Advertisment

ଶତକ ମାରିଲେ ଅସଲଙ୍କା, ବାଂଲାଦେଶକୁ ୨୮୦ ରନର ଟାର୍ଗେଟ

ଅଲସଙ୍କାଙ୍କ ୧୦୮ ରନର ଇନିଂସ ବଳରେ ଶ୍ରୀଲଙ୍କା ୪୯.୩ ଓଭର୍‌ରରେ ସମସ୍ତ ୱିକେଟ ହରାଇ ୨୭୯ ରନ କରିଛି। ଏବେ ବାଂଲାଦେଶକୁ ଚଳିତ ବିଶ୍ୱକପରେ ନିଜର ସମ୍ମାନ ରଖିବା ପାଇଁ ୨୮୦ ରନର ଟାର୍ଗେଟ ମିଳିଛି।

SL

SL

Advertisment

ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପର ସେମି ଫାଇନାଲରୁ ଏକପ୍ରକାରର ବାଦ ପଡ଼ିଥିବା ଶ୍ରୀଲଙ୍କା ପାଇଁ ଶତକୀୟ ଇନିଂସ ଖେଳିଛନ୍ତି ଚରିଥ ଅସଲଙ୍କା। ସେ ବାଂଲାଦେଶ ବିପକ୍ଷରେ ନିଜ ଦିନିକିଆ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଅଲସଙ୍କାଙ୍କ ୧୦୮ ରନର ଇନିଂସ ବଳରେ ଶ୍ରୀଲଙ୍କା ୪୯.୩ ଓଭର୍‌ରରେ ସମସ୍ତ ୱିକେଟ ହରାଇ ୨୭୯ ରନ କରିଛି। ଏବେ ବାଂଲାଦେଶକୁ ଚଳିତ ବିଶ୍ୱକପରେ ନିଜର ସମ୍ମାନ ରଖିବା ପାଇଁ ୨୮୦ ରନର ଟାର୍ଗେଟ ମିଳିଛି।

Advertisment

ଦିଲ୍ଲୀରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ବାଂଲାଦେଶ ଅଧିନାୟକ ସାକିବ ଅଲ ହାସନ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେବେ ଦଳୀୟ ସ୍କୋର ୫ ଥିବା ବେଳେ ପ୍ରଥମ ଓଭର୍‌ରେ ହିଁ କୁଶଲ ପେରେରା(୪) ଆଉଟ ହୋଇଥିଲେ। ତାଙ୍କ ୱିକେଟ ଶରିଫୁଲ ଇସଲାମ ନେଇଥିଲେ।

ଦ୍ୱିତୀୟ ୱିକେଟ ପାଇଁ ଅଧିନାୟକ କୁଶଲ ମେଣ୍ଡିସ ଓ ଇନଫର୍ମ ପଥୁମ ନିଶଙ୍କା ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୬୧ ଯୋଡ଼ିଥିଲେ। କିନ୍ତୁ ସାକିବ ପ୍ରଥମେ ମେଣ୍ଡିସ(୧୯) ଓ ପରେ ନିଶଙ୍କା(୪୧)ଙ୍କୁ ଆଉଟି କରି ଶ୍ରୀଲଙ୍କାକୁ ଡବଲ ଝଟକା ଦେଇଥିଲେ।

Advertisment

୪ର୍ଥ ୱିକେଟ ପାଇଁ ଅସଲଙ୍କା ଓ ସଦୀରା ସମରାବିକ୍ରମା ସ୍ଥିତି ସମ୍ଭାଳିଥିଲେ। ଦଳୀୟ ସ୍କୋରକୁ ଏମାନେ ୭୨ରୁ ନେଇ ୧୩୫ ରନରେ ପହଞ୍ଚାଇଥିଲେ। ଏତିକି ବେଳେ ସାକିବ ୪୧ ରନ କରିଥିବା ସଦୀରାଙ୍କୁ ଆଉଟ କରିଥିଲେ। ୫ମ ୱିକେଟ ଶ୍ରୀଲଙ୍କା ନାଟକୀୟ ଢଙ୍ଗରେ ହରାଇଥିଲା।

ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ ଠିକଣା ସମୟରେ କ୍ରିଜକୁ ନ ଆସିବାରୁ ତାଙ୍କୁ ଅମ୍ପାୟାର ଟାଇମଡ ଆଉଟ ଘୋଷଣା କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଏପରି ଘଟଣା ପ୍ରଥମଥର ପାଇଁ ଘଟିଛି।

୬ଷ୍ଠ ୱିକେଟ ପାଇଁ ଅସଲଙ୍କା ଓ ଧନଞ୍ଜୟ ଡି’ସଲଭା ଆଉ ୭୮ ରନ ଯୋଡ଼ିଥିଲେ। ଅସଲଙ୍କା ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୨୧୩ ଥିବା ବେଳେ ଡି’ସିଲଭା(୩୪) ମେହିଦୀ ହାସନ ମିରାଜଙ୍କ ବଲରେ ଷ୍ଟମ୍ପିଂ ହୋଇଯାଇଥିଲେ। ୭ମ ୱିକେଟ ପାଇଁ ମହୀଶ ତିକଶାନା ୨୨ ରନ ଇନିଂସ ଖେଳିଥିଲେ। ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଅସଲଙ୍କା ବଡ଼ବଡ଼ ଶଟ ଖେଳିବା ବନ୍ଦ କରି ନଥିଲେ।

ଏଥିସହ ନିଜର ଶତକ ମଧ୍ୟ ହାସଲ କରିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ଦ୍ୱିତୀୟ ଶତକ। ୨୦୨୨ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ କ୍ୟାରିୟରର ପ୍ରଥମ ଦିନିକିଆ ଶତକ ମାରିଥିଲେ। ଶତକ ହାସଲ କରିବା ପରେ ସେ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ୧୦୫ ବଲରେ ୧୦୮ ରନ ପ୍ୟାଭିଲିୟନ ଫେରିଥିଲେ।

ଆଜି ଅସଲଙ୍କା ୫ଟି ଛକା ଓ ୬ଟି ଛକା ମାରିଛନ୍ତି। ସେ ଆଉଟ ହେବା ବେଳେ ଦଳୀୟ ସ୍କୋର ୨୭୮ ରନ ଥିଲା। ଏହାପରେ ଶ୍ରୀଲଙ୍କା ଆଉ ଗୋଟିଏ ରନ ଯୋଡ଼ିବା ସହ ଦୁଇଟି ୱିକେଟ ହରାଇ ଅଲଆଉଟ ହୋଇଯାଇଥିଲା। ଶ୍ରୀଲଙ୍କାର ୨୭୯ ରନ କରିଥିବାରୁ ଏବେ ବାଂଲାଦେଶକୁ ୨୮୦ ରନର ଟାର୍ଗେଟ ମିଳିଛି।

ବାଂଲାଦେଶ ପକ୍ଷରୁ ତାଞ୍ଜିମ ହାସନ ସାକିବ ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ସାକିବ ଅଲ ହାସନ ଓ ଶରିଫୁଲ ଇସଲାମ ୨ଟି ଲେଖାଏ ସଫଳତା ପାଇଛନ୍ତି। ମିରାଜଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।

ICC ICC World Cup 2023 CWC 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe