Advertisment

ରବିବାର ପୁଣି ଭାରତ-ପାକିସ୍ତାନ ଲଢ଼େଇ

ଗ୍ରୁପ ପର୍ଯ୍ୟାୟରେ ସୂର୍ଯ୍ୟ କୁମାର ଯାଦବଙ୍କ ଭାରତୀୟ ଟିମ ସେପ୍ଟେମ୍ବର ୧୪(ରବିବାର)ରେ ପାକିସ୍ତାନକୁ ଏକତରଫା ଭାବେ ୭ ୱିକେଟରେ ହରାଇଥିଲା। ଏହି ମ୍ୟାଚ୍‌ର ଟସ୍‌ ବେଳେ କିମ୍ବା ମ୍ୟାଚ୍‌ ଭାରତ ଜିତିବା ପରେ ଦୁଇ ଦଳ ପରସ୍ପର ସହ ହାତ ମିଳାଇ ନଥିଲେ।

India

India

Advertisment

ଏସିଆ କପରେ ପୁଣି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଦୁଇ ଚୀରପ୍ରତିନ୍ଦ୍ୱନ୍ଦ୍ୱୀ ଆସନ୍ତା ରବିବାର(ସେପ୍ଟେମ୍ବର ୨୧) ସୁପର ୪ ମୁକାବିଲାରେ ପରସ୍ପର ବିରୋଧରେ ଲଢ଼େଇ କରିବେ। ଗ୍ରୁପ ଏ ରୁ ଭାରତ ଓ ପାକିସ୍ତାନ ସୁପର ୪କୁ ଯୋଗ୍ୟତା ଅର୍ଜନ କରିଛନ୍ତି।

Advertisment

ରାଉଣ୍ଡ ରବିନ ଫର୍ମାଟରେ ସୁପର ୪ ମ୍ୟାଚ୍‌ ଗୁଡ଼ିକ ଖେଳାଯିବ। ଅର୍ଥାତ ପ୍ରତିଟି ଦଳ ୩ଟି ଲେଖାଏ ମ୍ୟାଚ୍‌ ଖେଳିବେ। ଭାରତ ଗୋଟିଏ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଖେଳିବାକୁ ଥିବା ବେଳେ ଗ୍ରୁପ ବି ରୁ ଯୋଗ୍ୟତା ଅର୍ଜନ କରିବାକୁ ଥିବା ୨ଟି ଦଳ ବିରୋଧରେ ଆଉ ୨ଟି ମ୍ୟାଚ୍‌ ଖେଳିବ। ଗ୍ରୁପ ବିରୁ ଯୋଗ୍ୟତା ଅର୍ଜନ କରିବା ଦୌଡ଼ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ରହିଛନ୍ତି। ଆଜି ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମ୍ୟାଚ୍‌ ଅନୁଷ୍ଠିତ ହେବ। ଆଜିର ମ୍ୟାଚ୍‌ ପରେ ୨ଟି ଦଳ ସୁପର ୪କୁ ଗ୍ରୁପ ବି’ରୁ ଯୋଗ୍ୟତା ଅର୍ଜନ କରିବେ।

ଭାରତ ସୁପର ୪କୁ ଯୋଗ୍ୟତା ଅର୍ଜନ କରି ସାରିଥିବା ବେଳେ ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଓମାନକୁ ଆସନ୍ତାକାଲି ଭେଟିବ। ବୁଧବାର ବେଶ ହାଇଡ୍ରାମ ପରେ ପାକିସ୍ତାନ ତା’ର ଶେଷ ଲିଗ ମ୍ୟାଚ୍‌ ୟୁଏଇ ବିପକ୍ଷରେ ଖେଳିଥିଲା। ଭାରତ ସହ ରବିବାର ଠାରୁ ଲାଗି ରହିଥିବା ହ୍ୟାଣ୍ଡସେକ ବିବାଦ କାରଣରୁ ପାକିସ୍ତାନ ବୁଧବାର ମ୍ୟାଚ୍‌ରେ ନାଟକ କରିଥିଲା।

Advertisment

ଏଥିପାଇଁ ପ୍ରାୟ ୧ ଘଣ୍ଟା ପରେ ଟସ୍‌ ପଡ଼ିଥିଲା ଓ ଭାରତୀୟ ସମୟ ୯ ଟାରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ମ୍ୟାଚ୍‌ ରେଫରୀ ଆଣ୍ଡୀ ପାଇକ୍ରଫ୍ଟଙ୍କୁ ବହିଷ୍କାର କରିବା ଦାବିରେ ପାକିସ୍ତାନ ଅଟଳ ରହିଥିଲେ ହେଁ ଆଇସିସି ଏହାକୁ କର୍ଣ୍ଣପାତ କରି ନାହିଁ। ତଥାପି ପାଇକ୍ରଫ୍ଟ ପାକିସ୍ତାନ ଟିମ ମ୍ୟାନେଜମେଣ୍ଟକୁ ରବିବାର ହ୍ୟାଣ୍ଡସେକ ବିବାଦ ନେଇ କ୍ଷମା ମାଗିବା ପରେ ପାକିସ୍ତାନ ବୁଧବାର ୟୁଏଇ ବିପକ୍ଷରେ ମ୍ୟାଚ୍‌ ଖେଳିଥିଲା।

ଏହି ମ୍ୟାଚ୍‌କୁ ପାକିସ୍ତାନ ୪୧ ରନରେ ଜିତି ସୁପର ୪କୁ ଯୋଗ୍ୟତା ଅର୍ଜନ କରିଛି। ଭାରତ ଗ୍ରୁପ ଏର ୧ ନମ୍ବର ସ୍ଥାନରେ ଓ ପାକିସ୍ତାନ ୨ ନମ୍ବର ସ୍ଥାନରେ ରହିଛି। ତେଣୁ ଏସିଆ କପ ସେଡ୍ୟୁଲ ଅନୁସାରେ ଗ୍ରୁପ ଏ’ର ୧ ନମ୍ବର ଟିମ ଓ ଗ୍ରୁପ ବି’ର ୨ ନମ୍ବର ଟିମ ପରସ୍ପର ବିରୋଧରେ ରବିବାର ମ୍ୟାଚ୍‌ ଖେଳିବେ। ଏହିକ୍ରମରେ ଭାରତ ଓ ପାକିସ୍ତାନ ରବିବାର ପୁଣି ଏସିଆ କପରେ ପରସ୍ପରକୁ ଟକ୍କର ଦେବେ।

ଏହାପୂର୍ବରୁ ଗ୍ରୁପ ପର୍ଯ୍ୟାୟରେ ସୂର୍ଯ୍ୟ କୁମାର ଯାଦବଙ୍କ ଭାରତୀୟ ଟିମ ସେପ୍ଟେମ୍ବର ୧୪(ରବିବାର)ରେ ପାକିସ୍ତାନକୁ ଏକତରଫା ଭାବେ ୭ ୱିକେଟରେ ହରାଇଥିଲା। ଏହି ମ୍ୟାଚ୍‌ର ଟସ୍‌ ବେଳେ କିମ୍ବା ମ୍ୟାଚ୍‌ ଭାରତ ଜିତିବା ପରେ ଦୁଇ ଦଳ ପରସ୍ପର ସହ ହାତ ମିଳାଇ ନଥିଲେ। ଏଥିରେ ଅପମାନିତ ହୋଇଥିବା ପାକିସ୍ତାନର ଅଧିନାୟକ ସଲମାନ ଅଲୀ ଆଘା ମ୍ୟାଚ୍‌ ପରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବକୁ ଆସି ନଥିଲେ। ପାକିସ୍ତାନର ପାଇକ୍ରଫ୍ଟ ବହିଷ୍କାର ଦାବି ମଧ୍ୟ ଆଇସିସି ଅଗ୍ରାହ୍ୟ କରି ଦେଇଛି। ଏସବୁ ଭିତରେ ୨ ଦଳ ପୁଣି ରବିବାର ମୁହାଁମୁହିଁ ହେବାକୁ ଯାଉଛନ୍ତି।

Indian Cricket Team India Vs Pakistan Asia Cup Cricket Asia Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe