Advertisment

ନିଲାମ ହେଲେ ସଚିନଙ୍କ ସୁପୁତ୍ର ଅର୍ଜୁନ

ବେଙ୍ଗାଲୁରୁ: କ୍ରିକେଟର ଭଗବାନ ଭାବେ ପରିଚିତ ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଆଇପିଏଲର ପରବର୍ତ୍ତୀ ସିଜନ୍ ପାଇଁ ନିଲାମ ହୋଇଛନ୍ତି। ସଚିନଙ୍କ ପୁଅଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପୁଣିଥରେ ନିଜ ଟିମରେ ସାମିଲ୍ କରିଛି। ଫ୍ରାଞ୍ଚାଇଜି ଅର୍ଜୁନଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଛି। ୨୦୨୧ ସିଜନ୍ ପାଇଁ ହୋଇଥିବା ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନଙ୍କୁ ବେସ୍ ପ୍ରାଇସରେ କିଣିଥିଲା। ନିଲାମ ପାଇଁ ଅର୍ଜୁନଙ୍କ ନାଁ ଯେତେବେଳେ ଡକାଗଲା, ମୁମ୍ବାଇର ସହମାଲିକ ଆକାଶ ଅମ୍ବାନୀ ତୁରନ୍ତ ଡାକ ଆରମ୍ଭ […]

author-image
Ranjit Kumar Jena
ନିଲାମ ହେଲେ ସଚିନଙ୍କ ସୁପୁତ୍ର ଅର୍ଜୁନ

arjun

ବେଙ୍ଗାଲୁରୁ: କ୍ରିକେଟର ଭଗବାନ ଭାବେ ପରିଚିତ ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଆଇପିଏଲର ପରବର୍ତ୍ତୀ ସିଜନ୍ ପାଇଁ ନିଲାମ ହୋଇଛନ୍ତି। ସଚିନଙ୍କ ପୁଅଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପୁଣିଥରେ ନିଜ ଟିମରେ ସାମିଲ୍ କରିଛି। ଫ୍ରାଞ୍ଚାଇଜି ଅର୍ଜୁନଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଛି। ୨୦୨୧ ସିଜନ୍ ପାଇଁ ହୋଇଥିବା ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନଙ୍କୁ ବେସ୍ ପ୍ରାଇସରେ କିଣିଥିଲା।

Advertisment

ନିଲାମ ପାଇଁ ଅର୍ଜୁନଙ୍କ ନାଁ ଯେତେବେଳେ ଡକାଗଲା, ମୁମ୍ବାଇର ସହମାଲିକ ଆକାଶ ଅମ୍ବାନୀ ତୁରନ୍ତ ଡାକ ଆରମ୍ଭ କରିଥିଲେ। ଏଥିରେ ଗୁଜରାଟ ଟାଇଟନ୍ସ ପରବର୍ତ୍ତୀ ଡାକ ଲଗାଇଥିଲା। ହେଲେ ମୁମ୍ବାଇ ପୁଣିଥରେ ଡାକ ଲଗାଇଥିଲା। ପରେ ଗୁଜରାଟ ଆଉ ଆଗକୁ ଡାକ ଲଗାଇନଥିଲା। ଫଳରେ ମୁମ୍ବାଇ ୩୦ ଲକ୍ଷ ଟଙ୍କାରେ ଅର୍ଜୁନଙ୍କୁ କିଣି ନେଇଥିଲା।

ମହାନ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଜଣେ ପେସ୍ ବୋଲର ଅଲରାଉଣ୍ଡର। ଗତବର୍ଷ ଆଇପିଏଲ୍ ପାଇଁ ନିଲାମରେ ଅର୍ଜୁନଙ୍କ ନାଁ ଶେଷରେ ଥିଲା। ପ୍ରଥମଥର ଆଇପିଏଲ୍ ନିଲାମରେ ସାମିଲ୍ ହୋଇଥିବା ଅର୍ଜୁନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସରେ କିଣିଥିଲା। ହେଲେ ସେ ଆଇପିଏଲରେ କୌଣସି ମ୍ୟାଚ୍ ଖେଳିପାରିନଥିଲେ ଏବଂ ଆହତ କାରଣରୁ ତାଙ୍କୁ ଟୁର୍ଣ୍ଣାମେଣ୍ଟ ଅଧାରୁ ଛାଡ଼ିବାକୁ ପଡ଼ିଥିଲା।

Advertisment

ଅର୍ଜୁନ ଗତବର୍ଷ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ମୁମ୍ବାଇ ପକ୍ଷରୁ ଡେବ୍ୟୁ କରିଥିଲେ। ନିକଟରେ ମଧ୍ୟ ଅର୍ଜୁନଙ୍କୁ ରଣଜୀ ଟ୍ରଫି ପାଇଁ ମୁମ୍ବାଇ ସ୍କ୍ୱାଡରେ ସ୍ଥାନ ମିଳିଛି।