Advertisment

ଆଇସିସି ରାଙ୍କିଙ୍ଗ: ଟି-୨୦ ବିଶ୍ୱକପ ପୂର୍ବରୁ ଅର୍ଶଦୀପ ଓ ଅକ୍ଷରଙ୍କୁ ମିଳିଲା ବୁଷ୍ଟର

ଭାରତର ଅନ୍ୟତମ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ରାଙ୍କିଙ୍ଗରେ ମଧ୍ୟ ଉନ୍ନତି ହୋଇଛି। ସେ ୩ଟି ସ୍ଥାନ ଉପରକୁ ଉଠି ୧୬ ନମ୍ବରରେ ପହଞ୍ଚିଛନ୍ତି।

ICC

ICC

Advertisment

ଜୁନ ୨ରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ। ଏଥିପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିଶ୍ୱକପ ପୂର୍ବରୁ ଭାରତୀୟ ଟିମରେ ଥିବା ଅର୍ଶଦୀପ ସିଂହ ଓ ଅକ୍ଷର ପଟେଲଙ୍କୁ ଆଇସିସି ଟି-୨୦ ବୋଲିଂ ରାଙ୍କିଙ୍ଗରେ ବଡ଼ ‍ଫାଇଦା ମିଳିଛି।

Advertisment

ଅକ୍ଷର ପଟେଲ ବୋଲିଂ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠି ତୃତୀୟରେ ପହଞ୍ଚି ଯାଇଛନ୍ତି। ସେ ପ୍ରଥମ ସ୍ଥାନରେ ଥିବା ଆଦିଲ ରଶିଦଙ୍କ ଠାରୁ ୬୨ ପଏଣ୍ଟ ପଛରେ ରହିଛନ୍ତି। ରଶିଦଙ୍କ ପଏଣ୍ଟ ସଂଖ୍ୟା ୭୨୨। ସେହିପରି ୬୮୭ ପଏଣ୍ଟ ସହ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ପୂର୍ବରୁ ତୃତୀୟ ସ୍ଥାନରେ ୱେଷ୍ଟଇଣ୍ଡିଜର ବାମହାତୀ ସ୍ପିନର ଅକେଲ ହୁସେନ ରହିଥିଲେ। କିନ୍ତୁ ସେ ୫ଟି ସ୍ଥାନ ତଳକୁ ଖସି ଏବେ ୮ମରେ ରହିଛନ୍ତି।

Advertisment

ଭାରତର ଅନ୍ୟତମ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ରାଙ୍କିଙ୍ଗରେ ମଧ୍ୟ ଉନ୍ନତି ହୋଇଛି। ସେ ୩ଟି ସ୍ଥାନ ଉପରକୁ ଉଠି ୧୬ ନମ୍ବରରେ ପହଞ୍ଚିଛନ୍ତି।

ପାକିସ୍ତାନର ଶାହୀନଶାହ ଆଫ୍ରିଦ ୧୧ ନମ୍ବର ସ୍ଥାନକୁ ଉଠିଥିବା ବେଳେ ନିକଟରେ ଅବସରରୁ ପାକିସ୍ତାନ ଟିମକୁ ଫେରିଥିବା ଇମାଦ ୱାସିମ ୧୪ ସ୍ଥାନ ଲମ୍ଫ ମାରି ୩୮ ନମ୍ବରେ ପହଞ୍ଚଇଚନ୍ତି। ଇଣ୍ଡିଜ ସ୍ପିନର ଗୁଡାକେଶ ମୋତି ଏକାଥରେ ୮୪ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ନମ୍ବର ୨୭ରେ ରହିଛନ୍ତି।

ଅନ୍ୟପକ୍ଷରେ ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ଭାରତର ସୂର୍ଯ୍ୟ କୁମାର ଯାଦବ ପୂର୍ବଭଳି ୧ନଂ ସ୍ଥାନରେ ମଜବୁତ ହୋଇ ରହିଛନ୍ତି। ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡର ଫିଲ ସଲ୍ଟ ରହିଛନ୍ତି।

ଟପ ୧୦ରେ ଅନ୍ୟତମ ଭାରତୀୟ ଭାବେ ଯଶସ୍ୱୀ ଜୈସୱାଲ ରହିଛନ୍ତି। ଭାରତର ଅଧିନାୟକ ରୋହିତ ଶର୍ମା ୫୨ତମ ଓ ବିରାଟ କୋହଲି ରାଙ୍କିଙ୍ଗର ୪୭ ନମ୍ବର ସ୍ଥାନରେ ଅଛନ୍ତି।

Axar Patel ICC T20 Match T20 World Cup T20 Cricket ICC T20 ICC Ranking Arshdeep Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe