Advertisment

ଫ୍ୟାନ୍‌ଙ୍କ କମେଣ୍ଟକୁ ପଜେଟିଭ୍‌ରେ ନିଅ, ଅର୍ଶଦୀପଙ୍କୁ ପରାମର୍ଶ

ନୂଆଦିଲ୍ଲୀ: କ୍ରିକେଟ ଫ୍ୟାନ୍‌ଙ୍କ କମେଣ୍ଟକୁ ପଜେଟିଭ୍‌ରେ ନିଅ। ଭାରତୀୟ କ୍ରିକେଟ ଟିମ୍‌ର ପେସର୍ ଅର୍ଶଦୀପ ସିଂହଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ତାଙ୍କ ବାପା ଓ ମା’। ପାକିସ୍ତାନ ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ରେ ସେ ଫିଲ୍ଡିଂ ପରେ କ୍ୟାଚ୍ ଛାଡ଼ି ଥିଲେ। ଯାହାକୁ ନେଇ ସୋସିଆଲ ମିଡିଆ ସମେତ ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା କରାଯାଉଛି। ଭାରତୀୟ କ୍ରିକେଟ ଟିମ୍ ପରାଜୟର କାରଣ ବୋଲି କୁହାଯାଉଛି। ତେବେ ଏହା ଦେଖି ଭାଙ୍ଗି ନ ପଡ଼ି ଓଲଟା ଏଭଳି ମତାମତକୁ […]

ଅଦ୍ୟତନ ହୋଇଛି
ଫ୍ୟାନ୍‌ଙ୍କ କମେଣ୍ଟକୁ ପଜେଟିଭ୍‌ରେ ନିଅ, ଅର୍ଶଦୀପଙ୍କୁ ପରାମର୍ଶ

arshdeep

Advertisment

ନୂଆଦିଲ୍ଲୀ: କ୍ରିକେଟ ଫ୍ୟାନ୍‌ଙ୍କ କମେଣ୍ଟକୁ ପଜେଟିଭ୍‌ରେ ନିଅ। ଭାରତୀୟ କ୍ରିକେଟ ଟିମ୍‌ର ପେସର୍ ଅର୍ଶଦୀପ ସିଂହଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ତାଙ୍କ ବାପା ଓ ମା’। ପାକିସ୍ତାନ ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ରେ ସେ ଫିଲ୍ଡିଂ ପରେ କ୍ୟାଚ୍ ଛାଡ଼ି ଥିଲେ। ଯାହାକୁ ନେଇ ସୋସିଆଲ ମିଡିଆ ସମେତ ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା କରାଯାଉଛି। ଭାରତୀୟ କ୍ରିକେଟ ଟିମ୍ ପରାଜୟର କାରଣ ବୋଲି କୁହାଯାଉଛି। ତେବେ ଏହା ଦେଖି ଭାଙ୍ଗି ନ ପଡ଼ି ଓଲଟା ଏଭଳି ମତାମତକୁ ସକରାତ୍ମକ ଭାବେ ଗ୍ରହଣ କରିବାକୁ ଅର୍ଶଦୀପଙ୍କ ବାପା, ମା’ ପରାମର୍ଶ ଦେଇଛନ୍ତି। ଯାହା ଏବେ ଅଲୋଚନାର ବିଷୟ ହୋଇଛି। ଜଣେ ଖେଳାଳିଙ୍କ ଦୁର୍ଦ୍ଦିନରେ ତାଙ୍କ ମା’ ଓ ବାପା ଠିଆ ହେବାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

Advertisment

ସୂଚନା ଥାଉକି, ଚଳିତ ଏସିଆ କପର ସୁପର-୪ ଲଢ଼େଇରେ ପାକିସ୍ତାନ ଠାରୁ ଭାରତ ୫ ୱିକେଟ୍ ହାରିବା ପରେ ପେସର୍ ଅର୍ଶଦୀପ ସିଂହ ଅଲୋଚନାକୁ ଆସିଛନ୍ତି। ୧୮ ତମ ଓଭରରେ ସେ ଆସିଫ୍ ଅଲ୍ଲୀଙ୍କ କ୍ୟାଚ୍ ଛାଡ଼ିଥିଲେ। ସେହିପରି ଶେଷ ଓଭରରେ ଅର୍ଶଦୀପଙ୍କୁ ଫାଇନାଲ ଓଭର ମ୍ୟାଚ୍‌ ବୋଲିଂ ଦିଆଯାଇଥିଲା। ଏହି ଓଭରରେ ପାକିସ୍ତାନକୁ ଜିତିବା ପାଇଁ ୭ ରନ୍‌ ଆବଶ୍ୟକ ଥିଲା। ହେଲେ ଏହାକୁ ରୋକିବାରେ ମଧ୍ୟ ଅର୍ଶଦୀପ ବିଫଳ ହୋଇଥିଲେ। ଯାହାକୁ ନେଇ ତାଙ୍କୁ ସମାଲୋଚନାର ଶୀକାର ହେବାକୁ ପଡ଼ିଛି। ତେବେ ଏହି ସମୟରେ ପୁଅ ଅର୍ଶଦୀପ ଓ ଭାରତୀୟ ଦଳକୁ ସମର୍ଥନ ସହ ଉତ୍ସାହିତ କରିବାକୁ ତାଙ୍କ ବାପା, ମା’ ଏଏନ୍‌ଆଇକୁ କହିଛନ୍ତି।

ଅର୍ଶଦୀପଙ୍କ ବାପା ଦର୍ଶନ ସିଂହ ଏଏନ୍‌ଆଇକୁ କହିଛନ୍ତି, ସେ ମଧ୍ୟ ଖେଳ ଦେଖୁଥିଲେ। ସମସ୍ତେ ଚାହୁଁଥିଲେ ତାଙ୍କ ଟିମ୍ ଜିତୁ। ହେଲେ ଏହା ନ ହେବାରୁ କ୍ରିକେଟ ଫ୍ୟାନ୍‌ଙ୍କ ରୋଷ ଭାଷା ହୋଇ ପରିପ୍ରକାଶ ପାଇଛି। ପରିବାର ଲୋକେ ଏହାକୁ ସକରାତ୍ମକ ଭାବେ ଗ୍ରହଣ କରିଛନ୍ତି। ତେଣୁ ପୁଅ ମଧ୍ୟ ଗ୍ରହଣ କରିବା ଉଚିତ୍। ଅର୍ଶଦୀପ ଏଭଳି କଥାକୁ ଦୃଷ୍ଟି ନ ଦେଇ ଶ୍ରୀଲଙ୍କା ସହ ଖେଳ ହେବାକୁ ଥିବା ପରବର୍ତ୍ତି ମ୍ୟାଚକୁ ଦେଖିବା ଆବଶ୍ୟକ। ସେହିପରି ମା’ ଦଲଜିତ୍ କୌର କହିଛନ୍ତି, ଏହା ଏକ ସାଧାରଣ ଭୁଲ। ଲୋକଙ୍କ କାମ, ସେମାନେ କହିବେ। ଯଦି ସେମାନେ ଜଣେ ଖେଳାଳିକୁ ସମାଲୋଚନା କରୁଛନ୍ତି, ତେବେ ଏହାର ଅର୍ଥ ସେମାନେ ତାକୁ ଭଲ ପାଉଛନ୍ତି।

Advertisment

ସେପଟେ ଏସିଆ କପ୍ ଫାଇନାଲରେ ତୃତୀୟ ଥର ପାଇଁ ଭାରତ ଏବଂ ପାକିସ୍ତାନ  ଲଢ଼େଇ ହେବ ବୋଲି ଆର୍ଶଦୀପଙ୍କ ପିତାମାତା ଆଶା ପ୍ରକାଶ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe