ବିଜୟ ପରେ ୟୁଏଇ ଖେଳାଳି
ଚଳିତ ଟି-୨୦ ବିଶ୍ୱକପ(ରେ ଐତିହାସିକ ବିଜୟ ହାସଲ କରିଛି ୟୁଏଇ। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଦଳ କାନାଡାକୁ ୫ ୱିକେଟରେ ହରାଇ ଚଳିତ ବିଶ୍ୱକପରେ ନିଜର ପ୍ରଥମ ବିଜୟ ହାସଲ କରିଛି। ୧୫୧ ରନର ପିଛା କରୁଥିବା ୟୁଏଇକୁ ଆର୍ଯ୍ୟାଂଶ ଶର୍ମା(୫୩ ବଲରେ ଅପରାଜିତ ୭୪) ଓ ଶୋଏବ ଖାନ(୨୯ ବଲରେ ୫୧) ୨ ବଲ ପୂର୍ବରୁ ଦମଦାର ବିଜେ ଭେଟି ଦେଇଛନ୍ତି। ଚଳିତ ବିଶ୍ୱକପରେ ଏହା ୟୁଏଇର ପ୍ରଥମ ଓ ବିଶ୍ୱକପ ଇତିହାସରେ ଦ୍ୱିତୀୟ ବିଜୟ।
୧୫୧ ରନ ଟାର୍ଗେଟକୁ ପିଛା କରୁଥିବା ମହମ୍ମଦ ୱାସିମଙ୍କ ୟୁଏଇ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଧିନାୟକ ୱାସିମ ମାତ୍ର ୮ ବଲରେ ୪ ରନ କରି ଆଉଟ ହୋଇଥିଲେ। ୟୁଏଇ ପ୍ରଥମ ୫ ଓଭରରେ ମାତ୍ର ୨୨ ରନ କରି ପାରିଥିଲେ। ତେବେ ଶର୍ମା ପାୱାର ପ୍ଲେର ଶେଷ ଓଭରରେ ଯଶକରନ ସିଂହଙ୍କ ଓଭରରୁ ୧୭ ରନ ଆଦାୟ କରି ୟୁଏଇ ଶିବିରରେ ଉତ୍ସାହ ଭରିଥିଲେ।
ଆର୍ଯ୍ୟାଂଶ ଶର୍ମା ବ୍ୟାଟିଂ ଜାରି ରଖିଥିଲେ ହେଁ ଅନ୍ୟପଟେ ପ୍ରଥମେ ଅଲିଶାନ ଶାର୍ଫୁ(୧୩ ବଲରେ ୫), ତା’ ପରେ ମୟଙ୍କ କୁମାର(୬ ବଲରେ ୪) ଓ ହର୍ଷିତ କୌଶିକ(୯ ବଲରେ ୫ ରନ) ପ୍ୟାଭିଲିୟନ ଫେରିଥିଲେ। ସାଦ ବିନ ଜାଫର ୩ ୱିକେଟ ନେଇ କାନାଡାକୁ ବିଜୟ ବାସ୍ନା ଦେଇଥିଲେ।
୧୨.୩ ଓଭର ସୁଦ୍ଧା ୟୁଏଇ ୪ ୱିକେଟ ହରାଇ ୬୬ ରନ କରିଥିଲା। ଏତିକି ବେଳେ ଆର୍ଯ୍ୟାଂଶଙ୍କୁ ସାଥ ଦେବାକୁ ଆସିଥିଲେ ଶୋଏବ ଖାନ। ଦୁଇ ଜଣ ୫ମ ୱିକେଟ ପାଇଁ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ୪୨ ବଲରେ ୮୪ ରନ ଯୋଡ଼ିଥିଲେ। ତେବେ ଦଳକୁ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ ଶୋଏବ ଆଉଟ ହୋଇଯାଇଥିଲେ।
ପରବର୍ତ୍ତୀ ବଲରେ ମହମ୍ମଦ ଆରଫାନ ବିଜୟ ରନ ମାରି କାନାଡାକୁ ନିରାଶ କରିଦେଇଥିଲେ। ଏହାପୂର୍ବରୁ ଦଳ ୨୦୨୨ ଟି-୨୦ ବିଶ୍ୱକପ(T20 World Cup)ରେ ନାମିବିୟାକୁ ହରାଇଥିଲା। ଦୀର୍ଘ ୪ ବର୍ଷ ପରେ ଦଳକୁ ବିଶ୍ୱକପରେ ଦ୍ୱିତୀୟ ବିଜୟ ମିଳିଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା କାନାଡା ୨୦ ଓଭରରେ ୭ ୱକେଟ ହରାଇ ୧୫୦ ରନ କରିଥିଲା। ଦଳ ପାଇଁ ହର୍ଷ ଠାକେର ୪୧ ବଲରେ ୫୦ ରନ କରିଥିଲେ। ୟୁଏଇଇ ପକ୍ଷରୁ ଜୁନେସ ସିଦ୍ଦିକର ୪ ଓଭରରେ ୩୫ ରନ ଦେଇ ୫ ସଫଳତା ହାସଲ କରିଥିଲେ। ଏଥିପାଇଁ ସେ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ଜିତିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/13/uae-2026-02-13-19-36-27.jpg)