Advertisment

ଆପୋଲୋ ଟାୟାର୍ସ ଟିମ ଇଣ୍ଡିଆର ନୂଆ ପ୍ରାୟୋଜକ, ମ୍ୟାଚ୍‌ ପିଛା କେତେ ଟଙ୍କା ଦେବ ଜାଣନ୍ତୁ

ଉଭୟ ପୁରୁଷ ଓ ମହିଳା ଟିମର ଜର୍ସି ପ୍ରାୟୋଜକ ବନିଥିବା ଆପୋଲୋ ଟାୟାର୍ସ ମ୍ୟାଚ୍‌ ପିଛା ବିସିସିଆଇକୁ ରେକର୍ଡ ୪.୫ କୋଟି ଟଙ୍କା ଲେଖାଏ ଦେବ। ଡ୍ରିମ ୧୧ ମ୍ୟାଚ୍‌ ପିଛା ୪ କୋଟି ଦେଉଥିବା ବେଳେ ଏବେ ବିସିସିଆଇକୁ ଅଧିକ ୫୦ ଲକ୍ଷ ଟଙ୍କା ଲେଖାଏ ମିଳିବ।

Team India

Team India

Advertisment

ଭାରତୀୟ କ୍ରିକେଟ ଟିମର ନୂଆ ଜର୍ସି ପ୍ରୟୋଜକ ଅଧିକାର ହାତେଇଛି ଆପୋଲୋ ଟାୟାର୍ସ। ୨୦୨୭ ଯାଏ ପ୍ରାୟୋଜକ ଭାବେ କାମ କରିବ ଏହି କମ୍ପାନୀ। ବେଟିଂ ଆପ୍‌କୁ କେନ୍ଦ୍ର ସରକାର ବ୍ୟାନ କରିବା ପରେ ଟିମ ଇଣ୍ଡିଆର ପ୍ରାୟୋଜକ ସାଜିଥିବା ଡ୍ରିମ ୧୧ ସହ ବିସିସିଆଇ କରିଥିବା ଚୁକ୍ତିକୁ ରଦ୍ଦ କରିଥିଲା। ଏବେ ଡ୍ରିମ ୧୧ର ସ୍ଥାନ ଆପୋଲୋ ଟାୟାର୍ସ ନେଇଛି।

Advertisment

ଉଭୟ ପୁରୁଷ ଓ ମହିଳା ଟିମର ଜର୍ସି ପ୍ରାୟୋଜକ ବନିଥିବା ଆପୋଲୋ ଟାୟାର୍ସ ମ୍ୟାଚ୍‌ ପିଛା ବିସିସିଆଇକୁ ରେକର୍ଡ ୪.୫ କୋଟି ଟଙ୍କାରୁ ଅଧିକ ଦେବ। ଡ୍ରିମ ୧୧ ମ୍ୟାଚ୍‌ ପିଛା ୪ କୋଟି ଦେଉଥିବା ବେଳେ ଏବେ ବିସିସିଆଇକୁ ଆହୁରି ଅଧିକ ଟଙ୍କା ମିଳିବ। 

କ୍ରିକବଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପ୍ରାୟୋଜକ ଡିଲ ତ୍ରିପାକ୍ଷିକ ଲଢ଼େଇ ଥିଲା। ଶେଷରେ ମୋଟ ୫୭୯ କୋଟି ଟଙ୍କାରେ ଆପୋଲୋ ଟାୟାର୍ସ ପ୍ରାୟୋଜକ ଅଧିକାର ହାସଲ କରିଛି। ପ୍ରାୟୋଜକ ଡିଲ ପ୍ରାୟ ୩ ବର୍ଷ ପାଇଁ ହୋଇଛି। ଏହା ମଧ୍ୟରେ ୧୨୧ଟି ଦ୍ୱିପାକ୍ଷିତ ଓ ୨୧ଟି ଆଇସିସି ମ୍ୟାଚ୍‌ ରହିଛି।

Advertisment

ଗୁରୁଗ୍ରାମ ଭିତ୍ତିକ ଟାୟାର କମ୍ପାନୀ ଏବେ ୧୦୦ଟି ଦେଶରେ ବ୍ୟବସାୟ କରୁଛି। ବିଡିଂ ଡିଲ୍‌ ବେଳେ ଆପୋଲୋ ଟାୟାର୍ସକୁ କାନଭା ଓ ଜେକେ ସିମେଣ୍ଟ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। କାନଭା ଡିଲ ହାତେଇବା ପାଇଁ ୫୪୪ କୋଟି ଓ ଜେକେ ସିମେଣ୍ଟ ୪୭୭ କୋଟି ଟଙ୍କାର ବିଡ ଲଗାଇଥିଲା। 

ହେଲେ ଉଭୟଙ୍କୁ ପଛରେ ପକାଇ ଆପୋଲୋ ଟାୟାର୍ସ ମ୍ୟାଚ୍‌ ପିଛା ପ୍ରାୟ ୪.୭୭ କୋଟି ଟଙ୍କା ବଳରେ ଡିଲକୁ ଫାଇନାଲ କରିଛି। ତଥାପି ଦ୍ୱିପାକ୍ଷିକ ଓ ଆଇସିସି ମ୍ୟାଚରେ ‍ଫି’ରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ବିସିସିଆଇ ସହ ଚୁକ୍ତି କରିବା ଦ୍ୱାରା ଟାୟାର ତିଆରି କରୁଥିବା ଏହି ଭାରତୀୟ କମ୍ପାନୀ ନିଜକୁ ବିଶ୍ୱସ୍ତରରେ ପ୍ରଚାର ପ୍ରସାର କରିପାରିବ।

ବର୍ତ୍ତମାନ ଏସିଆ କପ ଖେଳୁଥିବା ଭାରତୀୟ କ୍ରିକେଟ ଟିମର କୌଣସି ପ୍ରାୟୋଜକ ନାହାନ୍ତି। ଭାରତୀୟ ମହିଳା ଦଳ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ବିନା ପ୍ରାୟୋଜକରେ ଖେଳୁଛି। ଏସିଆ କପ ପରେ ଆପୋଲୋ ଟାୟର୍ସର ଜର୍ସି ପିନ୍ଧିବେ ଉଭୟ ପୁରୁଷ ଓ ମହିଳା କ୍ରିକେଟ ଟିମ।

ଆଗକୁ ମହିଳା ଦିନିକିଆ ବିଶ୍ୱକପ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ। ଏହି ସମୟରେ ଆପୋଲୋ ଟାୟର୍ସ ପ୍ରାୟୋଜକ ଭାବେ ମଧ୍ୟ କାମ କରିବ।

Indian Cricket Team Team India India Cricket Match apollo-tyres
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe