Advertisment

ମୁମ୍ବାଇ ପାଇଁ ଶେଷରେ ଡେବ୍ୟୁ କଲେ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ

କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ଅର୍ଜୁନ ମୁମ୍ବାଇର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।

author-image
Hemant Lenka
Arjun Tendulkar

Arjun Tendulkar

ଆଇପିଏଲର ୨ଟି ସିଜିନ ବେଞ୍ଚରେ ବସିବସି ଅଭିଯାନ ଶେଷ କରିଥିବା କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଆଜି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଡେବ୍ୟୁ କରିଛନ୍ତି। କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ଅର୍ଜୁନ ମୁମ୍ବାଇର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ମୁମ୍ବାଇର ନିୟମିତ ଅଧିନାୟକ ରୋହିତ ଶର୍ମା ଆଜି ଖେଳୁ ନଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ଅଧିନାକୟ ପଦ ସମ୍ଭାଳିଛନ୍ତି। ସୂର୍ଯ୍ୟ କୁମାରଙ୍କ କ୍ୟାପ୍ଟେନ୍ସିରେ ଅର୍ଜୁନଙ୍କୁ ଦଳରେ ଜଣେ ଅଲରାଉଣ୍ଡର ଭାବେ ସୁଯୋଗ ମିଳିଛି।

Advertisment

ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନଙ୍କୁ ୨୦୨୧ରେ ପ୍ରଥମଥର କିଣିଥିଲା। ସେ ଦଳ ସହ ୨୦୨୧ ଓ ୨୦୨୨ ସିଜିନରେ ମଧ୍ୟ ରହିଥିଲେ। ହେଲେ ତାଙ୍କୁ ୨ଟି ଯାକ ସିଜିନରେ କୌଣସି ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳି ନଥିଲା। ୨୦୨୩ରେ ଇମ୍ପାକ୍ଟ ଖେଳାଳି ନିୟମ ଲାଗୁ ହେବାରୁ ଅର୍ଜୁନଙ୍କୁ ସମ୍ଭାବ୍ୟ ୫ ଜଣିଆ ତାଲିକାରେ ରଖା ଯାଇଥିଲା। ହେଲେ ସେ କେବେ ବି ଇମ୍ପାକ୍ଟ ଖେଳାଳି ଭାବେ ମଧ୍ୟ ସୁଯୋଗ ପାଇ ନଥିଲେ। କିନ୍ତୁ ଆଜି ତାଙ୍କ ଅପେକ୍ଷାର ଅନ୍ତ ଘଟିଛି। ସେ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି। ଏଥିସହ ମୁମ୍ବାଇ ପାଇଁ ପ୍ରଥମ ଓଭର ବୋଲିଂ କରି ୫ ରନ ଦେଇଛନ୍ତି। 

ରୋହିତ ଶର୍ମା ମ୍ୟାଚ୍‌ ଖେଳୁ ନଥିବା ବେଳେ ଇମ୍ପାକ୍ଟ ଖେଳାଳିରେ ସ୍ଥାନ ପାଇଥିବା ୫ ଜଣଙ୍କ ମଧ୍ୟରେ ତାଙ୍କ ନାଁ ରହିଛି। ସେ ପେଟ ଜନିତ ସମସ୍ୟାରେ ପଡ଼ିଛନ୍ତି। ମୁମ୍ବାଇ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ତେଣୁ ରୋହିତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।

Advertisment

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଡେବ୍ୟୁ କରିଥିବା ଅର୍ଜୁନ ଏଯାଏ ୭ଟି ଲିଷ୍ଟ ଏ ଓ ୯ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଲିଷ୍ଟ ଏରେ ସେ ସେ ୪.୯୮ ଇକୋନୋମିରେ ୮ଟି ୱିକେଟ ଦଖଲ କରିଛନ୍ତି। ଟି-୨୦ରେ ସେ ୬.୬୦ ହାରରେ ରନ ଦେଇ ୧୨ଟି ୱିକେଟ ନେଇଛନ୍ତି। ତାଙ୍କ ରନ ହାର ଭଲ ଥିବାରୁ ତାଙ୍କୁ ଆଜି ସୁଯୋଗ ମିଳିଛି।

IPL Sachin Tendulkar