Advertisment

ରାହୁଲ ଓ ଜାଡେଜା ଆଉଟ: ସର୍ଫରାଜ ଖାନ, ସୁନ୍ଦର ଓ ସୌରଭ କୁମାରଙ୍କୁ ମିଳିଲା ସୁଯୋଗ

ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ରାହୁଲ ୮୬ ଓ ଜାଡେଜା ୮୭ ରନର ଇନିଂସ ଖେଳିଥିଲେ। କିନ୍ତୁ ଆହତ ସମସ୍ୟା ଯୋଗୁ ଦୁଇ ଖେଳାଳିଙ୍କୁ ଦ୍ୱିତୀୟ ଟେଷ୍ଟରୁ ବାଦ ଦିଆଯାଇଛି।

KL Rahul

KL Rahul

Advertisment

ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜରେ ୦-୧ରେ ପଛରେ ଥିବା ଭାରତୀୟ ଟିମକୁ ଡବଲ ଝଟକା ଲାଗିଛି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଇନଫର୍ମ କେଏଲ ରାହୁଲ ଓ ଅଲରାଉଣ୍ତର ରବୀନ୍ଦ୍ର ଜାଡେଜା ବାଦ ପଡ଼ିଛନ୍ତି।

Advertisment

ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ରାହୁଲ ୮୬ ଓ ଜାଡେଜା ୮୭ ରନର ଇନିଂସ ଖେଳିଥିଲେ। କିନ୍ତୁ ଆହତ ସମସ୍ୟା ଯୋଗୁ ଦୁଇ ଖେଳାଳିଙ୍କୁ ଦ୍ୱିତୀୟ ଟେଷ୍ଟରୁ ବାଦ ଦିଆଯାଇଛି।

ବିସିସିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଜାଡେଜା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ୪ର୍ଥ ଦିନରେ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଥିଲେ। ସେହିପରି ରାହୁଲ ଡାହାଣ ପଟ ଜଙ୍ଘରେ ସମସ୍ୟା ଅନୁଭବ କରୁଛନ୍ତି। ଉଭୟଙ୍କୁ ଏବେ ବିଶ୍ରାମର ଆବଶ୍ୟକ ରହିଛି। ତେଣୁ ସେମାନଙ୍କୁ ଫେବୃଆରୀ ୨ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ଦିଆଯାଇଛି।

Advertisment

ଦୁଇ ଜଣ ଖେଳାଳିଙ୍କୁ ବାଦ ଦିଆଯାଇଥିବା ବେଳେ ୩ ଜଣ ଖେଳାଳିଙ୍କୁ ଭାରତୀୟ ଟେଷ୍ଟ ସ୍କ୍ୱାଡରେ ବିସିସିଆଇ ସାମିଲ କରିଛି। ଘରୋଇ ଟୁର୍ଣ୍ଣାମେଣ୍ଟରେ ଲଗାତର ଭଲ ପ୍ରଦର୍ଶନ କରୁଥିବା ସର୍ଫରାଜ ଖାନଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଟିମରେ ସାମିଲ କରାଯାଇଛି। ସେହିପରି ବର୍ତ୍ତମାନ ଇଣ୍ଡିଆ ଏ ଟିମରେ ଥିବା ୱାଶିଂଟନ ସୁନ୍ଦରଙ୍କୁ ମଧ୍ୟ ସୁଯୋଗ ମିଳିଛି। ନୂଆ ମୁହଁ ଭାବେ ଯୁବ ଦ୍ରୁତ ବୋଲର ସୌରଭ କୁମାରଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସ୍କ୍ୱାଡରେ ସାମିଲ କରାଯାଇଛି।

ଆବେଶ ଖାନ ସ୍କ୍ୱାଡରେ ଥିଲେ ମଧ୍ୟ ସେ ପୂର୍ବଭଳି ମଧ୍ୟପ୍ରଦେଶ ସହ ରଣଜୀ ଟ୍ରଫି ଖେଳିବେ। ଦରକାର ପଡ଼ିଲେ ତାଙ୍କୁ ଭାରତୀୟ ଟିମକୁ ଅଣାଯିବ ବୋଲି ବିସିସିଆଇ ପ୍ରେସ ବିବୃତିରେ କହିଛି।

ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୈସୱାଲ, ଶ୍ରେୟସ ଆୟର, କେଏସ ଭରତ(ୱିକେଟ କିପର), ଧ୍ରୁବ ଜୁରେଲ(ୱିକେଟ), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଯଶପ୍ରୀତ ବୁମ୍ରା(ଉପ ଅଧିନାୟକ), ଆବେଶ ଖାନ, ରଜତ ପଟିଦାର, ସର୍ଫରାଜ ଖାନ, ୱାଶିଂଟନ ସୁନ୍ଦର ଓ ସୌରଭ କୁମାର।

KL Rahul Test Cricket Ravindra Jadeja Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe