ବିରାଟଙ୍କ ପାଇଁ ଭାବବିହ୍ୱଳ ହେଲେ ଅନୁଷ୍କା, କହିଲେ...

ନୂଆଦିଲ୍ଲୀ: ବିରାଟ୍ କୋହଲି ଟେଷ୍ଟ କ୍ୟାପଟେନ୍ସି ଛାଡ଼ି ସମଗ୍ର କ୍ରିକେଟ୍ ଜଗତକୁ ସ୍ତବ୍ଧ କରିଦେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତି କେବଳ ତାଙ୍କ ପ୍ରଶଂସକ ନୁହେଁ ବରଂ ସାଥୀ ଖେଳାଳିଙ୍କୁ ମଧ୍ୟ ଚକିତ କରିଦେଇଥିଲା। ଗୋଟିଏ ପଟେ ବିସିସିଆଇ ତାଙ୍କୁ ଜଣେ ମହାନ୍ ଲିଡର୍ ଆଖ୍ୟା ଦେଇଥିବା ବେଳେ ସାଥୀ ଖେଳାଳି ରୋହିତ୍ ଶର୍ମା ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏବେ କୋହଲିଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ଇମୋନନାଲ୍ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ […]

kohli

kohli

Ranjit Kumar Jena
  • Published: Sunday, 16 January 2022
  • Updated: 16 January 2022, 09:02 PM IST

ନୂଆଦିଲ୍ଲୀ: ବିରାଟ୍ କୋହଲି ଟେଷ୍ଟ କ୍ୟାପଟେନ୍ସି ଛାଡ଼ି ସମଗ୍ର କ୍ରିକେଟ୍ ଜଗତକୁ ସ୍ତବ୍ଧ କରିଦେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତି କେବଳ ତାଙ୍କ ପ୍ରଶଂସକ ନୁହେଁ ବରଂ ସାଥୀ ଖେଳାଳିଙ୍କୁ ମଧ୍ୟ ଚକିତ କରିଦେଇଥିଲା। ଗୋଟିଏ ପଟେ ବିସିସିଆଇ ତାଙ୍କୁ ଜଣେ ମହାନ୍ ଲିଡର୍ ଆଖ୍ୟା ଦେଇଥିବା ବେଳେ ସାଥୀ ଖେଳାଳି ରୋହିତ୍ ଶର୍ମା ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏବେ କୋହଲିଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ଇମୋନନାଲ୍ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ଧୋନିଙ୍କ କ୍ୟାପଟେନ ଛାଡ଼ିବା, ବିରାଟଙ୍କ ଦାଢ଼ି ପାଚିବା ଠାରୁ ନେଇ ଝିଅ ଭାମିକା କଥା କହିଛନ୍ତି।

ଅନୁଷ୍କା ଲେଖିଛନ୍ତି, ୨୦୧୪ର ସେହି ଦିନ ମୋର ମନେ ଅଛି, ଯେତେବେଳେ ତୁମେ ମୋତେ କହିଥିଲ ଯେ ତୁମକୁ କ୍ୟାପଟେନ୍ କରାଯାଇଛି, କାରଣ ମହେନ୍ଦ୍ର ସିଂ ଧୋନି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିଲେ। ମୋର ମନେ ଅଛି ଧୋନି, ତୁମେ ଓ ମୁଁ ଚାଟିଂ କରୁଥିଲୁ। ଏହି ସମୟରେ ଧୋନି କହିଥିଲେ ଯେ ତୁମ (ବିରାଟ୍) ଦାଢ଼ି ପାଚିବାରେ ଲାଗିଲାଣି। ଏ କଥାରେ ଆମେ ସମସ୍ତେ ହସିଥିଲୁ। ସେହିଦିନ ଠାରୁ ମୁଁ ତୁମ ଦାଢ଼ି ପାଚିବା ବ୍ୟତୀତ ଆହୁରି ବହୁତ କିଛି ଶିଖିଛି।

ଅନୁଷ୍କା ଲେଖିଛନ୍ତି, ମୁଁ ତୁମର ଉତଥାନ ଦେଖିଛି। ତୁମ ଭିତରେ ଓ ଆଖାପାଖରେ ଅପାର ବୃଦ୍ଧି ରହିଛି। ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ଭାବେ ତୁମ ଉପଲବ୍ଧି ପାଇଁ ମୁଁ ଗର୍ବିତ। କିନ୍ତୁ ତୁମେ ନିଜ ଭିତରେ ଯେଉଁ ଅଭିବୃଦ୍ଧି କରିଛ, ତାହା ମୋତେ ଆହୁରି ଗର୍ବିତ କରିଛି। ୨୦୧୪ରେ ଆମେ ଏତେ ଯୁବ ଏବଂ ନିର୍ବୋଧ ଥିଲୁ। କେବଳ ଭଲ ଉଦ୍ଦେଶ୍ୟ, ସକରାତ୍ମକ ଚିନ୍ତାଧାରା ଏବଂ ଉଦ୍ଦେଶ୍ୟ ତୁମକୁ ଜୀବନରେ ଆଗକୁ ନେଇପାରେ ବୋଲି ଭାବିବା। ତୁମେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିଛ, କିନ୍ତୁ ସବୁବେଳେ ତାହା ପଡ଼ିଆରେ ନଥିଲା।

ଅନୁଷ୍କା କହିଛନ୍ତି, ଯେଉଁଠି ତୁମେ କମ୍ ଆଶା କର, ସେହିଠାରେ ଚ୍ୟାଲେଞ୍ଜ ତୁମ ପରୀକ୍ଷା ନେଇଥାଏ। ଏହାର ଆବଶ୍ୟକ ମଧ୍ୟ ହୋଇଥାଏ। ଆଉ ମୁଁ ଗର୍ବିତ ଯେ ତୁମେ ନିଜର ଭଲ ଉଦ୍ଦେଶ୍ୟ ଭିତରେ କିଛି ବି ଆସିବାକୁ ଦେଇନାହଁ। ତୁମେ ନିଜ ଶକ୍ତି ଦ୍ୱାରା ମଇଦାନରେ ବିଜୟ ହାସଲ କରିଛ। କିଛି ପରାଜୟ ଆଖିକୁ ଦୁଃଖ ମଧ୍ୟ ଦେଇଥିଲା। ଆଉ ସେହି ସମୟରେ ମୁଁ ତୁମ ପାଖରେ ବସିଥିଲି। ତୁମେ ସବୁବେଳେ ଭାବ ଯେ ଆଉ କିଛି କରିପାରିବା କି? ତୁମ ଠାରୁ ସମସ୍ତେ ଏହାହିଁ ଆଶା କରନ୍ତି।

ଅନୁଷ୍କା ଆହୁରି ଲେଖିଛନ୍ତି, ଲୋକ ଦେଖାଣିଆ କାମ ତୁମକୁ ଆଦୌ ପସନ୍ଦ ନୁହେଁ, ଯାହା ତୁମକୁ ଫ୍ୟାନଙ୍କ ନଜରରେ ମହାନ କରିପାରିଛି। କାରଣ ଆମ ସମସ୍ତ ପଛରେ ଭଲ ଉଦ୍ଦେଶ୍ୟ ଥିଲା ଏବଂ ସମସ୍ତେ ଏହାକୁ ବୁଝିପାରିବେ ନାହିଁ। ଆପଣଙ୍କୁ ଯେଉଁମାନେ ଭଲ ଭାବେ ଜାଣିଛନ୍ତି, ସେମାନେ ଭାଗ୍ୟବାନ। ତୁମେ ପରଫେକ୍ଟ ନୁହେଁ ଏବଂ ତୁମ ଭିତରେ ମଧ୍ୟ ତ୍ରୁଟି ରହିଛି। କିନ୍ତୁ ଆପଣ ଏହାକୁ ଲୁଚାଇବାକୁ କେବେ ପ୍ରୟାସ କରିଛ କି? ତୁମେ ଏତେ ବର୍ଷ ଧରି କ୍ୟାପଟେନ୍ ଭାବେ ଯାହା କରିଛନ୍ତି, ତାହା ସର୍ବଦା ସଠିକ୍ ଓ କଠିନ କାମ ପାଇଁ ଥିଲା। ତୁମେ ଲୋଭରେ କିଛି କରିନାହଁ। ଏହି ୭ ବର୍ଷରେ ତୁମେ କ’ଣ କରିଛ, ତାହା ଆମ ଝିଅ ନିଶ୍ଚୟ ତୁମଠାରୁ ଶିଖିବ। ତୁମେ ବହୁତ ଭଲ କାମ କରିଛ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story