Advertisment

RTM ବଳରେ ୧୮ କୋଟିରେ ଅର୍ଶଦୀପଙ୍କୁ ନେଲା ପଞ୍ଜାବ, ଗୁଜରାଟକୁ ଗଲେ ରବାଡା

୨୦୨୪ରେ ମଧ୍ୟ ଅର୍ଶଦୀପ ପଞ୍ଜାବ ପକ୍ଷରୁ ଖେଳୁଥିଲେ। ହେଲେ ମେଗା ଅକ୍ସନ ପୂର୍ବରୁ ତାଙ୍କୁ ପଞ୍ଜାବ ଛାଡ଼ି ଦେଇଥିଲା। ଏବେ ରେକର୍ଡ ୧୮ କୋଟି ଟଙ୍କାରେ ପଞ୍ଜାବ ପୁଣି ତାଙ୍କୁ କିଣିଛି।

author-image
Hemant Lenka
Arshdeep Singh

Arshdeep Singh

ଆରମ୍ଭ ହୋଇଛି ଆଇପିଏଲର ମେଗା ଅକ୍ସନ। ଆଜି ସାଉଦି ଆରବରେ ଆରମ୍ଭ ହୋଇଥିବା ଅକ୍ସନର ପ୍ରଥମ ଖେଳାଳି ବନିଛନ୍ତି ଅର୍ଶଦୀପ ସିଂହ। ଏହି ବାମହାତୀ ଦ୍ରୁତ ବୋଲରଙ୍କୁ କିଣିବା ପାଇଁ ପ୍ରାୟ ସବୁ ପ୍ରାଞ୍ଚାଇଜ ଲାଗି ପଡ଼ିଥିଲା। ତେବେ ଆରଟିଏମ କାର୍ଡ ବଳେ ପଞ୍ଜାବ ଅର୍ଶଦୀପ ସିଂହଙ୍କୁ ନିଜ ସହ ୧୮ କୋଟି ଟଙ୍କାରେ ସାମିଲ କରିଛି।

Advertisment

ବାସ୍ତବରେ ଅର୍ଶଦୀପଙ୍କୁ ୧୫.୭୫ କୋଟି ଟଙ୍କାରେ ସନ ରାଇଜର୍ସ ହାଇଦ୍ରାବାଦ କିଣିଥିଲା। କିନ୍ତୁ ନିୟମ ଅନୁସାରେ ପଞ୍ଜାବକୁ ଆରଟିଏମର ବ୍ୟବହାର କରିବାକୁ ବିକଳ୍ପ ମିଳିଥିଲା। ଶେଷରେ ପଞ୍ଜାବ ତାଙ୍କୁ ନିଜ ପାଖରେ ରହିଛି।

୨୦୨୪ରେ ମଧ୍ୟ ଅର୍ଶଦୀପ ପଞ୍ଜାବ ପକ୍ଷରୁ ଖେଳୁଥିଲେ। ହେଲେ ମେଗା ଅକ୍ସନ ପୂର୍ବରୁ ତାଙ୍କୁ ପଞ୍ଜାବ ଛାଡ଼ି ଦେଇଥିଲା। ଏବେ ରେକର୍ଡ ୧୮ କୋଟି ଟଙ୍କାରେ ପଞ୍ଜାବ ପୁଣି ତାଙ୍କୁ କିଣିଛି।

Advertisment

ସେହପରି ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରବାଡାଙ୍କୁ ନେବା ପାଇଁ ଗୁଜରାଟ ଓ ମୁମ୍ବାଇ ମଧ୍ୟ ଟକ୍କର ହୋଇଥିଲା। ୭ କୋଟି ଯାଏ ମୁମ୍ବାଇ ରବାଡାଙ୍କୁ ନେବାକୁ ଚେଷ୍ଟା କରିଥିଲା। ହେଲେ ଏହାପରେ ଆରସିବି ଅକ୍ସନରେ ପ୍ରବେଶ କରିଥିଲା। ଗୁଜରାଟ ଓ ଆରସିବି ମଧ୍ୟରେ ବିଡ ୱାର ଚାଲିଥିଲା। କିନ୍ତୁ ଶେଷରେ ଗୁଜରାଟ ତାଙ୍କୁ ୧୦.୭୫ କୋଟିରେ ନିଜ ସହ ସାମିଲ କରିଛି।

IPL Auction Punjab Kings IPL 2025