମାତ୍ର ବ୍ୟାଟର ଭାବେ ୨୯ ବଲରେ ୪୭ ରନ କରି ଆଉଟ ହୋଇଛନ୍ତି। ୨୩ ଓଭର ସୁଦ୍ଧା ଭାରତର ସ୍କୋର ୧୬୫/୧ରେ ପହଞ୍ଚି ଯାଇଛି।

Virat Kohli ICC Men’s Cricket World Cup 2023 CWC 2023